ଜିଲାର ଏକମାତ୍ର ରକ୍ତଭଣ୍ଡାର ହୀନିମାନରେ ଚାଲିଛି

କେନ୍ଦ୍ରାପଡ଼ା ଅଫିସ, ୨୨ା୫: କେନ୍ଦ୍ରାପଡ଼ା ଜିଲାର ଏକମାତ୍ର ବ୍ଲଡ୍‌ ବ୍ୟାଙ୍କରେ ଘୋର ରକ୍ତସଙ୍କଟ ଦେଖାଦେଇଛି। ମାସକୁ ଅନୂ୍ୟନ ୬୦୦ରୁ ୭୦୦ ୟୁନିଟ ରକ୍ତ ଆବଶ୍ୟ୍ୟକ ଥିବାବେଳେ ଅଦ୍ୟାବଧି ମାତ୍ର ୫୦ ୟୁନିଟ ମଧ୍ୟରେ ଷ୍ଟକ ରହିଛି। ଫଳରେ ଥାଲାସେମିଆ, ପ୍ରସୂତି ଓ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ରକ୍ତ ଯୋଗାଇବା ଅସମ୍ଭବ ହୋଇପଡ଼ିଛି। ଅପରପକ୍ଷରେ ୫ଟି ସ୍ଥାନରେ ୨ ଲାବୋରେଟୋରି ଟେକ୍ନିସିଆନଙ୍କୁ ଛାଡ଼ି ଦେଲେ ୨ ନର୍ସ, ୩ ଆଟେଡାଣ୍ଟ ଓ ୨ ସୁଇପର ପଦବୀ ପୂରଣ ହୋଇନାହିଁ। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ଏହି ରକ୍ତ ଭଣ୍ଡାରକୁ ଯାତାୟାତ ପାଇଁ ଅଟୋରେ ଅନୂ୍ୟନ ୩୦୦ ଟଙ୍କା ଖର୍ଚ୍ଚ ହେଉଛି। ବ୍ଲଡ୍‌ ବ୍ୟାଙ୍କର ଏହି ରକ୍ତାଭାବ ପାଇଁ ଯଥେଷ୍ଟ ସଚେତନତା ସୃଷ୍ଟି ହେଉ ନ ଥିବାରୁ ଏହା ହୀନିମାନରେ ଚାଲିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ମନୋଜ କୁମାର ନାୟକ କହିଛନ୍ତି, କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରର ସୂଚିସ୍ମିତା ସାମଲଙ୍କ ବୟସ ୧୧ ବର୍ଷ। ସେ ଏବେ ଥାଲାସେମିଆ ରୋଗୀ। ପ୍ରତିମାସ ତାଙ୍କର ରକ୍ତ ଆବଶ୍ୟକ। ୫ ଦିନ ଧରି ରକ୍ତଭଣ୍ଡାରରେ ରକ୍ତ ନ ଥିବାରୁ ଘରକୁ ଫେରୁଛନ୍ତି। ଫଳରେ ଶରୀରର ହିମୋଗ୍ଲୋବିନ କମିବାରୁ ନିସ୍ତେଜ ହୋଇ ପଡ଼ିଥିଲେ। ଝିଅର ବାପା କୈଳାସଙ୍କୁ ଯୋଗାଯୋଗ ପରେ ୨ଦିନ ପୂର୍ବେ ରକ୍ତଦାନ କରିଛନ୍ତି। କେବଳ ସୂଚିସ୍ମିତା ନୁହନ୍ତି, ତାଙ୍କ ପରି ପ୍ରାୟ ୧୪୦ ଜଣ ଥାଲାସେମିଆ ରୋଗୀ ଜିଲାରେ ଅଛନ୍ତି। ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ରର ସ୍ବାସ୍ଥ୍ୟସେବା ପାଇଁ ଅନୂ୍ୟନ ୭୦୦ ୟୁନିଟ ରକ୍ତ ଆବଶ୍ୟକ।
ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଦୀର୍ଘଦିନର ପ୍ରତୀକ୍ଷା ପରେ ଜିଲା ମୁଖ୍ୟ ଚିକିତ୍ସାଳୟ ସହରର ଖଡ଼ଇଙ୍ଗରୁ ଶାମଗୁଡ଼ିଆକୁ ଜାନୁୟାରୀ ମାସରେ ସ୍ଥାନାନ୍ତର ହୋଇଛି। ପୁରୁଣାରୁ ନୂଆ ଚିକିତ୍ସାଳୟ ସ୍ଥାନର ଦୂରତା ଅନୂ୍ୟନ ୫ କିଲୋମିଟର। ରକ୍ତର ଆବଶ୍ୟକତା ପୂରଣ ପାଇଁ ଏହି ଦୂରତା ଅତିକ୍ରମ କରିବାକୁ ଅଟୋ ଭଡ଼ା ପ୍ରାୟ ୩୦୦ ଟଙ୍କା ଲାଗୁଛି। ରୋଗୀଙ୍କ ସମ୍ପର୍କୀୟ ଏଥିପାଇଁ ବିଶେଷ ଅସୁବିଧାରେ ପଡୁଛନ୍ତି। ବିଜ୍ଞାନ ପଥରେ ଯାଇ ମଣିଷ କୃତ୍ରିମ ଭାବେ ବହୁ ଜିନିଷ ଆଗକୁ ଆଣୁଛନ୍ତି। ତେବେ ଏଯାଏ କୃତ୍ରିମ ରକ୍ତ ସୃଷ୍ଟି ହୋଇ ପାରିନାହିଁ। ଏଥିପାଇଁ ରକ୍ତଦାନ ଏକ ମହାପୁଣ୍ୟ ଭାବେ ଗ୍ରହଣ କରାଯାଉଛି। ତେବେ ଜିଲାର ଏକମାତ୍ର ଏହି ରକ୍ତଭଣ୍ଡାରରେ ହେଉଥିବା ରକ୍ତାଭାବ ସମ୍ପର୍କରେ କୌଣସି ସଚେତନତା କାର୍ଯ୍ୟକ୍ରମ ହେଉନାହିଁ। କେତେଗୋଟି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ କ୍ୟାମ୍ପ ଯୋଗୁ ସାମୟିକ ଭାବେ ରକ୍ତ ଅଭାବ ପୂରଣ ହେଉଛି। ବିଜେଡି ମୋ ସରକାରର ଜୀବନବିନ୍ଦୁ ସଂଯୋଜକ ହିରଣ୍ୟ କୁମାର ପଣ୍ଡା କହିଛନ୍ତି, ଖରାଦିନ ପାଇଁ ରକ୍ତ ସଂଗ୍ରହରେ ବାଧା ସୃଷ୍ଟି ହୋଇଛି। ଏହି ଜିଲା ପାଇଁ ଏନ୍‌ଏଟିପିସିଆର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ତେବେ ନୂତନ ଚିକିତ୍ସାଳୟର ଆନୁଷଙ୍ଗିକ ବ୍ୟବସ୍ଥା ହୋଇ ନ ଥିବାରୁ ରକ୍ତଭଣ୍ଡାର ସ୍ଥାନାନ୍ତର ହୋଇନାହିଁ। ଜଣେ ସୁସ୍ଥ ଲୋକ ପ୍ରତି ୩ ମାସ ଅନ୍ତରରେ ଗୋଟିଏ ୟୁନିଟ ରକ୍ତ ଦେଲେ ସମ୍ପୃକ୍ତ ବ୍ୟକ୍ତିର ସ୍ବାସ୍ଥ୍ୟଗତ ସମସ୍ୟା ଅନେକାଂଶରେ କମିଯାଏ ବୋଲି ବୁଝା ଯାଉଛି। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ରକ୍ତଭଣ୍ଡାରରେ ରକ୍ତାଭାବ ସମସ୍ୟା ରହୁଛି। ଏହାର ନିରାକରଣ ପାଇଁ ବିଭିନ୍ନ ଅନୁଷ୍ଠାନ ସହ ଯୋଗାଯୋଗ କରାଯାଇ କ୍ୟାମ୍ପ କରାଯାଉଛି। ରକ୍ତ ଭଣ୍ଡାର କର୍ମଚାରୀ ସମସ୍ୟା ନିକଟରେ ସମାଧାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?