Posted inଜାତୀୟ

୨ସଡ଼କ ଦୁର୍ଘଟଣା: ୧୩ ମୃତ,୪୭ ଆହତ

ବଡ଼ୋଦରା,୧୮।୧୧: ଦୁଇଟି ସଡ଼କ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ମୋଟ ୪୭ ଜଣ ଆହତ ହୋଇଛନ୍ତି। ଗୁଜରାଟର ବଡ଼ୋଦରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଓ୍ବାଗଡ଼ା କ୍ରସିଂଠାରେ ଦୁଇ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି। ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେହିପରି ଉତ୍ତରପ୍ରଦେଶରେ ଅନ୍ୟ ଏକ ସଡ଼କ ଦୁର୍ଘଟଣାରେ ୨ ଜଣ ଶ୍ରମିକ ମୃତ୍ୟୁ ହେବା ସହିତ ୩୦ ଜଣ ଆହତ ହୋଇଛନ୍ତି। ମୁରାଦାବାଦ୍‌ରେ ବିହାରରୁ ପଞ୍ଜାବଙ୍କୁ କାମ ପାଇଁ ୮୦ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ସହିତ ଏକ ଟ୍ରକ୍‌ ଧକ୍କା ଦେଇଛି। ଜାତୀୟ ରାଜପଥ ନମ୍ବର ୨୪ରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ପାଇଁ ହେବ ‘ଅପାର କାର୍ଡ’, ଜାଣନ୍ତୁ କେଉଁ କାମରେ ଲାଗିବ…

ନୂଆଦିଲ୍ଲୀ,୬।୧୨: ଆଧାରକାର୍ଡ ଏବେ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ରାଶନ ଦୋକାନରୁ ଆରମ୍ଭ କରି ସିମ କାର୍ଡ କିଣିବା ପର୍ଯ୍ୟନ୍ତ ସବୁଠି ଆଧାର...

ଭାଜପା ପ୍ରାର୍ଥୀ ହାରିବା ପରେ ଅଧା ନିଶ-କେଶ କାଟିଲେ କାର୍ଯ୍ୟକର୍ତ୍ତା

ରାୟପୁର,୬।୧୨: ଛତିଶଗଡର ବିଧାନସଭା ନିର୍ବାଚନରେ ନେତା ଏବଂ ସେମାନଙ୍କ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ରାଜନୈତିକ ଦଳର ନେତାଙ୍କ ସହ ସେମାନଙ୍କ କର୍ମୀମାନେ ମଧ୍ୟ...

ଲକ୍ଷପତି ଭିକାରୀଙ୍କ ଭୋକରେ ମୃତ୍ୟୁ, ପାଖରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା

ବଲସାଡ,୬।୧୨: ରାସ୍ତାରେ ଯିବାଆସିବା ସମୟରେ ଆପଣ ଭିକାରୀଙ୍କୁ ନିହାତି ଭେଟୁଥିବେ। ପେଟ ପୋଷିବା ପାଇଁ ସେମାନେ ରାସ୍ତାକଡରେ ବସି ଭିକ ମାଗିଥାନ୍ତି। ଭିକରୁ ମିଳୁଥିବା ୩୦-୪୦ଟଙ୍କାକୁ...

ଦୁର୍ବଳ ହେଲା ‘ମିଗଜୋମ’: ୧୭ ମୃତ

ହାଇଦ୍ରାବାଦ୍‌,୫।୧୨: ବାତ୍ୟା ‘ମିଗଜୋମ’ ଭୀଷଣ ରୂପ ନେଇ ଦକ୍ଷିଣ ଆନ୍ଧ୍ର ଉପକୂଳ ନେଲୋର ଏବଂ ମଚ୍ଛଲିପଟନମରେ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇପଡିଥିବା ବୁଧବାର ଭାରତ...

ନିଜ ବୁଥ୍‌କୁ ବି ବଞ୍ଚାଇପାରିଲେନି ପୂର୍ବତନ ମୁଖ୍ୟମନ୍ତ୍ରୀ ଗେହଲଟ; ଯେଉଁଠି ଦେଇଥିଲେ ଭୋଟ ସେଠାରେ ବି ବାଜି ମାରିଲା ଭାଜପା

ଜୋଧପୁର,୬।୧୨: ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି। ବିଶେଷକରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଗଡ଼ରେ ଭାଜପାର ବିପୁଳ ବିଜୟ ଚର୍ଚ୍ଚାର...

ସପ୍ତାହକୁ ଅଫିସରେ ୭୦ ଘଣ୍ଟିଆ କାର୍ଯ୍ୟ: ସଂସଦରେ ଚର୍ଚ୍ଚା, ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୬।୧୨ : ସଂସଦର ଶୀତକାଳୀନ ଅଧିବେଶନରେ ୭୦ ଘଣ୍ଟିଆ କାର୍ଯ୍ୟ ସପ୍ତାହ ବିଷୟରେ ଆଲୋଚନା ହୋଇଥିଲା । ଇନଫୋସିସ ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀ ଏହି ବିତର୍କକୁ...

ନିର୍ବାଚନରେ ପରାଜୟ: ୩୩ ବର୍ଷ ପରେ ଏମ୍‌ଏନ୍‌ଏଫ୍‌ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଜୋରାମଥାଙ୍ଗା

ଆଇଜଲ,୬।୧୨: ମିଜୋରାମ ବିଧାନସଭା ନିର୍ବାଚନରେ ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ୍‌)ର ପରାଜୟ ପରେ ଏହାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା। ୩୩ ବର୍ଷ...

କର୍‌ନି ସେନା ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣା: ୨ ଗିରଫ

ଜୟପୁର,୬ା୧୨: ଶ୍ରୀ ରାଷ୍ଟ୍ରୀୟ ରାଜପୁତ୍‌ କର୍‌ନି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗମେଦିଙ୍କୁ ଜୟପୁର ସହରସ୍ଥିତ ତାଙ୍କ ଘରେ ଗୁଳିକରି ହତ୍ୟା କରାଯାଇଛି। ଏହି ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri