Posted inଜାତୀୟ

ମୁହଁରେ ନିଆଁ ଦେବାକୁ ଆସିଲେନି ୨ ପୁଅ

ଯୋଡ଼ା,୯ା୧୦(ମାନସ ମହାନ୍ତି):ଜୀବନର ସମସ୍ତ ସଞ୍ଚୟ ପୁଅମାନଙ୍କୁ ଦେଇ ଶେଷ ସମୟରେ ବୃଦ୍ଧାଶ୍ରମରେ ରହୁଥିବା ବେଳେ ମୃତ୍ୟୁ ପରେ କେହି ମୁହଁରେ ନିଆଁ ଦେବାକୁ ନ ଆସିବା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ତିମ ସଂସ୍କାର ପାଇଁ ଦୁଇ ପୁଅ ନ ଆସିବାରୁ ଏକ ସ୍ବେଚ୍ଛାସେବୀ ସଂଗଠନ ଶେଷକୃତ୍ୟ ସମ୍ପନ୍ନ କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଚମକପୁର୍‌ ଗ୍ରାମରେ।
ସୂଚନା ଅନୁଯାୟୀ, ପୁରନ୍ଦର ଦାସ(୮୭) ଓ ସ୍ତ୍ରୀ ପ୍ରତିମାଙ୍କ ତିନି ସନ୍ତାନ। ବଡ଼ପୁଅ ଏକ କମ୍ପାନୀର ଅବସରପ୍ରାପ୍ତ କର୍ମଚାରୀ ହୋଇଥିବା ବେଳେ ସାନପୁଅ ସେନା ବାହିନୀରୁ ଅବସର ନେଇ ସାରିଛନ୍ତି। ଝିଅ ବିବାହ ପରେ ପାଟଣା ବ୍ଲକ୍‌ର ବେଗନା ଗ୍ରାମରେ ନିଜ ପରିବାର ସହ ରହୁଥିଲେ। ବାର୍ଦ୍ଧକ୍ୟ ଅବସ୍ଥାରେ ସନ୍ତାନମାନେ ମା’ବାପାଙ୍କୁ ପର କରି ଏକୁଟିଆ ଛାଡ଼ିଦେଲେ। କାନ୍‌ପୁର ବୃହତ୍‌ ଜଳସେଚନ ପ୍ରକଳ୍ପ ଯୋଗୁ ଗାଁ ବିସ୍ଥାପିତ ହୋଇଗଲା। ଯାହା କ୍ଷତିପୂରଣ ମିଳିଲା ଦୁଇ ପୁଅ ଓ ଝିଅଙ୍କୁ ସବୁ ଦେଇଦେଇଥିଲେ। ଏବେ ଦୁଇ ପୁଅ କେନ୍ଦୁଝରରେ ଘର କରି ନିଜ ନିଜ ପରିବାର ସହ ରହୁଛନ୍ତି। ମା’ବାପାଙ୍କୁ କେହି ପଚାରୁ ନ ଥିବାରୁ ଦୁଃଖରେ ଭାଙ୍ଗି ପଡ଼ିଥିବା ବୃଦ୍ଧ ଦମ୍ପତି ବାରଦ୍ୱାର ବୁଲି ଆଶ୍ରୟ ଖୋଜୁଥିଲେ। ଗ୍ରାମର ଜଣେ ସହୃଦୟ ବ୍ୟକ୍ତି ସେମାନଙ୍କୁ କିଛିମାସ ସାହାଯ୍ୟ କରିବା ପରେ ‘ମାନବ ପ୍ରେମୀ’ ନାମକ ସ୍ବେଚ୍ଛାସେବୀ ସଂଗଠନର ସାହାଯ୍ୟ ଲୋଡ଼ିଥିଲେ। ପରେ ଏହି ସଂଗଠନର ସହଯୋଗରେ ବୃଦ୍ଧ ଦମ୍ପତିଙ୍କୁ ଗତ ଜୁଲାଇରେ ଚମ୍ପୁଆ, ରାମଲାସ୍ଥିତ ବୃଦ୍ଧାଶ୍ରମ ‘ହାପି ହୋମ’ରେ ଛାଡ଼ିଥିଲେ। ତେବେ ପୁରନ୍ଦର ଅସୁସ୍ଥ ରହୁଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଆଖି ବୁଜିଥିଲେ। ବୃଦ୍ଧାଶ୍ରମର ପ୍ରଚେଷ୍ଟାରେ ଶେଷ ସମୟରେ ତାଙ୍କ ଝିଅ ଓ ନାତି ଉପସ୍ଥିତ ରହିଥିଲେ ହେଁ ଦୁଇ ପୁଅଙ୍କ ଦେଖା ମିଳି ନ ଥିଲା। ଏପରିକି ସେମାନେ ମୃତଦେହ ନେବାକୁ ମଧ୍ୟ ଆସିଲେ ନାହିଁ। ଏଭଳି ପରିସ୍ଥିତିରେ ‘ମାନବ ପ୍ରେମୀ’ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ଗ୍ରାମବାସୀ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?