କ୍ରୁଟ୍‌ ମୋ’ ବସ୍‌ ସଂଖ୍ୟାରେ ଯୋଗ ହେବ ୨୦୦ ଅତିରିକ୍ତ ଇ-ବସ୍‌

ଭୁବନେଶ୍ୱର,୩୦ା୧୨: କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(crut) ଜନସାଧାରଣଙ୍କ ଯାତାୟାତର ଗତିଶୀଳତା, ପରିବେଶ ସ୍ଥିରତା ବୃଦ୍ଧି ଏବଂ ଜନ ପରିବହନରେ ପରିବର୍ତ୍ତନ ଆଣିବା ପାଇଁ ନଭେମ୍ବର ୨୦୧୮ରେ ୨୦୦ ଡିଜେଲ ବସ୍‌ ସହିତ ୫୫ ମିଡି ବସ୍‌ (୨୫ ନୂତନ ଏବଂ ୩୦ ପୁରୁଣା)କୁ ନେଇ ଚଳାଚଳ ଶୁଭାରମ୍ଭ ହୋଇଥିଲା। ଜୁନ୍‌ ୨୦୨୨ ସୁଦ୍ଧା ଏଥିରେ ଆହୁରି ୫୦ଟି ବସ୍‌ ଯୋଗ ହୋଇଥିଲା। ଜାନୁୟାରୀ ୨୦୨୩ରେ ମୋ’ ବସ୍‌ ସେବାକୁ ବଢ଼ାଇ ୧୦୦ ମିଡି ବସ୍‌ ଯୋଗକରି ରାଉରକେଲାରେ ମୋ’ ବସ ଚଳାଚଳ ଆରମ୍ଭ ହୋଇଥିଲା। ସହରରେ ପ୍ରଥମ ଏବଂ ଶେଷ ମାଇଲ ସଂଯୋଗ ପାଇଁ ଯାତ୍ରୀମାନେ ମୋ ବସ୍‌ରୁ ଓହ୍ଲାଇ ଘର ଏବଂ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ମୋ’ ଇ-ରାଇଡ (ଇ-ରିକ୍ସା) ସେବା ଯାହା ୨୦୨୨ରେ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା

ପୁରୀ, କଟକ, ଭୁବନେଶ୍ବର ଅଞ୍ଚଳରେ କ୍ରୁଟ ପକ୍ଷରୁ ୩୦୫ଟି ମୋ’ ବସ୍‌ ଚଳାଚଳ କରିବା ସହିତ ରାଉରକେଲାରେ ୧୦୦ଟି ମୋ’ ବସ୍‌ ଚଳାଚଳ କରୁଛି। ଆଗାମୀ ଦିନରେ ଏହାର ଅଧିକ ଆବଶ୍ୟକତାକୁ ନଜରରେ ରଖି ମୋ ବସ୍‌ ସଂଖ୍ୟାରେ ବୃଦ୍ଧି କରାଯିବାର ଯୋଜନା ରହିଛି। ସେନେଇ ଆଗାମୀ ଦିନରେ ଅତିରିକ୍ତ ୨୦୦ ଇଲେକ୍ଟ୍ରିକ୍‌ ବସ୍‌ ଯୋଗ କରି ଜନପରିବହନର କାର୍ଯ୍ୟକ୍ଷମ ପରିସରକୁ ବ୍ୟାପକ କରିବା ପାଇଁ ଲକ୍ଷ୍ୟ ରଖିଛି। କ୍ରୁଟ୍‌ ଇଲେକ୍ଟ୍ରିକ୍‌ ବସ୍‌ ଉପସ୍ଥାପନ ପରିବେଶ ଅନୁକୂଳ ହେବା ସହିତ ଆଧୁନିକ ଜନପରିବହନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ହେବ। ଯାହା ବାୟୁ ପ୍ରଦୂଷଣ, ଗ୍ରୀନ୍‌ ହାଉସ୍‌ ଗ୍ୟାସ ନିର୍ଗମନ ଇତ୍ୟାଦିକୁ ହ୍ରାସ କରିବାରେ ସହାୟକ ହେବ।

୨୦୦ ଇଭି ଏସି ବସ୍‌ କ୍ରୟ ଏବଂ ଏହାର ସୁପରିଚାଳନା କାର୍ଯ୍ୟ ପାଇଁ ଜେବିଏମ୍‌ ଇକୋ ଲାଇଫ୍‌ ସହିତ ହେବାକୁ ଥିବା ଚୁକ୍ତିନାମାକୁ କ୍ୟାବିନେଟ୍‌ ଅନୁମୋଦନ  କରିଛନ୍ତି। ୯ରୁ ୧୦ ମିଟର ଆକାରର ଇଲେକ୍ଟ୍ରିକ୍‌ ବସ ଏବଂ ଏହାର ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ, ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ (ଜିସିସି) ମଡେଲ ଆଧାରରେ ବସ୍‌ ଅପରେଟ ପାଇଁ କିଲୋମିଟର ପିଛା ୬୪.୮୧ ଟଙ୍କା ଲେଖାଏ ୧୦ ବର୍ଷ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଏହି ୨୦୦ ଇ-ବସ୍‌ ପ୍ରକଳ୍ପର ମୋଟ୍‌ ମୂଲ୍ୟ ୯୩୩,୨୬,୪୦,୦୦୦ (୯ ଶହ ୩୩ କୋଟି ୨୬ ଲକ୍ଷ ୪୦ ହଜାର ଟଙ୍କା) ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?