ତର୍କରା ଡ୍ୟାମ୍‌ରେ ଗାଧୋଇଲା ବେଳେ ଅଘଟଣ: ୨ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା,୪ା୫(ସଙ୍ଗୀତା ଜେନା): ରଘୁନାଥପାଲୀ ଥାନା ଜଲଦା ଫାଣ୍ଡି ଅନ୍ତର୍ଗତ ତର୍କରା ଡ୍ୟାମ୍‌ ଶନିବାର ଅପରାହ୍ନରେ ଗାଧୋଇବାକୁ ଯାଇ ୨ ଜଣ ଯୁବକଙ୍କ ସଲୀଲ ସମାଧୀ ଘଟିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ, ରାଜ୍ୟ ଅଗ୍ନିଶମର ଦମକଳ ବାହିନୀ ଓ ଓଡ୍ରାଫ ଟିମ ପଂହଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ।

ପ୍ରାୟ ୨ ଘଣ୍ଟାର ଖୋଜାଖୋଜି ପରେ ଯୁବକ ଦ୍ୱୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ମାନେ ହେଉଛନ୍ତି ପ୍ଲାଂଟସାଇଟ ଥାନା ଅନ୍ତର୍ଗତ ରାଉରକେଲା ପାୱାର ହାଉସ ଲାଲ ବିଲଡିଂର ରାଜକୁମାର ମହତୋ(୨୦) ଓ ଛେଣ୍ଡ ଥାନା ଅନ୍ତର୍ଗତ ଛେଣ୍ଡ କଲୋନୀର ଜରୟୁବ ଖାନ(୨୦)।

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଅପରାହ୍ନରେ ୪-୫ ଜଣ ଛାତ୍ର ଉକ୍ତ ଡ୍ୟାମ୍‌କୁ ଗାଧୋଇବାକୁ ଆସିଥିଲେ । ସେଥିରୁ କିଛି ଗାଧୋଇବାକୁ ଗଭୀର ଜଳକୁ ଆସିଥିଲେ। ପ୍ରାୟ ୩ ଜଣ ଯୁବକ ଗାଧୋଉଥିବା ବେଳେ ଉକ୍ତ ଯୁବକ ମାନେ ବୁଡିବାକୁ ଲାଗିଥିଲେ।

ସ୍ଥାନୀୟ ଲୋକ ଜଣଙ୍କୁ ବଂଚାଇବାରେ ସକ୍ଷମ ହୋଇଥିଲେ। ବର୍ତ୍ତି ଯାଇଥିବା ଉକ୍ତ ଯୁବକ ହେଉଛନ୍ତି ଛେଣ୍ଡ ଅଂଚଳର ଭବେଶ ପ୍ରସାଦ(୧୯)। ଉଦ୍ଧାର ମୃତଦେହକୁ ରାଉରକେଲା ସରକାରୀ ଡାକ୍ତରଖାନା ମର୍ଗ ହାଉସରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ୧୨୮ ଗାଈ, ମାଡ଼ିବସିଲା ପୋଲିସ, ଗିରଫ ହେଲେ…

ଭଞ୍ଜନଗର,୧୭।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ବିଗତ କିଛି ଦିନ ହେବ ବେଆଇନ ଗୋଚାଲାଣ ଉପରେ କଡ଼ା ଆଭିମୁଖ୍ୟ ଆପଣାଇଛି। ରବିବାର ଓ ସୋମବାର...

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଲାଗି ଦାବି କଲେ ଗ୍ରାମବାସୀ

ସଇଁତଳା,୧୭।୩(ରାଖାଲ ପ୍ରସାଦ ଶତପଥି) : ସଇଁତଳା ଥାନା ଅନ୍ତର୍ଗତ ବରାହମାଲ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି।...

ମରାମତି ପାଇଁ ପୋଖରୀ ପରିଦର୍ଶନ କଲେ ବିଡ଼ିଓ, ମାସିକ ବୈଠକରେ ସର୍ବସମ୍ମତି କ୍ରମେ ଅର୍ଥ ମଞ୍ଜୁର, ଖର୍ଚ୍ଚ ହେବ…

କେସିଙ୍ଗା.୧୭।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସିରୋଲ ଗ୍ରାମ ପଞ୍ଚାୟତର ଚଟାଣ ସାଗରର ମରାମତି ଓ ପଙ୍କ ଉଠାଇବା ପାଇଁ ବିଡ଼ିଓ, ବ୍ଲକ ଅଧ୍ୟକ୍ଷଙ୍କ...

ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ: ଚନ୍ଦ୍ରକାନ୍ତ-ବିଘ୍ନେଶ ଯୋଡି ଚାମ୍ପିୟନ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳ ପଡିଆ ପରିସରରେ ଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଆନ୍ତଃରାଜ୍ୟ ଖେମୁଣ୍ଡି ଓପନ...

ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ପୋଲିସ, ୨ ଜୁଆଡିଙ୍କ ପାଖରୁ ଜବତ ହେଲା…

ହିଞ୍ଜିଳିକାଟୁ,୧୭।୩(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ମୋହିଗୁଡା ଘୋଡାହାଡ ନଦୀ କୂଳରେ ରବିବାର ବିଳମ୍ବିତ ରାତିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ...

ବିଦ୍ୟୁତ ଆଘାତରେ ଆସି ରଙ୍ଗମିସ୍ତ୍ରୀଙ୍କ ମୃତ୍ୟୁ, ନିଯୁକ୍ତି ଦାବିରେ ମୃତଦେହ ରଖି ରାସ୍ତାରୋକୋ

ବ୍ରହ୍ମପୁର, ୧୭/୩(ସୁବାସ ଚନ୍ଦ୍ର ପାଢ଼ୀ): ବିଦ୍ୟୁତ ତାର ଆଘାତରେ ଜଣେ ରଙ୍ଗମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ସଦର ଥାନା ଅନ୍ତର୍ଗତ ଲାଠୀ ଗ୍ରାମ କୁମ୍ଭାର...

ଯୁବତୀଙ୍କ ଆତ୍ମହତ୍ୟା: ମୃତଦେହ ଜବତ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ଗଜାନନ ଗଳିରେ ପରିବାର ସହ ରହୁଥିବା ଜଣେ ୨୦ ବର୍ଷୀୟା ଯୁବତୀ ମନିଷା ବେହେରା...

୩ ବର୍ଷର ଶିଶୁର ଅସାଧାରଣ ପ୍ରତିଭା:ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଦେବ୍ୟାଂଶ

ପାଟଣା,୧୭୩(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଶ୍ରୀ ବିଦ୍ୟା ବାଟିକାରେ ଅଧ୍ୟୟନ କରୁଥିବା ତୁରୁମୁଙ୍ଗା ଗ୍ରାମର ଦେବେଶ ସାହୁ ଏବଂ ରୋଜାଲିନ ବେହେରାଙ୍କ ୩...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri