ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ୨ ମହିଳାଙ୍କ ଜୀବନ, ୩ ଗୁରୁତର

ରାଇରଙ୍ଗପୁର,୨୬।୭: ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅଧୀନ ପୁରୁଣିଆ ଗ୍ରାମରେ ମଙ୍ଗଳବାର ଏକ ଟ୍ରାକ୍ଟର ଓଲଟି ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଦଲକି ଗ୍ରାମର ମନ୍ଦୋଦରୀ ପାତ୍ର(୫୦) ଓ ମିତା ହାଁସଦା(୨୨) ଏବଂ ଗୁରୁତରମାନେ ହେଲେ ସେହି ଗ୍ରାମର ସୋମବାରୀ ମାଝୀ(୪୫ ) ଓ ବୁଦୁଜ ମାଝୀ (୫୦), ପୁନି ମାରାଣ୍ଡି। ସେମାନଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ବାଦାମପାହାଡ଼ ଥାନା ଅନ୍ତର୍ଗତ କେଶରଗଡ଼ିଆ ଦଲକୀ ଗ୍ରାମର ୫ ଜଣ ମହିଳା ଏକ ଟ୍ରାକ୍ଟରରେ (ଓଡି୧୧ଡବ୍ଲୁ-୧୧୫୯) ବସି ପୁରୁଣିଆକୁ ଚାଷ କାମ କରିବାକୁ ଯାଉଥିଲେ। ହେଲେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ପୁରୁଣିଆ କେନାଲ ନିକଟରେ ଓଲଟି ପଡିଥିଲା। ଫଳରେ ଟ୍ରାକ୍ଟର ତଳେ ଚାପିହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ଅଛନ୍ତି। ବାଦାମପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହିତ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ଭୁବନେଶ୍ୱର,୩।୧(ବ୍ୟୁରୋ): ବହୁ ଚର୍ଚ୍ଚିିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ ଜାରି ରଖିଛି। ତେବେ ଏହି ମାମଲରେ ଜଣଙ୍କ ପରେ ଜଣଙ୍କୁ ଇଡି...

ଅଧାବାଟରେ ଫାଟିଲା ଆମ୍ବୁଲାନ୍ସ ଚକା: ଷ୍ଟ୍ରେଚରରେ ରୋଗୀଙ୍କୁ ନେଲେ କର୍ମଚାରୀ

ସଜନାଗଡ଼, ୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ହସ୍ପିଟାଲକୁ ଶୁକ୍ରବାର ପୂର୍ବାହ୍ନରେ ଜଣେ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସରେ ଅଣାଯାଉଥିବା ବେଳେ ନୀଳଗିରି ବଜାରରେ ଆମ୍ବୁଲାନ୍ସର ପଛ ଚକା ଫାଟିଯାଇଥିଲା।...

ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। କଟକ ତୁଳସୀପୁର ସ୍ଥିତ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ଆୟ ବର୍ହିଭୂତ...

ଭୁବନେଶ୍ୱରରେ ମାଡ଼ିବାରେ ଲାଗିଲାଣି କରୋନା: ଆଉ ୧୯ ପଜିଟିଭ୍‌ ଚିହ୍ନଟ; ଅଛି ୧୫ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ଅଞ୍ଚଳରେ ଶନିବାର ଆଉ ୧୯ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୪ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌ ଥିବା ବେଳେ ୧୫...

ତହସିଲ କାର୍ଯ୍ୟାଳୟ ଘେରିଲେ ହିତାଧିକାରୀ

ବାରିପଦା ଅଫିସ,୧୩ା୨ – ରାଜ୍ୟସରକାରଙ୍କ ଯୋଜନା ଅନୁଯାୟୀ ମୟୂରଭଞ୍ଜ ଜିଲା ଶାମାଖୂଣ୍ଟା ବ୍ଲକ ଅଧୀନ ଦୁଧିଆଶୋଳ ପଞ୍ଚାୟତର ଭୂମିହୀନ କାଳିନ୍ଦୀ ସମ୍ପ୍ରଦାୟର ଲୋକମାନଙ୍କୁ ବସୁନ୍ଧରା ଯୋଜନାରେ...

କଡ଼ାକଡ଼ି ହେବ ପ୍ରଥମବର୍ଷ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର,୧୪-୧(ବ୍ୟୁରୋ):ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ରାଜ୍ୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ ପ୍ରୟାସ ଚଳାଇଛନ୍ତି। ଏହି କ୍ରମରେ ଯୁକ୍ତ ୨ର ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନଙ୍କ...

ରାସ୍ତା କାମରେ ମିଥ୍ୟା ବିଲ୍‌, ଦେଢ଼ମାସ ପରେ ବି କାର୍ଯ୍ୟାନୁଷ୍ଠାନ ହେଉନି

ବୋଲଗଡ଼,୭ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଏକ ରାସ୍ତା କାମରେ ମିଥ୍ୟା ବିଲ୍‌ କରି ଅର୍ଥ ତୋସରପାତ କରାଯାଇଥିବା ନେଇ ନାରାୟଣୀପଡ଼ା...

୪.୭୭ ଲକ୍ଷ ଟଙ୍କା ଜବତ, ୬ ଗିରଫ

ଯାଜପୁର ଅଫିସ/କଳିଙ୍ଗନଗର, (ଡି.ଏନ୍‌.ଏ.) ୧୩ା୨: ଯାଜପୁରରୋଡ଼ ଥାନା ଅନ୍ତର୍ଗତ ଦାନଗଦୀ ହାଟ ନିକଟରୁ ଜାଲ୍‌ ନୋଟ କାରବାର ଚଳାଇଥିବା ଏକ ଆନ୍ତଃ ରାଜ୍ୟ ର଼୍ୟାକେଟକୁ ଜିଲା...

Advertisement
Archives

Model This Week