Posted inଜାତୀୟ

୩୦ ହଜାର ଲୋକଙ୍କଠାରୁ ୨୦୦ କୋଟି ଠକେଇ

ନୂଆଦିଲ୍ଲୀ,୨୯।୧: ଘରେ ରହି ବୃହତ୍‌ ଇ-କମର୍ସ ସାଇଟ୍‌ରେ କାମ କରିବାର ପ୍ରଲୋଭନ ଦେଖାଇ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କଠାରୁ ୨୦୦ କୋଟି ଟଙ୍କା ଠକିନେଇଛନ୍ତି ଅନ୍ତର୍ଜାତୀୟ ଠକ ରାକେଟ୍‌। ପୋଲିସ ୩ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ସେମାନେ ବ୍ୟବହାର କରୁଥିବା ଓ୍ବେବ୍‌ସାଇଟର ସର୍ଭର ଚାଇନାରେ ହୋଇଥିବାବେଳେ ଦୁବାଇର କେତେକ କମ୍ପାନୀ ସହ ଅର୍ଥ କାରବାର ହେଉଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପେଟିଏମ୍‌ର ଜଣେ ପୂର୍ବତନ ଡେପୁଟି ମ୍ୟାନେଜର ଅଛନ୍ତି। ମୁଖ୍ୟ ଅଭିଯୁକ୍ତ ଜର୍ଜିଆରେ ରହିଥିବାବେଳେ ଉକ୍ତ ଗ୍ୟାଙ୍ଗ୍‌ର ଛତିଶଗଡ଼, ମୁମ୍ବାଇ, ହରିୟାଣା, ଦିଲ୍ଲୀ ଓ ପଞ୍ଜାବ ସହ ଲିଙ୍କ୍‌ ରହିଥିବା ପୋଲିସ କହିଛି।

ଗତବର୍ଷ ସେପ୍ଟେମ୍ବର ୨୬ରେ ଜଣେ ମହିଳାଙ୍କଠାରୁ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଦିଲ୍ଲୀର ରୋହିଣୀ ଅଞ୍ଚଳରେ ରହୁଥିବା ଏହି ମହିଳା ଜଣକ ଇନ୍‌ଷ୍ଟାଗ୍ରାମରେ ଏକ ବିଜ୍ଞାପନ ଦେଖିଥିଲେ। ଏଥିରେ ଘରେ ରହି ଦିନକୁ ୧୫ ହଜାର ଟଙ୍କା ରୋଜଗାର କରିବାର ଅଫର ଦିଆଯାଇଥିଲା। ମହିଳା ଜଣକ ଏଥିପାଇଁ ନିଜକୁ ପଞ୍ଜୀକୃତ କରିଥିଲେ। ଏକ ନିର୍ଦ୍ଦିଷ୍ଟ ଅନ୍‌ଲାଇନ ସାମଗ୍ରୀ ବିକ୍ରି ବଢ଼ାଇବାକୁ ତାଙ୍କୁ କୁହାଯାଇଥିଲା। ସେ ଯେଉଁ ଓ୍ବେବ୍‌ସାଇଟ ସ୍କ୍ରିନ୍‌ରେ କାମ କରୁଥିଲେ, ସେଥିରେ ମହିଳାଙ୍କ ଓ୍ବାଲେଟ୍‌ରେ ଟଙ୍କା ଜମା ହେଉଥିବା ଦେଖିବାକୁ ମିଳୁଥିଲା। କିନ୍ତୁ ତାଙ୍କ ନିଯୁକ୍ତିଦାତା ରିହାତି ଦରରେ ଅଧିକ ଅନ୍‌ଲାଇନ ସାମଗ୍ରୀ କିଣିବାକୁ ତାଙ୍କୁ କହୁଥିଲେ। ମହିଳା ଜଣକ ୪ ଥରରେ ମୋଟ ୧.୨ ଲକ୍ଷ ଟଙ୍କା ପୈଠ କରିବା ପରେ ତାଙ୍କ ଆକାଉଣ୍ଟକୁ ଆଦୌ ଟଙ୍କା ଆସି ନ ଥିବା ଜାଣିବାକୁ ପାଇଥିଲେ। ଅଭିଯୋଗ ମିଳିବା ପରେ ନଭେମ୍ବର ୨୦ରେ ଦିଲ୍ଲୀ ପୋଲିସର ଆଉଟର ନର୍ଥ ଜିଲା ସାଇବର ଥାନାରେ ମାମଲା ରୁଜୁ ହୋଇଥିଲା। ଏସିପି ଯଶପାଲ ସିଂଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍‌ ଅନୁଧ୍ୟାନ କରିବା ପରେ ଏକ ଟେଲିଗ୍ରାମ ଆଇଡି ପାଇଥିଲେ। ଚାଇନାର ବେଜିଂରୁ ସ୍କାମରମାନେ ଏହି ଆଇଡି ଚଳାଉଥିଲେ। ଏହା ବ୍ୟତୀତ ବିଦେଶରୁ ପରିଚାଳିତ ହେଉଥିବା ଏକ ହ୍ବାଟ୍ସଆପ୍‌ ନମ୍ବର ମଧ୍ୟ ମିଳିଥିଲା। ଏଥିରେ କାରବାର ହୋଇଥିବା ଅର୍ଥ ଯାଞ୍ଚ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲା। ଠକାମିର ଶିକାର ହୋଇଥିବା ଲୋକେ ଏକ ସେଲ୍‌ କମ୍ପାନୀ ଆକାଉଣ୍ଟରେ ଟଙ୍କା ଜମା କରିଥିବା ଜଣାପଡ଼ିଥିଲା। ଏଥିରେ ଦୈନିକ କାରବାର ପରିମାଣ ଥିଲା ହାରାହାରି ୫.୨ କୋଟି ଟଙ୍କା। ପୋଲିସ ଅଭିଷେକ ଗର୍ଗ(୪୦), ସତୀଶ ଯାଦବ (୩୬) ଏବଂ ସନ୍ଦୀପ ମହଲା (୩୨)ଙ୍କୁ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ ହଜାର ଲୋକଙ୍କଠାରୁ ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ନୀତି ମାମଲାରେ ଆହୁରି ଅଧିକ ଲୋକ ଗିରଫ ହେବେ ବୋଲି ଆଉଟର ନର୍ଥ ଡିସିପି ଦେବେଶ ମହଲା କହିଛନ୍ତି। ଜର୍ଜିଆରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗର୍ଗ ବୈଷୟିକ ସହାୟତା ଯୋଗାଉଥିଲେ। ଏହା ସହାୟତାରେ ସେମାନେ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରୁଥିଲେ। ଦିଲ୍ଲୀ ୟୁନିଭର୍ସିଟିର ସ୍ନାତକ ତଥା ଦିଲ୍ଲୀ ବାସିନ୍ଦା ଯାଦବ ପୂର୍ବରୁ ବିଭିନ୍ନ କମ୍ପାନୀରେ କାମ କରିଥିଲେ। ସେ ମିରର ଆପ୍‌ ବ୍ୟବହାର କରି ମୁଖ୍ୟ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍‌ ସହ ଓଟିପି ଆକ୍ସେସ ସୁବିଧା କରୁଥିଲେ। ସନ୍ଦୀପ ଇ-ଓ୍ବାଲେଟ ମାଧ୍ୟମରେ ବିଦେଶକୁ ଅର୍ଥ ପ୍ରେରଣ କରୁଥିଲେ। ଉକ୍ତ ଅର୍ଥ ୭ଟି ବିଭିନ୍ନ କମ୍ପାନୀ ଦେଇ ପଠାଯାଉଥିଲା। ବେଳେବେଳେ କ୍ରିପ୍ଟୋ କରେନ୍ସିକୁ ମଧ୍ୟ ବ୍ୟବହାର କରାଯାଉଥିଲା। ଏହା ଉପରେ ତଦନ୍ତ ଜାରି ରହିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଘରେ ରହି କାମ କରିବା କିମ୍ବା ପାର୍ଟ ଟାଇମ୍‌ ନିଯୁକ୍ତି ଅଫର ଦେଉଥିବା ବାର୍ତ୍ତାର ପ୍ରଲୋଭନରେ ନ ପଡ଼ିବାକୁ ପୋଲିସ ଜନସାଧାରଣଙ୍କୁ ସତର୍କ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri