ଗଞ୍ଜାମ ପୋଲିସ ଜିଲାରେ ଇନ୍ସପେକ୍ଟରସ୍ତରରେ ବଡ଼ ଧରଣର ଅଦଳବଦଳ: ୮ ଅଧିକାରୀଙ୍କ ବଦଳି, ୩ ଥାନାରେ ନୂଆ ଆଇଆଇସି

ଛତ୍ରପୁର, ୨୪।୧୧ (ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାରେ ଇନ୍ସପେକ୍ଟର ସ୍ତରରେ ଏକ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ କରାଯାଇଛି। ଜିଲାର ବିଭିନ୍ନ ଥାନା ଓ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ମୋଟ ୮ ଜଣ ଇନ୍ସପେକ୍ଟରଙ୍କ ଦାୟିତ୍ୱରେ ପରିବର୍ତ୍ତନ ହୋଇଛି। ଏହି କ୍ରମରେ ସୋରଡ଼ା, ଶେରଗଡ଼ ଓ ବଡ଼ଗଡ଼ ଥାନାରେ ନୂତନ ଆଇଆଇସିଙ୍କୁ ନିଯୁକ୍ତି ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆସିକା ଥାନାର ଅତିରିକ୍ତ ଆଇଆଇସି ସୌମ୍ୟରଞ୍ଜନ ଜେନାଙ୍କୁ ସୋରଡ଼ା ଥାନାର ନୂତନ ଆଇଆଇସି ଭାବେ ନିଯୁକ୍ତି ମିଳିଛି। ସେହିପରି ବଡ଼ଗଡ଼ ଥାନାର ଆଇଆଇସି ବିମଳ କୁମାର କହଁରଙ୍କୁ ଶେରଗଡ଼ ଥାନାର ନୂତନ ଆଇଆଇସି ଦାୟିତ୍ୱ ଦିଆଯାଇଥିବା ବେଳେ ଜଗନ୍ନାଥପ୍ରସାଦ ଥାନାର ଅତିରିକ୍ତ ଆଇଆଇସି ଅନିଲ କୁମାର ଦେବତା ବଡ଼ଗଡ଼ ଥାନାର ନୂତନ ଆଇଆଇସି ହୋଇଛନ୍ତି।

ଅନ୍ୟପକ୍ଷରେ, ସୋରଡ଼ା ଥାନାର ଆଇଆଇସି ସୁନୀଲ କୁମାର ପ୍ରଧାନ ଏବଂ ଶେରଗଡ଼ ଥାନାର ଆଇଆଇସି ବରେନ୍ଦ୍ର ସିଆଳଙ୍କୁ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଶେରଗଡ଼ ଥାନାର ଅତିରିକ୍ତ ଆଇଆଇସି ଜ୍ଞାନରଞ୍ଜନ ସେଠୀଙ୍କୁ ମଧ୍ୟ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହାବ୍ୟତୀତ ଜିଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ବିଶ୍ୱଜିତ ଜେନାଙ୍କୁ ଖଲ୍ଲିକୋଟ ଥାନାର ଅତିରିକ୍ତ ଆଇଆଇସି ଭାବେ ବଦଳି କରାଯାଇଥିବା ବେଳେ ଖଲ୍ଲିକୋଟ ଥାନାର ଅତିରିକ୍ତ ଆଇଆଇସି ଭୈରବ କୁମାର ଭୂୟାଁଙ୍କୁ ଆସିକା ଥାନାର ଅତିରିକ୍ତ ଆଇଆଇସି ଭାବେ ନୂତନ ଦାୟିତ୍ୱ ମିଳିଛି।

ପୁଲିସ ପ୍ରଶାସନରେ କାର୍ଯ୍ୟଦକ୍ଷତା ବୃଦ୍ଧି, ଆଇନଶୃଙ୍ଖଳା ପରିସ୍ଥିତିର ସୁପରିଚାଳନା ଏବଂ ଥାନାସ୍ତରରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଅଦଳବଦଳ କରାଯାଇଥିବା ମନେ କରାଯାଉଛି। ସମସ୍ତ ଅଧିକାରୀଙ୍କୁ ତୁରନ୍ତ ପୂର୍ବ ଦାୟିତ୍ୱ ହସ୍ତାନ୍ତର କରି ନୂତନ ସ୍ଥାନରେ ଯୋଗଦେବାକୁ ଗଞ୍ଜାମ ଏସ୍‌ପିଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨ଟି ମ୍ୟାଚ୍‌ର ପ୍ରତିଶୋଧ, ପ୍ଲାନ କରି ବାଡେଇଲେ ୨୦୪ ରନ୍‌; ବୈଭବ ଖୋଲିଲେ ଗୁମର

ନୂଆଦିଲ୍ଲୀ,୨୪।୧୧: ଇଣ୍ଡିଆ-ଏ (India-A) ପାଇଁ ବୈଭବ ସୂର୍ଯ୍ୟବଂଶୀ ୨୦୪ ରନ୍‌ର ବିସ୍ଫୋରକ ପାଳି ଖେଳିଛନ୍ତି। ମଙ୍ଗଳବାର (୨୪ ନଭେମ୍ୱର) ୨୦୨୬ ରାଇଜିଂ ଷ୍ଟାର ଏସିଆ କପ୍‌ରେ ଇଣ୍ଡିଆ-ଏ…

