
ଭୁବନେଶ୍ୱର,୧୭।୨:ଓଡ଼ିଶାର ଭୁବନେଶ୍ୱରସ୍ଥିତ KIIT ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କ୍ୟାମ୍ପସ ଭିତରେ ଛାତ୍ରଙ୍କୁ ମାଡ଼ ଘଟଣାରେ ୨ ସିକ୍ୟୁରିଟି ଗାର୍ଡ ଅଟକ ଅଛନ୍ତି। ଏବିଭିପି ଛାତ୍ର ସଂଘର ଅଭିଯୋଗ ପରେ ଥାନାରେ ଅଟକ ଥିବା ସୂଚନା ମିଳିଛି। ୨ ସିକ୍ୟୁରିଟି ଗାର୍ଡଙ୍କୁ ଇନ୍ଫୋସିଟି ଥାନା ପୋଲିସ ଅଟକ ରଖିଛି।
୨ ସିକ୍ୟୁରିଟି ଗାର୍ଡ ଛାତ୍ରଙ୍କୁ ମାଡ଼ ମାରିବାର ଭିଡିଓ ଭାଇରାଲ ହୋଇଥିଲା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଅଆଯାଇଛି।
ନେପାଳର ଅନେକ ଛାତ୍ରଙ୍କୁ ସେମାନଙ୍କ ଘରକୁ ଯିବାକୁ ନିର୍ଦ୍ଦେଶ ଦେଇ ବସ୍ କଟକ ରେଳ ଷ୍ଟେସନରେ ନେଇ ଛାଡି ଦେଇଥିଲେ। ପରେ ନେପାଳ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିଥିଲେ। ଦିଲ୍ଲୀ ସ୍ଥିତ ଦୂତାବାସରୁ ୨ ଅଫିସର ଓଡ଼ିଶା ଆସୁଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଏହା ସହିତ, ସେମାନଙ୍କ ପସନ୍ଦ ଅନୁସାରେ ସେମାନେ ହଷ୍ଟେଲରେ ରହିବେ ନା ଘରକୁ ଫେରିବେ ବିକଳ୍ପ ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଅନ୍ୟପଟେ, ଏହି ଘଟଣା ଦୁର୍ଭାଗ୍ୟଜନକ କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ। ଏଥିସହ ସେ ମୃତ ଛାତ୍ରୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମନ୍ତ୍ରୀ କହିଛନ୍ତି , ବିଶ୍ବବିଦ୍ୟାଳୟ ଓ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛି। ନେପାଳ ଛାତ୍ରୀଛାତ୍ରଙ୍କ ପାଇଁ ସାଇନ ଡାଏ କରିବା ଦୁର୍ଭାଗ୍ୟଜନକ। ସାଇନ ଡାଏ ଉଠିଛି, OSRTC ବସ୍ରେ ସେମାନଙ୍କୁ ଫେରାଇ ଅଣାଯିବ। ଭବିଷ୍ୟତରେ ଯେପରି ଧମକ ନ ମିଳେ, ସରକାର ଯତ୍ନବାନ ଅଛନ୍ତି ।