Posted inଖେଳ

ଚତୁର୍ଥ ଇନିଂସରେ ୨୦୦ ଟାର୍ଗେଟ: ପରାଜୟ ସ୍ବାଦ ଚାଖିନି ଓ୍ବେଷ୍ଟଇଣ୍ଡିଜ

ସାଉଥାମ୍ପଟନ, ୧୪।୭-
କରୋନା ସଂକ୍ରମଣ ଜନିତ ୪ ମାସର ବ୍ରେକ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନର ପ୍ରଥମ ଟେଷ୍ଟରେ ବିଜୟ ସ୍ବାଦ ଚାଖିଛି ଓ୍ବେଷ୍ଟଇଣ୍ଡିଜ। ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ରବିବାର ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟକୁ ଭ୍ରମଣକାରୀ ଦଳ ୪ ଉଇକେଟରେ ଜିତି ନେଇଛି। ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଓ୍ବେଷ୍ଟଇଣ୍ଡିଜ ୧-୦ରେ ଅଗ୍ରଣୀଲାଭ କରିଛି। ମ୍ୟାଚର ୪ର୍ଥ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୨୦୦ ରନର ବିଜୟ ଲକ୍ଷ୍ୟ ରହିଥିଲା, ଯାହାକୁ ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟ ହରାଇ ହାସଲ କରି ନେଇଥିଲା। ରେକର୍ଡ ଅନୁସାରେ କୌଣସି ଟେଷ୍ଟର ୪ର୍ଥ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ଯେତେଥର ୨୦୦ କିମ୍ବା ତାଠାରୁ କମ୍‌ ରନ ଚେଜ୍‌ କରିଛି କେବେ ପରାଜୟ ସ୍ବାଦ ଚାଖିନାହିଁ। ଏହାକୁ ମିଶାଇ ଓ୍ବେଷ୍ଟଇଣ୍ଡିଜ ମୋଟ ୬୧ ଥର ୨୦୦ କିମ୍ବା ତା’ଠାରୁ କମ୍‌ ସ୍କୋର ଟାର୍ଗେଟ ପାଇଛି। ସେଥିରୁ ୫୫ଟି ମ୍ୟାଚରେ ବିଜୟଲାଭ କରିଥିବାବେଳେ ଅବଶିଷ୍ଟ ୬ ମ୍ୟାଚ ଡ୍ର ରହିଛି। ଜିମ୍ବାଓ୍ବେ, ବାଂଲାଦେଶ, ଆଫଗାନିସ୍ତାନକୁ ବାଦ୍‌ ଦେଲେ ଓ୍ବେଷ୍ଟଇଣ୍ଡିଜ ବିଦେଶରେ କୌଣସି ସିରିଜ ଖେଳିବାକୁ ଯାଇ ଏହା ପୂର୍ବରୁ ୨୦୦୭-୦୮ରେ ପ୍ରଥମ ଟେଷ୍ଟ ଜିତିଥିଲା। ଦଳ ସେତେବେଳେ ପୋର୍ଟ ଏଲିଜାବେଥଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ସଫଳତା ପାଇଥିଲା। ୨୦୦୦ରେ ଇଂଲଣ୍ଡ ଗସ୍ତରେ ମଧ୍ୟ ଓ୍ବେଷ୍ଟଇଣ୍ଡିଜ ସିରିଜର ପ୍ରଥମ ଟେଷ୍ଟ ଜିତିଥିଲା। ମାତ୍ର ଉଭୟଥର ଦଳ ଶେଷରେ ସିରିଜ ହାରିଥିଲା।
