Posted inଜାତୀୟ

୨୦୨୨ ମାନବ ବିକାଶ ସୂଚକାଙ୍କ: ୧୯୩ ଟି ଦେଶ ମଧ୍ୟରେ ୧୩୪ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୧୪।୩: ମିଳିତ ଜାତିସଂଘର ମାନବ ବିକାଶ ସୂଚକାଙ୍କ (ଏଚଡିଆଇ) ରେ ଭାରତର ମାନ୍ୟତା ୨୦୨୨ ରେ ଗୋଟିଏ ସ୍ଥାନ ଉପରକୁ ଉଠି କରି ୧୯୩ ଟି ଦେଶ ମଧ୍ୟରୁ ୧୩୪ରେ ରହିଛି। ୨୦୨୧ରେ ୧୯୧ ଦେଶ ମଧ୍ୟରୁ ଭାରତ ୧୩୫ ଥିଲା।

ସେହିପରି ଲିଙ୍ଗ ଅସମାନତା ସୂଚକାଙ୍କ (ଜିଆଇଆଇ) ୨୦୨୨ ରେ, ୦.୪୩୭ ସ୍କୋର ସହିତ ଭାରତ ୧୯୩ ଟି ଦେଶ ମଧ୍ୟରୁ ୧୦୮ ରେ ସ୍ଥାନରେରହିଛି। ଜିଆଇଆଇ-୨୦୨୧ ରେ ୦.୪୯୦ ସ୍କୋର ସହିତ ୧୯୧ ଦେଶ ମଧ୍ୟରୁ ଭାରତ ୧୨୨ରେ ଥିଲା।

ତଥାପି, ଦେଶରେ ଏହାର ଶ୍ରମ ଶକ୍ତି ଅଂଶଗ୍ରହଣ ହାରରେ ସବୁଠାରୁ ବଡ ଲିଙ୍ଗଗତ ପାର୍ଥକ୍ୟ ରହିଛି। ଦେଶରେ ୨୮.୩ ପ୍ରତିଶତ ମହିଳା ବିଭିନ୍ନ କାର୍ୟ୍ୟରେ ନିୟୋଜିତ ଥିବା ବେଳେ ୭୬.୧ ପ୍ରତିଶତ ପୁରୁଷ କାର୍ୟ୍ୟରେ ନିୟୋଜିତ ଅଛନ୍ତି। ଯାହା ଉଭୟ ଲିଙ୍ଗ ମଧ୍ୟରେ ୪୭.୮ ପ୍ରତିଶତ ପାର୍ଥକ୍ୟ ଦର୍ଶାଉଛି।

୨୦୨୧ ରେ ଏଚଡିଆଇରେ ଗୋଟିଏ ସ୍ଥାନ ତଳକୁ ଖସି ଥିଲା ବେଳେ ୨୦୨୨ ରେ ୦.୬୪୪ ସ୍କୋର ସହିତ ୧୯୩ ଟି ଦେଶ ମଧ୍ୟରୁ ୧୩୪ ସ୍ଥାନରେ କରିଛି।

୨୦୨୨ ରେ, ଭାରତ ସମସ୍ତ ଏଚଡିଆଇରେ ସୂଚକାଙ୍କରେ ଉନ୍ନତି ରିପୋର୍ଟ କରିଛି। ଆୟୁଷ, ଶିକ୍ଷା, ଏବଂ ମୁଣ୍ଡପିଛା ମୋଟ ଜାତୀୟ ଆୟ ଜୀଏନାଇଁ (ଜିଏନଆଇ) ଏବଂ ଆୟୁ ୬୭.୨ ରୁ ୬୭.୭ ବର୍ଷକୁ ବୃଦ୍ଧି ପାଇଛି। ସେହିଭଳି ଶିକ୍ଷା ୧୨.୬ ରେ ପହଂଚିଛି, ଅର୍ଥାତ ବିଦ୍ୟାଳୟର ବର୍ଷ ୬.୫୭ କୁ ବୃଦ୍ଧି ପାଇଛି ଏବଂ ମୁଣ୍ଡପିଛା ଆୟ ୬,୫୪୨ ଡଲାରରୁ ୬,୯୫୧ ଡଲାରକୁ ବୃଦ୍ଧି ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି ଆମେରିକୀୟ ଲେକ୍ସ ଫ୍ରିଡମ୍ୟାନ, ଯିଏ ମୋଦିଙ୍କ ସହ କଲେ ୩ଘଣ୍ଟାର ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ,୧୬।୩: ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଲମ୍ବା ଇଣ୍ଟରଭ୍ୟୁ କରିଛନ୍ତି। ତିନି ଘଣ୍ଟା ଧରି ସେ ମୋଦିଙ୍କ ସହ...

