ଜିଏସ୍‌ଟି ବିଲ୍‌ ର଼୍ୟାକେଟର ପର୍ଦ୍ଦାଫାଶ: ୨୦୦ କୋଟିର ଖେଳ

ଭୁବନେଶ୍ୱର,୨୩।୧୨: ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ ଦ୍ୱାରା ଜାଲ୍‌ ବିଲ୍‌ ର଼୍ୟାକେଟ ବିରୋଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନକୁ ଏକ ବଡ ସଫଳତା ମିଳିଛି। ସୋମବାର ୨୦୦ କୋଟି ଟଙ୍କାର ଏକ ଜାଲ୍‌ ଜିଏସ୍‌ଟି ବିଲ୍‌ ର଼୍ୟାକେଟରେ ସମ୍ପୃକ୍ତ ଥିବା ୩ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରାଯାଇଛି। ଜାଲ୍‌ ବ୍ୟବସାୟିକ ପ୍ରତିଷ୍ଠାନ ମାଧ୍ୟମରେ ସେମାନେ ପ୍ରାୟ ୪୦.୩୬ କୋଟି ଟଙ୍କାର ଟିକସ ଫାଙ୍କିଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସ୍ମୃତିରଞ୍ଜନ ମହାନ୍ତି, ରାଜୀବ ମିଶ୍ର ଏବଂ ସୌମ୍ୟରଞ୍ଜନ ମହାନ୍ତି। ସୌମ୍ୟରଞ୍ଜନ ଏଚ୍‌ଡିଏଫ୍‌ସି ଲାଇଫ ଇନ୍‌ସ୍ୟୁରାନ୍ସ କମ୍ପାନୀର ସିନିୟର ବ୍ରାଞ୍ଚ ସର୍ଭିସ ମ୍ୟାନେଜର ବୋଲି ଜଣାପଡିଛି। ଅନ୍ୟ ୨ ଅଭିଯୁକ୍ତ ଶିବରାମ ପାତ୍ର (ରାଉରକେଲା ସାମ୍ବାଦିକ ସଂଘର ସଭାପତି) ଓ ଅଙ୍କିତ ଅଗ୍ରଓ୍ବାଲ ବର୍ତ୍ତମାନ ଫେରାର ଅଛନ୍ତି।
ଏମାନେ ୧୨ଟି କାଗଜପତ୍ରରେ ଜାଲ୍‌ ବ୍ୟବସାୟିକ ପ୍ରତିଷ୍ଠାନ ତିଆରି କରିଥିଲେ। ଏହାସହ ସେଗୁଡ଼ିକୁ ପରିଚାଳନା କରି ୮୪.୦୧ କୋଟି ଟଙ୍କାର ଜାଲ୍‌ କ୍ରୟ ବିଲ୍‌ ମାଧ୍ୟମରେ ୫ ଜଣ ଅଭିଯୁକ୍ତ ୨୦.୪୫ କୋଟି ଟଙ୍କାର ଟ୍ୟାକ୍ସ କ୍ରେଡିଟ ଆମତ୍ସାତ କରିଥିବା ଜଣାପଡିଛି। ଏହି କାରବାରରେ ଜିନିଷପତ୍ରର ପ୍ରକୃତ କିଣାବିକା ହୋଇନାହିଁ। ସେହିପରି କାଗଜପତ୍ରରେ
୨୦୦ କୋଟିର…
ମାଲ୍‌ କିଣାଯାଇଥିବା ଦର୍ଶାଇ ୧୧୫.୧୯ କୋଟି ଟଙ୍କାର ଜାଲ୍‌ ବିଲ୍‌ ବଳରେ ୨୧.୯୧ କୋଟି ଟଙ୍କାର ଜାଲ୍‌ ଇନ୍‌ପୁଟ ଟାକ୍ସ କ୍ରେଡିଟ (ଆଇଟିସି) ରାଜ୍ୟ ତଥା ରାଜ୍ୟ ବାହାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ତେବେ ଏହି ୨୦୦କୋଟି ଟଙ୍କାର ଜାଲ୍‌ ଜିଏସ୍‌ଟି ବିଲ୍‌ ମାତ୍ର ୪ରୁ ୫ମାସ ମଧ୍ୟରେ କରାଯାଇଥିତ୍ବା ଜଣାପଡିଛି। ଅନୁସନ୍ଧନାରୁ ଜଣାଯାଇଛି ଯେ, ଏମାନେ ଆଉ କେତେକ ଜାଲ୍‌ କମ୍ପାନୀ ସୃଷ୍ଟିକରି ସେଗୁଡିକ ମାଧ୍ୟମରେ ଜାଲ ବିଲ୍‌ ଜାରି କରିବା ସହ ଆଇଟିସି ଆମତ୍ସାତ୍‌ କରିବାକୁ ଯୋଜନା କରିଥିଲେ। ଏହି ନକଲି ଫାର୍ମଗୁଡିକର ପଞ୍ଜୀକରଣକୁ ତୁରନ୍ତ ରଦ୍ଦ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ କୁହାଯାଇଛି।
ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ଦ୍ୱାରା ତଥ୍ୟ ବିଶ୍ଲେଷଣ ଓ ଗୋଇନ୍ଦା ସୂତ୍ରକୁ ଆଧାରକରି ନଭେମ୍ବର ୨୦୨୦ରେ ରାଜ୍ୟବ୍ୟାପୀ ଚଢାଉ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସମୟରେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ଜାଲ୍‌ ତଥା ଭୂତ ଫାର୍ମ ସାମ୍ନାକୁ ଆସିଥିଲା। ଏହି ଫାର୍ମଗୁଡିକ ବେକାର ଯୁବକ, ଯୁବତୀ, ଗୃହିଣୀ, କୃଷକ, ବରିଷ୍ଠ ନାଗରିକ ଏବଂ ଦିନ ମଜୁରିଆଙ୍କ ନାମରେ କରାଯାଇଥିବା ଜଣାପଡିଥିଲା। ସେମାନଙ୍କ ଦାରିଦ୍ର୍ୟ ଓ ଅଜ୍ଞାନତାର ସୁଯୋଗ ନେଇ ଏହି ମାଷ୍ଟର ମାଇଣ୍ଡମାନେ ନିଯୁକ୍ତି କିମ୍ବା ଋଣ ଯୋଗାଇଦେବା ଆଳରେ ସେମାନଙ୍କ ଆଧାର କାର୍ଡ, ପାନ୍‌ କାର୍ଡ, ଫଟୋ, ବ୍ୟାଙ୍କ ପାସ୍‌ବୁକ ଆଦକୁ ନେଇ ସେମାନଙ୍କ ନାମରେ ନକଲି ଫାର୍ମ ସୃଷ୍ଟି କରି ରାଜ୍ୟ ରାଜସ୍ବ ଲୁଣ୍ଠନ ପାଇଁ ଉଦ୍ୟମ ଚଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?