୨୦୧୩-୧୪ ଆଶେସ ସିରିଜ ପରଠାରୁ ଇଂଲଣ୍ଡ ୨୪(୨ କିମ୍ବା ତଦୂର୍ଦ୍ଧ୍ୱ ଟେଷ୍ଟ)ଟି ଟେଷ୍ଟ ସିରିଜ ଖେଳିଛି। ତେବେ ଏହା ମଧ୍ୟରୁ ୨୨ଟିରେ ଅତିକମ୍‌ରେ ଗୋଟିଏ ଟେଷ୍ଟରେ ପରାଜିତ ହୋଇଛି। ଏହି ସମୟ ମଧ୍ୟରେ ଗୋଟିଏ ଦଳ ଇଂଲଣ୍ଡକୁ ହରାଇ ପାରିନାହିଁ। ଶ୍ରୀଲଙ୍କା ୨୦୧୬ ଏବଂ ୨୦୧୮-୧୯ ସିଜନରେ ଇଂଲଣ୍ଡ ବିପକ୍ଷରେ ୨ଟି ସିରିଜରେ ୬ଟି ଟେଷ୍ଟ ଖେଳିଛି। ମାତ୍ର ଗୋଟିଏ ହେଲେ ମ୍ୟାଚରେ ଇଂଲଣ୍ଡକୁ ପରାଜିତ କରି ପାରିନାହିଁ। ନିୟମିତ ଅଧିନାୟକ ଜୋ ରୁଟ୍‌ଙ୍କ ଅନୁପସ୍ଥିତିରେ ବେନ୍‌ ଷ୍ଟୋକ୍ସ କାମଚଳା ଅଧିନାୟକ ଦାୟିତ୍ୱ ତୁଲାଇ ନିଜ ପ୍ରଥମ ମ୍ୟାଚରେ ପରାଜିତ ହୋଇଛନ୍ତି। ଏହା ପୂର୍ବରୁ ୨୦୦୩ରେ ମାଇକେଲ ଭନ୍‌ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ ହେଁ ପ୍ରଥମ ଟେଷ୍ଟରେ ପରାଜୟ ମୁହଁ ଦେଖିଥିଲେ। ଇଂଲଣ୍ଡ ବିପକ୍ଷରେ ବ୍ଲାକ୍‌ଉଡ୍‌ଙ୍କ ରେକର୍ଡ ଖୁବ୍‌ ଭଲ। ୨୦୧୫ରେ ଓ୍ବେଷ୍ଟଇଣ୍ଡିଜ ୮୦ ରନରେ ୪ଟି ଉଇକେଟ ହରାଇଥିବାବେଳେ ସେ କ୍ରିଜ୍‌କୁ ଆସିଥିଲେ। ସେତେବେଳେ ଦଳ ବିଜୟ ଲକ୍ଷ୍ୟଠାରୁ ୧୧୨ ରନ ଦୂରରେ ଥିଲା। ବ୍ଲାକ୍‌ଉଡ୍‌ ୪୭ ରନରେ ଅପରାଜିତ ରହି ଇଂଲଣ୍ଡକୁ ନିରାଶ କରିଥିଲେ। ସେହିପରି ୨୦୧୭ରେ ଓ୍ବେଷ୍ଟଇଣ୍ଡିଜ ବିଜୟ ପାଇଁ ୭୬ ରନ ଆବଶ୍ୟକ କରୁଥିବାବେଳେ ସେ କ୍ରିଜ୍‌କୁ ଆସି ୪୧ ରନର ଇନିଂସ ଖେଳିଥିଲେ। ଏବେ ସାଉଥାମ୍ପଟନଠାରେ ୨୦୦ ରନ ବିଜୟ ଲକ୍ଷ୍ୟର ପିଛା କରି ଓ୍ବେଷ୍ଟଇଣ୍ଡିଜ ୨୭ ରନ ମଧ୍ୟରେ ଟପ୍‌ ଅର୍ଡରର ୩ଟି ଉଇକେଟ ହରାଇ ସାରିଥିବାବେଳେ ସେ ବ୍ୟାଟ୍‌ ଧରି ପଡ଼ିଆକୁ ଓହ୍ଲାଇଥିଲେ। ଦକ୍ଷତାର ପରିଚୟ ଦେଇ ସେ ୯୫ ରନର ମୂଲ୍ୟବାନ ଇନିଂସ ଖେଳି ଓ୍ବେଷ୍ଟଇଣ୍ଡିଜକୁ ସ୍ମରଣୀୟ ବିଜୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠୁ ଫିଫା ବିଶ୍ୱକପ୍‌: ଭାଗନେବେ ୪୮ ଦେଶ