ମୁସଲିମ ସମ୍ପ୍ରଦାୟରୁ ଅଧିକରୁ ଅଧିକ ଆଇପିଏସ-ଆଇଏଏସ ବାହାରନ୍ତୁ, ଏମିତି କାହିଁକି କହିଲେ ନୀତିନ ଗଡକରୀ

ନୂଆଦିଲ୍ଲୀ,୧୬।୩: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଶନିବାର କହିଛନ୍ତି ଯେ, ସେ ସାର୍ବଜନୀନ ଆଲୋଚନାରେ ଜାତି ଏବଂ ଧର୍ମକୁ ଆଣନ୍ତି ନାହିଁ। ମୁଁ ବିଶ୍ୱାସ କରେ ଯେ...

ଭାରତର ବଡ଼ ଶତ୍ରୁ, ଆତଙ୍କୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା

ଇସଲାମବାଦ,୧୬।୩: ଭାରତର ମୋଷ୍ଟ ଓ୍ବାର୍ଟେଡ ଆତଙ୍କବାଦୀ ଅବୁ କତାରକୁ ହତ୍ୟା କରାଯାଇଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଆତଙ୍କବାଦୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି। ଅବୁ...

ଆସିଲା ବଡ଼ ଖବର, ଏଣିକି ଆଧାର ସହ ଲିଙ୍କ୍‌ ହେବ ଭୋଟର ଆଇଡି କାର୍ଡ

ନୂଆଦିଲ୍ଲୀ,୧୬।୩: ଏଣିକି ଆଧାର ସହ ଲିଙ୍କ୍‌ ହେବ ଭୋଟର ଆଇଡି କାର୍ଡ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମାର୍ଚ୍ଚ ୧୮ରେ ଗୃହ ସଚିବ, ଆଇନ...

ରାନ୍ୟା ରାଓ କେମିତି ପାଲଟିଲେ Gold Smuggler? କ’ଣ ଥିଲା ସୁନା ଚାଲାଣ ରୁଟ୍‌, କିଏ ଦେଲା ସାଥ୍‌

ମୁମ୍ବାଇ,୧୫ା୩: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରା ଚାଲାଣ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁନା ଚୋରା ଚାଲାଣ ପାଇଁ ରାନ୍ୟା...

‘RSS ଆତଙ୍କବାଦୀ ସଙ୍ଗଠନ, ଶାଖାରେ ଶିଖାଯାଉଛି ଭୁଲ କଥା’, କଂଗ୍ରେସ ନେତାଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୧୫।୩: ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ ଏମପି ହୁସେନ ଦଲୱାଇ ଶନିବାର (ମାର୍ଚ୍ଚ ୧୫, ୨୦୨୫) ତୁଷାର ଗାନ୍ଧୀ, ଅସଦୁଦ୍ଦିନ ଓଓ୍ବାଇସି ଏବଂ...

ଭାଜପାର ବଡ଼ ଅଭିଯୋଗ, କହିଲା ହିଂସା ଲୁଚାଉଛନ୍ତି ମମତା ସରକାର

କୋଲକାତା,୧୫।୩: ପଶ୍ଚିମବଙ୍ଗର ବୀରଭୂମି ଜିଲାରେ ଦୁଇଟି ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ସହରର କିଛି ଅଞ୍ଚଳରେ ଶନିବାର ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ରାଜ୍ୟ...

ଚେତାବନୀ ଜାରି କଲା ପାଣିପାଗ ବିଭାଗ, ହିମାଚଳରେ ଆସିବ ନୂଆ ବିପର୍ଯ୍ୟୟ

ନୂଆଦିଲ୍ଲୀ,୧୫।୩: ହିମାଚଳର ଅନେକ ଜିଲାରେ ପାଗ ଖରାପ ହେବାକୁ ଯାଉଛି। ପାଣିପାଗ ବିଭାଗ ଆଗାମୀ ୨୪ଘଣ୍ଟା ପାଇଁ ହିମାଚଳ ପ୍ରଦେଶର କିଛି ଉଚ୍ଚ ଅଞ୍ଚଳରେ ହିମସ୍ଖଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri