ଅବକାରୀ କାର୍ଯ୍ୟାଳୟରେ ଝୁଲୁଛି ତାଲା

ପଟ୍ଟାମୁଣ୍ଡାଇ,୨୨ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁଦିନ ବଢ଼ି ଚାଲିଛି ବେଆଇନ ନିଶା କାରବାର। ଏହା ସାଧାରଣ ଜନତାଙ୍କୁ ଅତିଷ୍ଠ କରୁଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁଧୁରୁନି ଅବସ୍ଥା। ନିଶା କାରବାର ରୋକିବା ପାଇଁ ଅବକାରୀ ବିଭାଗ ରହିଛି। ହେଲେ ପଟ୍ଟାମୁଣ୍ଡାଇରେ ଅବକାରୀ ଥାନା ନିର୍ମାଣ ହେବାଠାରୁ ଆଜିଯାଏଁ ତାହା ଠିକ୍‌ ଢଙ୍ଗରେ କାମ କରୁନାହିଁ ବୋଲି ଅଭିଯୋଗ ହେଉଛି। ଜିଲା ହେଡ୍‌କ୍ୱାର୍ଟର୍ସରେ କାର୍ଯ୍ୟ କରୁଥିବା କହୁଥିବା ବେଳେ ପଟ୍ଟାମୁଣ୍ଡାଇ ଅଫିସ ଗୃହରେ ବର୍ଷସାରା ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ଅବକାରୀ ଥାନା ଅଧୀନରେ ୩୬ଟି ପଞ୍ଚାୟତ ସହ (ପୌରାଞ୍ଚଳର) ୨୦ଟି ଓ୍ବାର୍ଡ ମଧ୍ୟରୁ ମୁଖ୍ୟତଃ ପ୍ରତ୍ୟେକ ଛକ ସ୍ଥାନଗୁଡ଼ିକରେ ପ୍ରତିଦିନ ଦିନ ଦ୍ୱିପ୍ରହରରେ ଖୋଲାରେ ମଧ୍ୟ ଚୋରା ମଦ ବିକ୍ରି ହେଉଛି। ଏହାସହ ତାଳ ଦେଇ ଅନ୍ୟ ନିଶାଔଷଧ ସହଜରେ ହାତପାହାନ୍ତାରେ ମିଳିପାରୁଥିବା କୁହାଯାଉଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ବେଆଇନ ନିଶାର ଅବାଧ କାରବାର ଏଭଳି ସ୍ତରକୁ ଗଲାଣି ଯେ, ଏହା କବଳରେ କଲେଜ ଛାତ୍ରଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗର ଯୁବକ ନିଶା କବଳରେ କବଳିତ ହୋଇ ନିଜର ଭବିଷ୍ୟତ ନଷ୍ଟ କରିବାରେ ଲାଗିଛନ୍ତି। ନାମକୁମାତ୍ର ଅବକାରୀ ଥାନା ଅଛି, କିନ୍ତୁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ଅବାଧ ବେଆଇନ ନିଶା ବ୍ୟବସାୟ ଏତେ ମାତ୍ରାରେ ବୃଦ୍ଧି ପାଉଛି ଯେ, ସହରାଞ୍ଚଳ ଓ ଗ୍ରାମାଞ୍ଚଳବାସୀ ତ୍ରାହି ତ୍ରାହି ଡାକିଲେଣି। ଯୁବସମାଜଠାରୁ ଆରମ୍ଭ କରି ବୟସ୍କ ବର୍ଗ ଧୀରେ ଧୀରେ ଏହି ନିଶା ସେବନ କରୁଛନ୍ତି। ନିଶା ଯୋଗୁ ହିତାହିତ ଜ୍ଞାନ ଭୁଲି ପ୍ରତ୍ୟେକ ସ୍ଥାନରେ ଆପରାଧିକ ପରିସ୍ଥିତି ସୃଷ୍ଟି କରୁଛନ୍ତି। ପଟ୍ଟାମୁଣ୍ଡାଇ ସହର ମଧ୍ୟରେ ନିଶାସକ୍ତଙ୍କ ଦୌରାତ୍ମ୍ୟ ଏତେ ବୃଦ୍ଧିପାଇଛି ଯେ, ଜନସାଧାରଣ ଦୈନିକ କିଛି ନା କିଛି ଘଟଣାକୁ ପ୍ରତ୍ୟକ୍ଷରେ ହେଉଥିଲେ ମଧ୍ୟ ଭୟରେ ନୀରବ ରହିବାକୁ ବାଧ୍ୟ ହେଉଛନ୍ତି। ପ୍ରତ୍ୟେକ ବ୍ୟକ୍ତି ନିଜର ପିଲାଙ୍କୁ ନେଇ ଚିନ୍ତାରେ ପଡିଲେଣି। ସେମାନଙ୍କ ପିଲା କେତେବେଳେ ନିଶା କବଳିତ ହେବେ ତାକୁ ନେଇ ପିତାମାତା ଘୋର ଚିନ୍ତାରେ ରହୁଛନ୍ତି। ପୂଜା ପାର୍ବଣ ପୂର୍ବରୁ ଜଣେ ୨ଜଣ ଚୋରା ମଦ ବେପାରୀଙ୍କୁ ଧରି ସେମାନଙ୍କ ନଁାରେ ମାମଲା ରୁଜୁ କରାଯାଏ। ଏମିତିକି ଏବେ ପାନ ଦୋକାନଠୁ ଆରମ୍ଭ କରି ଛୋଟ ଛୋଟ ରାଶନ ଦୋକାନରେ ମଧ୍ୟ ଚୋରା ମଦ କାରବାର ବିଶେଷ ମାତ୍ରାରେ ଦେଖିବାକୁ ମିଳୁଛି। ଅନ୍ୟପକ୍ଷେ ପଟ୍ଟାମୁଣ୍ଡାଇରେ ଅବକାରୀ ବିଭାଗର ଅଫିସ ଥାଇ ନ ଥିଲା ପରି ରହିଛି। ଏହି ସମ୍ବେଦନଶୀଳ ଘଟଣା ଉପରେ ବିଭାଗୀୟ କମିଶନର ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଅବକାରୀ ଇନ୍ସପେକ୍ଟର କମଳ ପାଇକରାୟଙ୍କୁ ପଚାରିବାରେ ହେଡ୍‌କ୍ୱାର୍ଟରରେ କର୍ମଚାରୀ କମ୍‌ ଥିବାରୁ ସେଠାରେ କାମ କରିବାକୁ ପଡ଼ୁଛି। ଫଳରେ ପଟ୍ଟାମୁଣ୍ଡାଇ ଅବକାରୀ ଥାନାରେ କେହି ରହିପାରୁନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?