ମେକ୍ସିକୋ ସିଟି (ମେକ୍ସିକୋ), ୧୧ା୬:ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଭାବେ ବିବେଚନା କରାଯାଉଥିବା ଫିଫା ବିଶ୍ୱକପ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଇତିହାସରେ ପ୍ରଥମଥର ପାଇଁ ଫୁଟ୍‌ବଲ…

ସୂର୍ଯ୍ୟବଂଶୀଙ୍କୁ ପୁଣି ବଡ଼ ସୁଯୋଗ? ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ରେ ମିଳିବ…

ନୂଆଦିଲ୍ଲୀ,୧୦।୬: ତିଲକ ବର୍ମାଙ୍କ ଅଧିନାୟକତ୍ୱରେ, ଭାରତ ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରି-ସିରିଜର ଏକ ଚମତ୍କାର ଆରମ୍ଭ କରିଛି। ଭାରତୀୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଏ…

୨୦୨୬ ବିଶ୍ୱକପ୍‌ର କନିଷ୍ଠ, ବୟସ୍କ ଖେଳାଳି ସମ୍ପର୍କରେ ଜାଣନ୍ତୁ…

ଓ୍ବାଶିଂଟନ,୯।୬: ଦିନକ ପରେ ଫିଫା ବିଶ୍ୱକପ୍‌। ବିଶ୍ୱକପ୍‌ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀ ଆସି ପହଞ୍ଚି ଯାଇଛନ୍ତି। ପ୍ରସଂଶକ ନିଜ ନିଜ ଦେଶର…

ODI ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର: ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୦।୬: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଜୁନ ୧୩ରୁ ଆରମ୍ଭ ହେବାକୁ ଯାଉଛି। ତଥାପି, ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ…

ଅଧିନାୟକ ପଦ ଛାଡି କ୍ରିକେଟରୁ ବିଦାୟ ଦେବେ ବେନ ଷ୍ଟୋକ୍ସ! ନାଇଟ କ୍ଲବ ଘଟଣା ପରେ କ୍ରିକେଟଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି

ନୂଆଦିଲ୍ଲୀ,୧୦।୬: କ୍ରିକେଟ ଇତିହାସର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ ବେନ ଷ୍ଟୋକ୍ସ ଖୁବ ଶୀଘ୍ର ତାଙ୍କର ଅବସର ଘୋଷଣା କରିପାରନ୍ତି। ରିପୋର୍ଟ ଅନୁସାରେ ଷ୍ଟୋକ୍ସ ଟେଷ୍ଟ ଅଧିନାୟକ…

୩୫ ଚୌକା, ୯ ଛକା ସହ ୨୧୦ ରନର ଏକ ଇନିଂସ… ବୈଭବ ସୂର୍ଯ୍ୟବଂଶୀ ନୁହେଁ ଗର୍ଜିଲା ତାଙ୍କ ବନ୍ଧୁଙ୍କ ବ୍ୟାଟ

ନୂଆଦିଲ୍ଲୀ,୧୦।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ୨୦୨୬ରେ ତାଙ୍କର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଦ୍ୱାରା କେବଳ ଲୋକଲୋଚନକୁ ଆସି ନଥିଲେ ବରଂ ଭାରତୀୟ ଜାତୀୟ ଦଳରେ…

ଟିମ ଇଣ୍ଡିଆରେ ସ୍ଥାନ ପାଇବା ପରେ ପ୍ରଥମଥର ଏମିତି କାରନାମା କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୦।୬: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତ ଏ ଦଳ ସହିତ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ଏକ ଦିନିକିଆ ସିରିଜ ଚାଲିଛି। ଏଥିରେ ଭାରତ ଏ, ଶ୍ରୀଲଙ୍କା…

ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଫିଫା ଜାରିକଲା କଡ଼ା ନୂଆ ନିୟମାବଳୀ,ଜାଣନ୍ତୁ…

ଓ୍ବାଶିଂଟନ୍‌,୧୦।୬: ଆମେରିକାସରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣ ଲାଗି ଖେଳାଳିଙ୍କୁ କଡ଼ା ଶୃଙ୍ଖଳା ମଧ୍ୟରେ ରହିବାକୁ ପଡ଼ିବ। ସମୟ ନଷ୍ଟ ଓ ଇଞ୍ଜୁରି ବାହାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri