୨୦୨୧: ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିଲେ ଆଦାନୀ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୨ା୧୧(ରଏଟର୍ସ/ପି.ଟି.): ୨୦୨୧ରେ ଆଦାନୀ ଗ୍ରୁପ୍‌ ସ୍ଥାନୀୟସ୍ତରରେ ସୋଲାର ସେଲ୍‌ ଏବଂ ମୋଡ୍ୟୁଲାର ପ୍ଲାଣ୍ଟଗୁଡ଼ିକୁ ବ୍ୟବହାରକରି ଉତ୍ପାଦିତ ୮,୦୦୦ ମେଗାଓ୍ବାଟ୍‌ (୮ ଜିଡବ୍ଳ୍ୟୁ) ବିଦ୍ୟୁତ୍‌ ଶକ୍ତି ଭାରତର ୫ ରାଜ୍ୟକୁ ଯୋଗାଣ ପାଇଁ ଏକ ଠିକା ପାଇଥିଲା। କେନ୍ଦ୍ର ସରକାରଙ୍କ ସୋଲାର ଏନର୍ଜି କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଏସ୍‌ଇସିଆଇ) ଏହି ଠିକା ପ୍ରଦାନ ପାଇଁ ୨୦୨୧ ଜୁଲାଇରୁ ଡିସେମ୍ବର ମଧ୍ୟରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼, ତାମିଲନାଡୁ ଓ କେନ୍ଦ୍ର ଶାସନାଧୀନ ଜମ୍ମୁ-କଶ୍ମୀର ସରକାରଙ୍କ ସହ ବିକ୍ରି ଚୁକ୍ତିନାମାରେ ସ୍ବାକ୍ଷର କରିଥିଲା। ହେଲେ ରାଜ୍ୟଗୁଡ଼ିକ ପାଇଁ ଏହି ବିଦ୍ୟୁତ୍‌ ମହଙ୍ଗା ଥିବାରୁ ଆଦାନୀ ଗ୍ରୁପ୍‌ ଦ୍ୱାରା ଲାଞ୍ଚ ଦେଇ ସନ୍ତୁଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ଆଦାନୀ ଗ୍ରୁପ୍‌ ଆମେରିକାର ନିବେଶକଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି।

ଏନେଇ ଆମେରିକାର ନ୍ୟାୟ ବିଭାଗ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀଙ୍କ ସମେତ ଅନ୍ୟ ୬ ଜଣଙ୍କ ବିରୋଧରେ ଲାଞ୍ଚ ଦେବା ଓ ଷ୍ଟକ୍ସ ଜାଲିଆତି ନେଇ ଦୁଇଟି ପୃଥକ୍‌ ଅଭିଯୋଗ ଆଣିଥିବାବେଳେ ନ୍ୟୁୟର୍କସ୍ଥିତ ଏକ କୋର୍ଟରେ ଆପରାଧିକ ମାମଲା ଦାଏର କରିଛି। ସେହିପରି ଆମେରିକାର ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଚ କମିଶନ (ଏସ୍‌ଇସି) ଗୌତମ ଓ ସାଗରଙ୍କ ସମେତ ଏହି ଠିକା ପ୍ରଦାନ ପାଇଁ ଅନୁକୂଳ ବାଟ ବାହାର କରିଥିବା ଆଜ୍ୟୁର ପାଓ୍ବାର ଏକ୍‌ଜିକ୍ୟୁଟିଭ୍‌ଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିଲାଗି ଆମେରିକାରେ ଆଦାନୀ ଏବଂ ଅନ୍ୟ ଅଭିଯୁକ୍ତଙ୍କ ନଁାରେ ଗିରଫ ପରଓ୍ବାନା ଜାରି ହୋଇଛି।

ଅଭିଯୋଗ ଅନୁଯାୟୀ, ଆଦାନୀ ଗ୍ରୁପ୍‌ ମୁଖ୍ୟ ଗୌତମ ଆଦାନୀ ୨୦୨୧ରେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀଙ୍କୁ ଭେଟି ୭,୦୦୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ କିଣିବା ପାଇଁ ରାଜି କରାଇଥିଲେ। ଆନ୍ଧ୍ର ଅଧିକାରୀମାନେ ମେଗାଓ୍ବାଟ୍‌ ପିଛା ୨୫ ଲକ୍ଷ ଟଙ୍କା ହିସାବରେ ମୋଟ ୧,୭୫୦ କୋଟି ଟଙ୍କା ଲାଞ୍ଚ ନେଇଥିଲେ। ସେହିବର୍ଷ ଓଡ଼ିଶା(ବିଜେଡି ସରକାର ସମୟରେ) ମଧ୍ୟ ସମାନ ଉପାୟରେ ୫୦୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ କିଣିଥିଲା ବୋଲି ଆମେରିକୀୟ ସରକାରୀ ଓକିଲଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି। ଅଭିଯୋଗରୁ ଜଣାପଡ଼ିଛି ଯେ, ଆଦାନୀ ଉକ୍ତ ସୋଲାର ପାଓ୍ବାର ଠିକା ହାସଲ କରିବା ଲାଗି ସେଥିରେ ଥିବା ସର୍ତ୍ତକୁ କୋହଳ କରାଇବା ନିମନ୍ତେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତାମିଲନାଡ଼ୁ ଏବଂ ଜମ୍ମୁ-କଶ୍ମୀର ସରକାରଙ୍କ ଅଧିକାରୀମାନଙ୍କୁ ମୋଟ ୨,୨୦୦ କୋଟି ଟଙ୍କାର ଲାଞ୍ଚ ଦେଇଥିଲେ। ଏହି ଠିକା ଯୋଗୁ ଆଦାନୀ ଗ୍ରୁପ୍‌କୁ ଆଗାମୀ ୨୦ ବର୍ଷରେ ୨୦୦ କୋଟି ଡଲାରରୁ ଅଧିକ ଲାଭ ହେବା ଅନୁମାନ କରାଯାଉଛି।

ଅନ୍ୟପକ୍ଷେ ଆଦାନୀ ଗ୍ରୁପ୍‌ ଉକ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ ଭିତ୍ତିହୀନ ବୋଲି ଦର୍ଶାଇଛି। ଏଥିସହ ଆଦାନୀ ଗ୍ରୀନ୍‌ ଏନର୍ଜି ଲିମିଟେଡ୍‌ ଦ୍ୱାରା ଜାରି ୬୦୦ ନିୟୁତ ଡଲାର ମୂଲ୍ୟର ବଣ୍ଡ୍‌କୁ ରଦ୍ଦ କରିଦେଇଛି। ଅଭିଯୋଗ ଆସିବାର କିଛି ଘଣ୍ଟା ପୂର୍ବରୁ ଏହି ଇସ୍ୟୁକୁ ୩ ଗୁଣା ଅଧିକ ସବ୍‌ସ୍କ୍ରାଇବ୍‌ କରାଯାଇଥିଲା। ଏହି ଘଟଣାକ୍ରମ ପରେ ଆମ ସବ୍‌ସିଡିଆରି କମ୍ପାନୀଗୁଡ଼ିକ ପ୍ରସ୍ତାବିତ ବଣ୍ଡ୍‌ଗୁଡ଼ିକରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଆଦାନୀ ଗ୍ରୀନ୍‌ ଏନର୍ଜି ପକ୍ଷରୁ ଷ୍ଟକ୍‌ ଏକ୍ସଚେଞ୍ଜ ଫାଇଲିଂରେ ଦର୍ଶାଯାଇଛି। ଏଥିସହ ସବୁ ପ୍ରକାର ସମ୍ଭାବ୍ୟ ଆଇନଗତ ପଦକ୍ଷେପ ନିଆଯିବା ପାଇଁ ପ୍ରସ୍ତୁତି ଚାଲିଥିବା ଗ୍ରୁପ୍‌ ମୁଖପାତ୍ର ଏକ ବିବୃତିରେ ଜଣାଇଛନ୍ତି। ସେପଟେ ଉକ୍ତ ଅଭିଯୋଗ ଆସିବା ପରେ ଭାରତୀୟ ପୁଞ୍ଜି ବଜାରରେ ଆଦାନୀ ଗ୍ରୁପ୍‌ର ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟ ୨୩% ଅର୍ଥାତ୍‌ ୨.୮ ଲକ୍ଷ କୋଟି ଟଙ୍କା ଖସିଛି।

୨୦୨୩ରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରଘଟ କରିବା ପରେ ଆଦାନୀ ଶେୟାରଗୁଡ଼ିକର ଯେତିକି କ୍ଷତି ହୋଇଥିଲା, ବର୍ତ୍ତମାନର କ୍ଷତି ତା’ର ଦୁଇଗୁଣାରୁ ଅଧିକ ହେବ। ସଦ୍ୟ ଷ୍ଟକ୍ସ ଅବମୂଲ୍ୟାୟନ ପୂର୍ବରୁ ୮୫.୫ ବିଲିୟନ୍‌ ଡଲାର ସମ୍ପତ୍ତିର ଅଧିକାରୀ ଆଦାନୀ ବିଶ୍ୱର ଅଷ୍ଟାଦଶ ଧନୀ ବ୍ୟକ୍ତି ରୂପେ ପରିଗଣିତ ହେଉଥିଲେ। ଆଦାନୀ ଗ୍ରୁପ୍‌ ବିରୋଧରେ ଆପରାଧିକ ମାମଲା ରୁଜୁ ହେବା ପରେ ରେଟିଂ ଏଜେନ୍ସିଗୁଡ଼ିକ ଏହାପ୍ରତି ପୂର୍ବରୁ ଥିବା ଦୃଷ୍ଟିଭଙ୍ଗିରେ ପରିବର୍ତ୍ତନ ଆଣିଛନ୍ତି। ମୁଡିଜ୍‌ ଆଦାନୀ ଗ୍ରୁପ୍‌କୁ ପୂର୍ବରୁ ପଜିଟିଭ ବର୍ଗରେ ରଖିଥିବାବେଳେ ଅଭିଯୋଗ ଆସିବା ପରେ ଏହାକୁ ନେଗେଟିଭ୍‌ କରିଦେଇଛି। ଫଳରେ ଭାରତୀୟ ପୁଞ୍ଜିବଜାରରେ ତାଲିକାଭୁକ୍ତ ଆଦାନୀ ଗ୍ରୁପ୍‌ର ୧୦ଟି କମ୍ପାନୀରେ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ) ମାନଙ୍କ ନିବେଶ ବହୁଳ ମାତ୍ରାରେ ହ୍ରାସ ପାଇବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?