ମାଆଙ୍କୁ ଟଣାଓଟରା ପ୍ରତିବାଦ କରିବାରୁ ଦୁଇ ଭାଇଙ୍କୁ ଛୁରୀ ଭୁସିଲେ; ଶ୍ୱଶୁର-ଜ୍ୱାଇଁ ଗିରଫ, ଜାମିନ ଖାରଜ ପରେ…

ଦିଗପହଣ୍ଡି, ୨୪।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଭାଇଙ୍କୁ ଛୁରୀ ଭୁସି…

ବଡ଼ବାପାଙ୍କ ହତ୍ୟାର ପ୍ରତିଶୋଧ ନେଲେ ପୁତୁରା, ୧୧ ବର୍ଷ ଜେଲ୍ କାଟି ଫେରିଥିବା ଅଭିଯୁକ୍ତଙ୍କୁ ପିଟିପିଟି…

ପାତ୍ରପୁର, ୨୪।୧୧ (ଉମା ଚରଣ ନେପାକ): ପୁରୁଣା ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି ତାଙ୍କ ପୁତୁରା। ପାତ୍ରପୁର ଗ୍ରାମର କୃଷ୍ଣ ବେହେରାଙ୍କ…

ଥାନାଧିକାରୀ ବଦଳୁଛନ୍ତି, କିନ୍ତୁ ଧରାପଡ଼ୁନାହାନ୍ତି ଅଭିଯୁକ୍ତ: ୫ କୋଟିର ଜାଲି ଗ୍ୟାରେଣ୍ଟି ଦେଇ ଚମ୍ପଟ ମାରିଛନ୍ତି ଲିଜଧାରୀ

ହାଟଡିହୀ, ୨୪।୧୧ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅନ୍ତର୍ଗତ ଗିରିଗାଁ ବୈତରଣୀ ବାଲି ଘାଟ ନିଲାମରେ ୫.୧୫ କୋଟି ଟଙ୍କାର ଜାଲି ବ୍ୟାଙ୍କ ଗ୍ୟାରେଣ୍ଟି…

କାର୍ତ୍ତିକ ପୂର୍ଣ୍ଣିମାରେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ବିଶ୍ୱପ୍ରସିଦ୍ଧ ଡେରାବେଶ ମୋହିଲା ଦର୍ଶକଙ୍କ ମନ

ବଡ଼କୋଦଣ୍ଡା, ୨୪/୧୧ (ବାବୁଲା ପ୍ରଧାନ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଘୁମୁସର ମାଟିର ପ୍ରସିଦ୍ଧ ଲୋକକଳା ଓ ପରମ୍ପରାର ପ୍ରତୀକ ବଡ଼କୋଦଣ୍ଡାର ବିଶ୍ୱପ୍ରସିଦ୍ଧ ଡେରାବେଶ ଉତ୍ସବ…

୧୪ତମ ଆନ୍ତର୍ଜାତୀୟ କଳା ଶିବିର ଓ ବାଲୁକା ଉତ୍ସବରେ କଳାକୃତି ପ୍ରଦର୍ଶନ କଲେ ଓମ୍‌ ପ୍ରକାଶ ସାହୁ

କର୍ଲାମୁଣ୍ଡା, ୨୪/୧୧ (ପ୍ରଦୀପ କୁମାର ସାହୁ): ବାଲେଶ୍ୱର ଜିଲାର ଡଗରା ବେଳାଭୂମିରେ ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ପକ୍ଷରୁ ନଭେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ୧୪ତମ ଆନ୍ତର୍ଜାତୀୟ…

ପରମ୍ପରାର ମହକରେ ମହକିଲା ରିଷିଡ଼ା, ଧୁମ୍‌ଧାମ୍‌ରେ ପାଳିତ ହେଲା ବୋଇତ ବନ୍ଦାଣ

ରିଷିଡ଼ା, ୨୪/୧୧ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡ଼ାଠାରେ ଶ୍ରୀଶ୍ରୀ ରାମଚନ୍ଦ୍ର ସ୍ୱାମୀ ଗ୍ରାମ୍ୟ ସମିତି ତୈଳିକ ବଳଦିଆ ବୈଶ୍ୟ ସମାଜ ପକ୍ଷରୁ…

ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ଝଲକ, ମହାନଦୀରେ ଜମ୍ବୁଦ୍ୱୀପ ବୋଇତ ବନ୍ଦାଣ: ମହାକାଳପଡ଼ାରେ ଉତ୍ସବମୁଖର କାର୍ତ୍ତିକ ପୂର୍ଣ୍ଣିମା

ମହାକାଳପଡ଼ା, ୨୪।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ପଞ୍ଚାୟତର ବାହାକୁଦସ୍ଥିତ ମହାନଦୀ କୂଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?