Posted inଖେଳ

ପଡ଼ିଆରେ ୨ବିକ୍ଷୋଭକାରୀ

ସିଡ୍‌ନୀ, ୨୮ା୧୧(ପି.ଟି.)-ଶୁକ୍ରବାର ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଚାଲିଥିବାବେଳେ ପଡ଼ିଆରେ ପ୍ରବେଶ କରିଥିବା ୨ଜଣ ବିକ୍ଷୋଭକାରୀଙ୍କୁ ସୁରକ୍ଷାକର୍ମୀମାନେ କାବୁ କରିନେଇଥିଲେ। ଜଣେ ଅନୁପ୍ରବେଶକାରୀଙ୍କ ହାତରେ ଧରିଥିବା ପ୍ଲାକାର୍ଡରେ ଅଷ୍ଟ୍ରେଲିଆରେ ଆଦାନି ଗ୍ରୁପ୍‌ କୋଇଲା ପ୍ରକଳ୍ପକୁ ନିନ୍ଦା କରି ଏକ ଲେଖା ପ୍ରକାଶ ପାଇଥିଲା। ଘରୋଇ ଦଳର ଇନିଂସର ୬ଷ୍ଠ ଓଭରରେ ନବଦୀପ ସଇନୀ ବୋଲିଂ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଅନୁପ୍ରବେଶକାରୀ ଦ୍ୱୟ ପିଚ୍‌ ପାଖାପାଖି ହୋଇଯାଇଥିଲେ। କରୋନା ମହାମାରୀ ଯୋଗୁ ବିଶ୍ୱସାରା ବିନାଦର୍ଶକରେ ଟୁର୍ନାମେଣ୍ଟ ଆୟୋଜନ ହେଉଛି। ଶୁକ୍ରବାର ଏଠାରେ ପ୍ରଥମ ଥର ଦର୍ଶକଙ୍କୁ ଅନୁମତି ଦିଆଯାଇଥିଲା। ଭାରତ-ଅଷ୍ଟ୍ରେଲିଆ ସିରିଜରେ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ସର୍ବାଧିକ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେଇଛି। ଏହି ସିରଜରେ ତିନୋଟି ଅନ୍ତର୍ଜାତୀୟ ଦିନିକିଆ, ସମାନ ସଂଖ୍ୟକ ଟି୨୦ ଏବଂ ୪ ଟେଷ୍ଟ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିକାଶଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌

ନ୍ୟୁୟର୍କ, ୨୦ା୪ (ପି.ଟି.)-ଭାରତୀୟ ବକ୍ସର ବିକାଶ କ୍ରିଷନ ତାଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌ରେ ଆମେରିକାର ନୋଆ କିଡ୍‌ଙ୍କୁ ଭେଟିବେ। ଏହି ମୁକାବିଲା ଶନିବାର ସ୍ଥାନୀୟ ଆଇକନିକ...

କୋହଲି ଆହତ

ପୋର୍ଟ ଅଫ୍‌ ସ୍ପେନ,୧୫।୮(ପିଟି)- ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଳିରେ ଆଘାତ ଲାଗିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଦିନିକିଆ ମ୍ୟାଚ୍‌ରେ...

୨୦୨୨ ଫିଫା ବିଶ୍ୱକପ: ଗ୍ରୁପ ପର୍ଯ୍ୟାୟରେ ପ୍ରତିଦିନ ୪ ମ୍ୟାଚ

ଲଣ୍ଡନ, ୧୬।୭(ଏପି)- କାତାରରେ ହେବାକୁଥିବା ୨୦୨୨ ଫିଫା ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ପ୍ରତିଦିନ ୪ଟି ଲେଖାଏ ମ୍ୟାଚ ଖେଳାଯିବ। ଗ୍ରୁପ ମ୍ୟାଚ ଗୁଡ଼ିକ ୧୨ଦିନଧରି ଚାଲିବ।...

ଭାରତ ବିପକ୍ଷ ମ୍ୟାଚ୍‌ରେ ଏହି କାରନାମା ଯୋଗୁ ଇତିହାସ ରଚିଲେ ଷ୍ଟିଭ୍‌ ସ୍ମିଥ୍‌

ନୂଆଦିଲ୍ଲୀ,୨୯।୧୧: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ୍‌ ଟେଷ୍ଟ କ୍ରିକେଟ ଫର୍ମାଟର ଏକ ନଂ ଖେଳାଳି। ହେଲେ ସେ ଦିନିକିଆ କ୍ରିକେଟରେ ମଧ୍ୟ ନିଜର...

ଡ୍ରାଭିଡ୍‌ଙ୍କ ସ୍ଥାନରେ କୋଟାକ, ମହାମ୍ବ୍ରେ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ସୌରାଷ୍ଟ୍ର ଅଧିନାୟକ ସିତାଂଶୁ କୋଟାକ ଓ ପୂର୍ବତନ ଭାରତୀୟ ସିମର ପାରସ ମହାମ୍ବ୍ରେ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କ ସ୍ଥାନ ନେଇଛନ୍ତି।...

ଆଣ୍ଟାର୍କଟିକାର ବରଫ ସ୍ରୋତରେ ପହଁରିଲେ ୫୦ ବର୍ଷ ବୟସ୍କ ଆଥଲେଟ୍‌

ଲଣ୍ଡନ,୨୮।୧: ଆଣ୍ଟାର୍କଟିକାରେ ପ୍ରବଳ ଥଣ୍ଡା। ଏଠାରେ ତାପମାତ୍ରା ଅତି ନିମ୍ନ। ତେବେ ଜଣେ ୫୦ ବର୍ଷ ବୟସ୍କ ଆଥଲେଟ୍‌ ଏହାକୁ ଭ୍ରୁକ୍ଷେପ ନ କରି ଦୀର୍ଘ...

ଗୁରୁଙ୍କୁ ମନେପକାଇ ଭାବୁକ ହେଲେ ସଚିନ

ଗୁରୁ ରମାକାନ୍ତ ଆଚରେକରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧଞ୍ଜଳି ଜଣାଇ ଭାବୁକ ହୋଇଛନ୍ତି ଭାରତର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର। ଗୁରୁଙ୍କର ଏକ...

ଆଇବିଏସ୍‌ଏଫ୍‌ ସ୍ନୁକର ଚାମ୍ପିୟନଶିପ୍‌: ଆଡଭାନୀ- ମେହେରା ଚାମ୍ପିୟନ

ମଣ୍ଡାଲେ (ମ୍ୟାନମାର), ୨୫।୯(ପିଟି): ଏଠାରେ ଚାଲିଥିବା ଆଇବିଏସ୍‌ଏଫ୍‌ ବିଶ୍ୱ ଟିମ୍‌ ସ୍ନୁକର ଚାମ୍ପିୟନଶିପ୍‌ରେ ପଙ୍କଜ ଆଡଭାନୀ ଓ ଆଦିତ୍ୟ ମେହେରାଙ୍କୁ ନେଇ ଗଠିତ ଭାରତୀୟ ଯୋଡି...

Ten Cric Info
Advertisement


Archives

Model This Week

Why Dharitri