Posted inଜାତୀୟ

୨ ହଜାର ଟଙ୍କିଆ ଯିବାର ଅନ୍ତରାଳେ

ନୂଆଦିଲ୍ଲୀ,୨୨ା୫: ୧୯ ମେ’ ୨୦୨୩ରେ କେନ୍ଦ୍ର ସରକାର ୨ ହଜାର ଟଙ୍କିଆ ନୋଟ୍‌ର ପ୍ରଚଳନକୁ ବନ୍ଦ କରିଦେଇଛନ୍ତି। ୨୩ ମେ’ରୁ ୩୦ ସେପ୍ଟେମ୍ବର ମଧ୍ୟରେ ୨ ହଜାର ଟଙ୍କିଆ ନୋଟ୍‌କୁ ବ୍ୟାଙ୍କରେ ଜମା ଦେଇ ଅନ୍ୟ ନୋଟ୍‌ଗୁଡ଼ିକୁ ନିଆଯାଇପାରିବ। କିନ୍ତୁ ଏହି ବିନିମୟ ପାଇଁ ସର୍ବାଧିକ ୨୦,୦୦୦ ଟଙ୍କା ସୀମା ଧାର୍ଯ୍ୟ କରାଯାଇଛି। ଏଥିସହ ବର୍ତ୍ତମାନଠାରୁ ୨,୦୦୦ ଟଙ୍କିଆ ନୋଟ୍‌ ଜାରି ନ କରିବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପକୁ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ବିମୁଦ୍ରୀକରଣ ବା ‘ଡେମୋ ୨.୦’ ଆଖ୍ୟାଦେଇ ସମାଲୋଚନା କରିଛନ୍ତି। ମୋଦି ଏଥର ୨୦୧୬ ନଭେମ୍ବର ୮ର ବିମୁଦ୍ରୀକରଣ ଭଳି ନିଜେ ୨ ହଜାରିଆ ନୋଟ ପ୍ରତ୍ୟାହାର ବିଷୟ ଘୋଷଣା କରିନାହାନ୍ତି, ବରଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ସାମ୍ନାକୁ ଛଡ଼ାଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବଡ଼ ନୋଟ୍‌କୁ ସର୍କ୍ୟୁଲେଶନ୍‌ରୁ ହଟାଇବା ପାଇଁ ଆର୍‌ବିଆଇ ଘୋଷଣା କରିବା ପଛର ଅଭିସନ୍ଧିକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ସୋମବାରଠାରୁ ଶ୍ରୀନଗରରେ ଭାରତ ପକ୍ଷରୁ ୩ ଦିନିଆ ଜି୨୦ ସମ୍ମିଳନୀ ଆରମ୍ଭ ହେବ। ଏଥିରେ ସାମିଲ ହେବା ପାଇଁ ଚାଇନାକୁ ନିମନ୍ତ୍ରଣ କରାଯାଇଥିଲା। ତେବେ ଚାଇନା ଜମ୍ମୁ-କଶ୍ମୀରକୁ ବିବାଦୀୟ ଭୂଖଣ୍ଡ କହି ଜି୨୦ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକ ବର୍ଜନ କରିଛି। କେବଳ ଚାଇନା ନୁହେଁ, ତୁର୍କୀ ଓ ସାଉଦି ଆରବ ମଧ୍ୟ ଜି୨୦ ବୈଠକରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଜାପାନର ହିରୋଶିମା ସହରରେ ଆୟୋଜିତ ଜି୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ନିମନ୍ତ୍ରଣକ୍ରମେ ମୋଦି ଯୋଗଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଉପରେ ଜାପାନ ଭାରତର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ରେ କୋଭିଡ୍‌-୧୯ ସଂକ୍ରମଣ ସମୟକୁ ବାଦ୍‌ ଦେଲେ ନିଜ ଶାସନ କାଳରେ (୨୦୧୪ରୁ ଅଦ୍ୟାବଧି) ୬୮ ଥର ବିଦେଶ ଗସ୍ତ କରିସାରିଲେଣି। ଏହି ସରକାରୀ ଗସ୍ତ ବାବଦକୁ ଭାରତୀୟଙ୍କ କଷ୍ଟ ଉପାର୍ଜିତ ଧନରୁ କେତେ ଟଙ୍କା ଖର୍ଚ୍ଚ ହେଲାଣି ଏବଂ ଏଥିରୁ କି ସୁଫଳ ମିଳିଛି ତାହା କେନ୍ଦ୍ର ସରକାର ସ୍ପଷ୍ଟ କରିନାହାନ୍ତି। ତେଣୁ ମୋଦିଙ୍କ ବିଫଳତାକୁ ଲୁଚାଇବାକୁ ଯାଇ ୨,୦୦୦ ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର କରାଯାଇଥିବା କୁହାଯାଉଛି।
ଶ୍ରୀନଗରସ୍ଥିତ ଡାଲ୍‌ ହ୍ରଦ କୂଳରେ ମେ’ ୨୨ରୁ ୨୪ ପର୍ଯ୍ୟନ୍ତ ଜି୨୦ ଟୁରିଜମ୍‌ ଓ୍ବାର୍କିଂ ଗ୍ରୁପ୍‌ ବୈଠକ ହେବାକୁ ଯାଉଛି। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବା ପରଠୁ ଏହା ହେଉଛି ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ କୂଟନୈତିକ ବୈଠକ। ଜି୨୦ରେ ଚଳିତବର୍ଷ ଅଧ୍ୟକ୍ଷତା କରୁଥିବା ଭାରତ ପକ୍ଷରୁ ଏଥିରେ ଯୋଗଦେବା ପାଇଁ ସଦସ୍ୟ ରାଷ୍ଟ୍ର ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚାଇନା, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲୀ, ଦକ୍ଷିଣ କୋରିଆ, ଜାପାନ, ମେକ୍ସିକୋ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଆମେରିକା ଏବଂ ବ୍ରିଟେନ ସମେତ ୟୁରୋପୀୟ ସଂଘ (ଇୟୁ)କୁ ନିମନ୍ତ୍ରଣ କରାଯାଇଛି। ସେହିପରି ଅତିଥି ଭାବେ ସ୍ପେନ୍‌, ଜାତିସଂଘ, ବିଶ୍ୱବ୍ୟାଙ୍କ, ଆଫ୍ରିକୀୟ ସଂଘ ଏବଂ ଏସିଆନ୍‌କୁ ମଧ୍ୟ ଡକାଯାଇଛି। କିନ୍ତୁ ପାକିସ୍ତାନର ଘନିଷ୍ଠ ସହଯୋଗୀ ଚାଇନା ଏହାକୁ ଦୃଢ଼ ବିରୋଧ କରିଛି। ଜମ୍ମୁ-କଶ୍ମୀର ଏକ ବିବାଦୀୟ ଭୂଖଣ୍ଡ ହୋଇଥିବାରୁ ସେଠାରେ ଜି୨୦ ବୈଠକ ଆୟୋଜନ କରିବା ଦୁର୍ଭାଗ୍ୟଜନକ। ବେଜିଂ ଏଭଳି ବୈଠକରେ ସାମିଲ ହେବ ନାହିଁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌ ଏକ ବିବୃତିରେ ସ୍ପଷ୍ଟ କରିଛନ୍ତି। ସେହିପରି ତୁର୍କୀ ଓ ସାଉଦି ଆରବ ମଧ୍ୟ ଏହି ସମ୍ମିଳନୀରେ ସାମିଲ ନ ହେବାକୁ ପସନ୍ଦ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଦୁଇଦେଶ ଜି୨୦ରେ ଯୋଗଦାନ ନିମନ୍ତେ ପଞ୍ଜୀକରଣ କରାଇନାହାନ୍ତି।
ଅନ୍ୟପକ୍ଷେ ଜାପାନର ହିରୋଶିମା ସହରରେ ମେ’ ୧୯ରୁ ୨୧ ପର୍ଯ୍ୟନ୍ତ ଜି ୭ ସମ୍ମିଳନୀ ଆୟୋଜିତ ହେଉଛି। ଜାପାନ ଏଥିରେ ଅଧ୍ୟକ୍ଷତା କରୁଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି, ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଏବଂ ଜର୍ମାନୀ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜଙ୍କ ସମେତ ୟୁରୋପିଆନ୍‌ କାଉନ୍‌ସିଲ ପ୍ରେସିଡେଣ୍ଟ ଚାଲର୍‌ସ ମିଶେଲ ଓ ୟୁରୋପୀୟ କମିଶନ ଅଧ୍ୟକ୍ଷା ଭୋନ୍‌ ଡେର୍‌ ଲେୟେନ୍‌ ଯୋଗଦେଇଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଭାରତ ସମେତ ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ବ୍ରାଜିଲ, ଭିଏଟ୍‌ନାମ, ଇଣ୍ଡୋନେସିଆ, କୋମୋରୋସ୍‌ ଏବଂ କୁକ୍‌ ଆଇଲାଣ୍ଡ୍ସର ନେତାମାନଙ୍କୁ ଜି୨୦କୁ ନିମନ୍ତ୍ରଣ କରିଥିଲେ। ଚାଇନାର ବିସ୍ତାରବାଦୀ ନୀତି ଓ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ହିରୋଶିମା ସମ୍ମିଳନୀରେ ଏହି ସ୍ବତନ୍ତ୍ର ନିମନ୍ତ୍ରିତ ରାଷ୍ଟ୍ରଗୁଡ଼ିକର ଉପସ୍ଥିତି ନୂଆ ରଣନୀତି ସ୍ଥିର କରିବାରେ ସହାୟକ ହେବ ବୋଲି କିଶିଦା ଆଶା କରିଥିଲେ। ଏପରି କି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ମଧ୍ୟ ଉକ୍ତ ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଛି। ବର୍ଷେ ତଳେ କ୍ୱାଡ୍‌ ସମ୍ମିଳନୀରେ କିଶିଦା ମସ୍କୋର ୟୁକ୍ରେନ୍‌ ଆକ୍ରମଣ ଉପରେ ଭାରତର ଆଭିମୁଖ୍ୟକୁ ନେଇ ଉଠାଇଥିବା ପ୍ରଶ୍ନର ଉତ୍ତର ମିଳି ନ ଥିବାବେଳେ ଏବେ ଜି୨୦ରେ ଜେଲେନ୍‌ସ୍କିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି। ମୋଦି କହିଛନ୍ତି, ୟୁକ୍ରେନ୍‌ର ମାନବୀୟ ସଙ୍କଟର ସମାଧାନ ପାଇଁ ଭାରତ ଯାହା ପାରିବ କରିବ। ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ଆକାଶଛୁଅଁା ହୋଇଥିବାବେଳେ ମହଙ୍ଗା ମାଡ଼ରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ତୁହାକୁ ତୁହା ବିଦେଶ ଗସ୍ତ କରିବାରେ ଲାଗିଛନ୍ତି। ତାଙ୍କ ଗସ୍ତର ସୁଫଳ ଦେଶବାସୀ ପାଉ ନ ଥିବାବେଳେ ତମାମ ବିଫଳତାରୁ ଧ୍ୟାନ ହଟାଇବା ପାଇଁ ମୋଦି ନିଜେ ଆଣିଥିବା ୨,୦୦୦ ଟଙ୍କିଆ ନୋଟ୍‌କୁ ହଠାତ୍‌ ବନ୍ଦ କରିଦିଆଯାଇଥିବା ଅନେକେ ସମାଲୋଚନା କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?