Posted inଜାତୀୟ

୨ ହଜାର ଟଙ୍କିଆ ଯିବାର ଅନ୍ତରାଳେ

ନୂଆଦିଲ୍ଲୀ,୨୨ା୫: ୧୯ ମେ’ ୨୦୨୩ରେ କେନ୍ଦ୍ର ସରକାର ୨ ହଜାର ଟଙ୍କିଆ ନୋଟ୍‌ର ପ୍ରଚଳନକୁ ବନ୍ଦ କରିଦେଇଛନ୍ତି। ୨୩ ମେ’ରୁ ୩୦ ସେପ୍ଟେମ୍ବର ମଧ୍ୟରେ ୨ ହଜାର ଟଙ୍କିଆ ନୋଟ୍‌କୁ ବ୍ୟାଙ୍କରେ ଜମା ଦେଇ ଅନ୍ୟ ନୋଟ୍‌ଗୁଡ଼ିକୁ ନିଆଯାଇପାରିବ। କିନ୍ତୁ ଏହି ବିନିମୟ ପାଇଁ ସର୍ବାଧିକ ୨୦,୦୦୦ ଟଙ୍କା ସୀମା ଧାର୍ଯ୍ୟ କରାଯାଇଛି। ଏଥିସହ ବର୍ତ୍ତମାନଠାରୁ ୨,୦୦୦ ଟଙ୍କିଆ ନୋଟ୍‌ ଜାରି ନ କରିବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପକୁ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ବିମୁଦ୍ରୀକରଣ ବା ‘ଡେମୋ ୨.୦’ ଆଖ୍ୟାଦେଇ ସମାଲୋଚନା କରିଛନ୍ତି। ମୋଦି ଏଥର ୨୦୧୬ ନଭେମ୍ବର ୮ର ବିମୁଦ୍ରୀକରଣ ଭଳି ନିଜେ ୨ ହଜାରିଆ ନୋଟ ପ୍ରତ୍ୟାହାର ବିଷୟ ଘୋଷଣା କରିନାହାନ୍ତି, ବରଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ସାମ୍ନାକୁ ଛଡ଼ାଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବଡ଼ ନୋଟ୍‌କୁ ସର୍କ୍ୟୁଲେଶନ୍‌ରୁ ହଟାଇବା ପାଇଁ ଆର୍‌ବିଆଇ ଘୋଷଣା କରିବା ପଛର ଅଭିସନ୍ଧିକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ସୋମବାରଠାରୁ ଶ୍ରୀନଗରରେ ଭାରତ ପକ୍ଷରୁ ୩ ଦିନିଆ ଜି୨୦ ସମ୍ମିଳନୀ ଆରମ୍ଭ ହେବ। ଏଥିରେ ସାମିଲ ହେବା ପାଇଁ ଚାଇନାକୁ ନିମନ୍ତ୍ରଣ କରାଯାଇଥିଲା। ତେବେ ଚାଇନା ଜମ୍ମୁ-କଶ୍ମୀରକୁ ବିବାଦୀୟ ଭୂଖଣ୍ଡ କହି ଜି୨୦ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକ ବର୍ଜନ କରିଛି। କେବଳ ଚାଇନା ନୁହେଁ, ତୁର୍କୀ ଓ ସାଉଦି ଆରବ ମଧ୍ୟ ଜି୨୦ ବୈଠକରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଜାପାନର ହିରୋଶିମା ସହରରେ ଆୟୋଜିତ ଜି୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ନିମନ୍ତ୍ରଣକ୍ରମେ ମୋଦି ଯୋଗଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଉପରେ ଜାପାନ ଭାରତର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ରେ କୋଭିଡ୍‌-୧୯ ସଂକ୍ରମଣ ସମୟକୁ ବାଦ୍‌ ଦେଲେ ନିଜ ଶାସନ କାଳରେ (୨୦୧୪ରୁ ଅଦ୍ୟାବଧି) ୬୮ ଥର ବିଦେଶ ଗସ୍ତ କରିସାରିଲେଣି। ଏହି ସରକାରୀ ଗସ୍ତ ବାବଦକୁ ଭାରତୀୟଙ୍କ କଷ୍ଟ ଉପାର୍ଜିତ ଧନରୁ କେତେ ଟଙ୍କା ଖର୍ଚ୍ଚ ହେଲାଣି ଏବଂ ଏଥିରୁ କି ସୁଫଳ ମିଳିଛି ତାହା କେନ୍ଦ୍ର ସରକାର ସ୍ପଷ୍ଟ କରିନାହାନ୍ତି। ତେଣୁ ମୋଦିଙ୍କ ବିଫଳତାକୁ ଲୁଚାଇବାକୁ ଯାଇ ୨,୦୦୦ ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର କରାଯାଇଥିବା କୁହାଯାଉଛି।
ଶ୍ରୀନଗରସ୍ଥିତ ଡାଲ୍‌ ହ୍ରଦ କୂଳରେ ମେ’ ୨୨ରୁ ୨୪ ପର୍ଯ୍ୟନ୍ତ ଜି୨୦ ଟୁରିଜମ୍‌ ଓ୍ବାର୍କିଂ ଗ୍ରୁପ୍‌ ବୈଠକ ହେବାକୁ ଯାଉଛି। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବା ପରଠୁ ଏହା ହେଉଛି ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ କୂଟନୈତିକ ବୈଠକ। ଜି୨୦ରେ ଚଳିତବର୍ଷ ଅଧ୍ୟକ୍ଷତା କରୁଥିବା ଭାରତ ପକ୍ଷରୁ ଏଥିରେ ଯୋଗଦେବା ପାଇଁ ସଦସ୍ୟ ରାଷ୍ଟ୍ର ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚାଇନା, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲୀ, ଦକ୍ଷିଣ କୋରିଆ, ଜାପାନ, ମେକ୍ସିକୋ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଆମେରିକା ଏବଂ ବ୍ରିଟେନ ସମେତ ୟୁରୋପୀୟ ସଂଘ (ଇୟୁ)କୁ ନିମନ୍ତ୍ରଣ କରାଯାଇଛି। ସେହିପରି ଅତିଥି ଭାବେ ସ୍ପେନ୍‌, ଜାତିସଂଘ, ବିଶ୍ୱବ୍ୟାଙ୍କ, ଆଫ୍ରିକୀୟ ସଂଘ ଏବଂ ଏସିଆନ୍‌କୁ ମଧ୍ୟ ଡକାଯାଇଛି। କିନ୍ତୁ ପାକିସ୍ତାନର ଘନିଷ୍ଠ ସହଯୋଗୀ ଚାଇନା ଏହାକୁ ଦୃଢ଼ ବିରୋଧ କରିଛି। ଜମ୍ମୁ-କଶ୍ମୀର ଏକ ବିବାଦୀୟ ଭୂଖଣ୍ଡ ହୋଇଥିବାରୁ ସେଠାରେ ଜି୨୦ ବୈଠକ ଆୟୋଜନ କରିବା ଦୁର୍ଭାଗ୍ୟଜନକ। ବେଜିଂ ଏଭଳି ବୈଠକରେ ସାମିଲ ହେବ ନାହିଁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌ ଏକ ବିବୃତିରେ ସ୍ପଷ୍ଟ କରିଛନ୍ତି। ସେହିପରି ତୁର୍କୀ ଓ ସାଉଦି ଆରବ ମଧ୍ୟ ଏହି ସମ୍ମିଳନୀରେ ସାମିଲ ନ ହେବାକୁ ପସନ୍ଦ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଦୁଇଦେଶ ଜି୨୦ରେ ଯୋଗଦାନ ନିମନ୍ତେ ପଞ୍ଜୀକରଣ କରାଇନାହାନ୍ତି।
ଅନ୍ୟପକ୍ଷେ ଜାପାନର ହିରୋଶିମା ସହରରେ ମେ’ ୧୯ରୁ ୨୧ ପର୍ଯ୍ୟନ୍ତ ଜି ୭ ସମ୍ମିଳନୀ ଆୟୋଜିତ ହେଉଛି। ଜାପାନ ଏଥିରେ ଅଧ୍ୟକ୍ଷତା କରୁଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି, ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଏବଂ ଜର୍ମାନୀ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜଙ୍କ ସମେତ ୟୁରୋପିଆନ୍‌ କାଉନ୍‌ସିଲ ପ୍ରେସିଡେଣ୍ଟ ଚାଲର୍‌ସ ମିଶେଲ ଓ ୟୁରୋପୀୟ କମିଶନ ଅଧ୍ୟକ୍ଷା ଭୋନ୍‌ ଡେର୍‌ ଲେୟେନ୍‌ ଯୋଗଦେଇଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଭାରତ ସମେତ ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ବ୍ରାଜିଲ, ଭିଏଟ୍‌ନାମ, ଇଣ୍ଡୋନେସିଆ, କୋମୋରୋସ୍‌ ଏବଂ କୁକ୍‌ ଆଇଲାଣ୍ଡ୍ସର ନେତାମାନଙ୍କୁ ଜି୨୦କୁ ନିମନ୍ତ୍ରଣ କରିଥିଲେ। ଚାଇନାର ବିସ୍ତାରବାଦୀ ନୀତି ଓ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ହିରୋଶିମା ସମ୍ମିଳନୀରେ ଏହି ସ୍ବତନ୍ତ୍ର ନିମନ୍ତ୍ରିତ ରାଷ୍ଟ୍ରଗୁଡ଼ିକର ଉପସ୍ଥିତି ନୂଆ ରଣନୀତି ସ୍ଥିର କରିବାରେ ସହାୟକ ହେବ ବୋଲି କିଶିଦା ଆଶା କରିଥିଲେ। ଏପରି କି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ମଧ୍ୟ ଉକ୍ତ ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଛି। ବର୍ଷେ ତଳେ କ୍ୱାଡ୍‌ ସମ୍ମିଳନୀରେ କିଶିଦା ମସ୍କୋର ୟୁକ୍ରେନ୍‌ ଆକ୍ରମଣ ଉପରେ ଭାରତର ଆଭିମୁଖ୍ୟକୁ ନେଇ ଉଠାଇଥିବା ପ୍ରଶ୍ନର ଉତ୍ତର ମିଳି ନ ଥିବାବେଳେ ଏବେ ଜି୨୦ରେ ଜେଲେନ୍‌ସ୍କିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି। ମୋଦି କହିଛନ୍ତି, ୟୁକ୍ରେନ୍‌ର ମାନବୀୟ ସଙ୍କଟର ସମାଧାନ ପାଇଁ ଭାରତ ଯାହା ପାରିବ କରିବ। ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ଆକାଶଛୁଅଁା ହୋଇଥିବାବେଳେ ମହଙ୍ଗା ମାଡ଼ରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ତୁହାକୁ ତୁହା ବିଦେଶ ଗସ୍ତ କରିବାରେ ଲାଗିଛନ୍ତି। ତାଙ୍କ ଗସ୍ତର ସୁଫଳ ଦେଶବାସୀ ପାଉ ନ ଥିବାବେଳେ ତମାମ ବିଫଳତାରୁ ଧ୍ୟାନ ହଟାଇବା ପାଇଁ ମୋଦି ନିଜେ ଆଣିଥିବା ୨,୦୦୦ ଟଙ୍କିଆ ନୋଟ୍‌କୁ ହଠାତ୍‌ ବନ୍ଦ କରିଦିଆଯାଇଥିବା ଅନେକେ ସମାଲୋଚନା କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରେ ନିଆଁ ଲାଗି ୬ ମୃତ, ୧୨ ଆଇସିୟୁରେ ଭର୍ତ୍ତିି

ପାଟନା,୨୫ା୪: ଗୁରୁବାର ପାଟନାରେ ଥିବା ଏକ ହୋଟେଲରେ ନିଆଁ ଲାଗିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି...

ଭାଜପାରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର: ମା’ଙ୍କ କଥାରେ ଧରିଲେ ପଦ୍ମ

ନୂଆଦିଲ୍ଲୀ,୨୫।୪: ବିହାରର ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଦଳର ଜାତୀୟ ସଭାପତି ଜେପି ନଡାଙ୍କୁ ଭେଟି ପଦ୍ମ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ନଜର ଆସିବେ ହେଭିଓ୍ବେଟ ନେତା, ଭାଗ୍ୟ ପରୀକ୍ଷା କରିବେ ରାହୁଲ-ଶଶୀ ଥରୁର୍‌

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନକୁ ନେଇ ଦେଶରେ ସୃଷ୍ଟି ହୋଇଛି ଏକ ଭିନ୍ନ ପରିବେଶ । ପ୍ରଥମ ପର୍ଯ୍ୟାୟ ପରେ ସବୁ ରାଜନୈତିକ ଦଳ ଏବେ...

ପ୍ରଧାନ ବିଚାରପତି କଲେ ବଡ଼ ଘୋଷଣା, ହ୍ବାଟ୍ସଆପ୍‌ରେ ଓକିଲଙ୍କୁ ମାମଲା ସମ୍ପର୍କିତ ସୂଚନା ପ୍ରଦାନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ ଘୋଷଣା କରିଛନ୍ତି ଯେ ସୁପ୍ରିମକୋର୍ଟ ହ୍ବାଟ୍ସଆପ୍‌ ଜରିଆରେ ଓକିଲଙ୍କ ସହ ଶୁଣାଣି ହେବାକୁ ଥିବା ମାମଲା, ମାମଲା...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ...

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri