ଜିଏସ୍‌ଟି ବିଲ୍‌ ର଼୍ୟାକେଟର ପର୍ଦ୍ଦାଫାଶ: ୨୦୦ କୋଟିର ଖେଳ

ଭୁବନେଶ୍ୱର,୨୩।୧୨: ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ ଦ୍ୱାରା ଜାଲ୍‌ ବିଲ୍‌ ର଼୍ୟାକେଟ ବିରୋଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନକୁ ଏକ ବଡ ସଫଳତା ମିଳିଛି। ସୋମବାର ୨୦୦ କୋଟି ଟଙ୍କାର ଏକ ଜାଲ୍‌ ଜିଏସ୍‌ଟି ବିଲ୍‌ ର଼୍ୟାକେଟରେ ସମ୍ପୃକ୍ତ ଥିବା ୩ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରାଯାଇଛି। ଜାଲ୍‌ ବ୍ୟବସାୟିକ ପ୍ରତିଷ୍ଠାନ ମାଧ୍ୟମରେ ସେମାନେ ପ୍ରାୟ ୪୦.୩୬ କୋଟି ଟଙ୍କାର ଟିକସ ଫାଙ୍କିଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସ୍ମୃତିରଞ୍ଜନ ମହାନ୍ତି, ରାଜୀବ ମିଶ୍ର ଏବଂ ସୌମ୍ୟରଞ୍ଜନ ମହାନ୍ତି। ସୌମ୍ୟରଞ୍ଜନ ଏଚ୍‌ଡିଏଫ୍‌ସି ଲାଇଫ ଇନ୍‌ସ୍ୟୁରାନ୍ସ କମ୍ପାନୀର ସିନିୟର ବ୍ରାଞ୍ଚ ସର୍ଭିସ ମ୍ୟାନେଜର ବୋଲି ଜଣାପଡିଛି। ଅନ୍ୟ ୨ ଅଭିଯୁକ୍ତ ଶିବରାମ ପାତ୍ର (ରାଉରକେଲା ସାମ୍ବାଦିକ ସଂଘର ସଭାପତି) ଓ ଅଙ୍କିତ ଅଗ୍ରଓ୍ବାଲ ବର୍ତ୍ତମାନ ଫେରାର ଅଛନ୍ତି।
ଏମାନେ ୧୨ଟି କାଗଜପତ୍ରରେ ଜାଲ୍‌ ବ୍ୟବସାୟିକ ପ୍ରତିଷ୍ଠାନ ତିଆରି କରିଥିଲେ। ଏହାସହ ସେଗୁଡ଼ିକୁ ପରିଚାଳନା କରି ୮୪.୦୧ କୋଟି ଟଙ୍କାର ଜାଲ୍‌ କ୍ରୟ ବିଲ୍‌ ମାଧ୍ୟମରେ ୫ ଜଣ ଅଭିଯୁକ୍ତ ୨୦.୪୫ କୋଟି ଟଙ୍କାର ଟ୍ୟାକ୍ସ କ୍ରେଡିଟ ଆମତ୍ସାତ କରିଥିବା ଜଣାପଡିଛି। ଏହି କାରବାରରେ ଜିନିଷପତ୍ରର ପ୍ରକୃତ କିଣାବିକା ହୋଇନାହିଁ। ସେହିପରି କାଗଜପତ୍ରରେ
୨୦୦ କୋଟିର…
ମାଲ୍‌ କିଣାଯାଇଥିବା ଦର୍ଶାଇ ୧୧୫.୧୯ କୋଟି ଟଙ୍କାର ଜାଲ୍‌ ବିଲ୍‌ ବଳରେ ୨୧.୯୧ କୋଟି ଟଙ୍କାର ଜାଲ୍‌ ଇନ୍‌ପୁଟ ଟାକ୍ସ କ୍ରେଡିଟ (ଆଇଟିସି) ରାଜ୍ୟ ତଥା ରାଜ୍ୟ ବାହାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ତେବେ ଏହି ୨୦୦କୋଟି ଟଙ୍କାର ଜାଲ୍‌ ଜିଏସ୍‌ଟି ବିଲ୍‌ ମାତ୍ର ୪ରୁ ୫ମାସ ମଧ୍ୟରେ କରାଯାଇଥିତ୍ବା ଜଣାପଡିଛି। ଅନୁସନ୍ଧନାରୁ ଜଣାଯାଇଛି ଯେ, ଏମାନେ ଆଉ କେତେକ ଜାଲ୍‌ କମ୍ପାନୀ ସୃଷ୍ଟିକରି ସେଗୁଡିକ ମାଧ୍ୟମରେ ଜାଲ ବିଲ୍‌ ଜାରି କରିବା ସହ ଆଇଟିସି ଆମତ୍ସାତ୍‌ କରିବାକୁ ଯୋଜନା କରିଥିଲେ। ଏହି ନକଲି ଫାର୍ମଗୁଡିକର ପଞ୍ଜୀକରଣକୁ ତୁରନ୍ତ ରଦ୍ଦ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ କୁହାଯାଇଛି।
ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ଦ୍ୱାରା ତଥ୍ୟ ବିଶ୍ଲେଷଣ ଓ ଗୋଇନ୍ଦା ସୂତ୍ରକୁ ଆଧାରକରି ନଭେମ୍ବର ୨୦୨୦ରେ ରାଜ୍ୟବ୍ୟାପୀ ଚଢାଉ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସମୟରେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ଜାଲ୍‌ ତଥା ଭୂତ ଫାର୍ମ ସାମ୍ନାକୁ ଆସିଥିଲା। ଏହି ଫାର୍ମଗୁଡିକ ବେକାର ଯୁବକ, ଯୁବତୀ, ଗୃହିଣୀ, କୃଷକ, ବରିଷ୍ଠ ନାଗରିକ ଏବଂ ଦିନ ମଜୁରିଆଙ୍କ ନାମରେ କରାଯାଇଥିବା ଜଣାପଡିଥିଲା। ସେମାନଙ୍କ ଦାରିଦ୍ର୍ୟ ଓ ଅଜ୍ଞାନତାର ସୁଯୋଗ ନେଇ ଏହି ମାଷ୍ଟର ମାଇଣ୍ଡମାନେ ନିଯୁକ୍ତି କିମ୍ବା ଋଣ ଯୋଗାଇଦେବା ଆଳରେ ସେମାନଙ୍କ ଆଧାର କାର୍ଡ, ପାନ୍‌ କାର୍ଡ, ଫଟୋ, ବ୍ୟାଙ୍କ ପାସ୍‌ବୁକ ଆଦକୁ ନେଇ ସେମାନଙ୍କ ନାମରେ ନକଲି ଫାର୍ମ ସୃଷ୍ଟି କରି ରାଜ୍ୟ ରାଜସ୍ବ ଲୁଣ୍ଠନ ପାଇଁ ଉଦ୍ୟମ ଚଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri