ପଦ୍ମପୁର ସବଜେଲରୁ ୨ ବିଚାରାଧୀନ କଏଦୀ ଫେରାର୍

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ସବଜେଲରୁ ବୁଧବାର ସ୍ପଷ୍ଟ ଦିବାଲୋକରେ ୨ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ସେମାନେ ହେଲେ, ଟିକେଶ୍ବର ମାହାର ଏବଂ ତ୍ରିନାଥ ଶବର । ଟିକେଶ୍ବର ଏକ ଡକାୟତି ମାମଲା ଏବଂ ତ୍ରିନାଥ ହତ୍ୟା ଉଦ୍ୟମ ମାମଲାରେ ସବଜେଲରେ ଥିଲେ ବୋଲି ଜେଲର ପୁନିରାମ ବାଗ କହିଛନ୍ତି। ଗାମୁଛା ଏବଂ ଶର୍ଟ ବାନ୍ଧି ଅଭିଯୁକ୍ତମାନେ ଜେଲ ପାଚେରି ଡେଇଁ ଖସି ପଳାଇଥିବା ବାଗ ପ୍ରକାଶ କରିଛନ୍ତି। ତେବେ ଦିନ ଦ୍ବିପହରରେ ସବଜେଲରୁ ୨ବିଚାରାଧୀନ କଏଦୀ ଖସି ପଲଳାଇବାରେ ସକ୍ଷମ ହେବା ଜେଲ ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି। ଏ ସମ୍ପର୍କରେ ଜେଲର ବାଗଙ୍କୁ ପଚାରିବାରୁ ସେ ବିଭାଗୀୟ କାର୍ଯ୍ୟରେ ଉପଜିଲାପାଳଙ୍କ ପାଖକୂ ଯାଇଥିଲେ ଏବଂ ସେହି ସମୟରେ ଘଟଣା ଘଟିଥିବା କହିଛନ୍ତି। ଗୁରୁବାର ଜେଲର ଡିଆଇଜି ତଦନ୍ତରେ ପଦ୍ମପୁର ଆସିବେ ବୋଲି ବାଗ ସୂଚନା ଦେଇଛନ୍ତି l ଏ ନେଇ ପଦ୍ମପୁର ଥାନାରେ ଏତଲା ଦେବା ପରେ ପୋଲିସ ଫେରାର କଏଦୀଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଯୁବତୀଙ୍କୁ ବିବାହ କଲେ ୨ ଭାଇ: ଏହି ଜିଲାର ପରମ୍ପରା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମହାଭାରତ ଯୁଗରେ ଦ୍ରୌପଦୀ ପାଞ୍ଚ ଭାଇଙ୍କୁ ବିବାହ କରିଥିଲେ ଏବଂ ସେ ପାଞ୍ଚ ଭାଇଙ୍କ ସହିତ ସମୟ ବିତାଉଥିଲେ। କିନ୍ତୁ ଆଜିର ସମୟରେ, ଯଦି କେହି...

କୋରମ ଅଭାବରୁ ଆରମ୍ଭ ହୋଇପାରୁନି ଜିଲାପରିଷଦ ବୈଠକ, ୧୯ ସଭ୍ୟ ଅନୁପସ୍ଥିତ

ନୟାଗଡ଼,୧୮ା୭(ଲୋକନାଥ ମିଶ୍ର): କୋରମ ଅଭାବରୁ ଆରମ୍ଭ ହୋଇପାରୁନି ନୟାଗଡ଼ ଦଶମ ଜିଲା ପରିଷଦ ବୈଠକ। ୨୨ ଜିଲା ପରିଷଦ ସଭ୍ୟ ମଧରୁ ୧୯ ସଭ୍ୟ ଅନୁପସ୍ଥିତ...

ବିହାରରେ ଚନ୍ଦ୍ର ଶେଖରଙ୍କ ଏଣ୍ଟ୍ରି, ବିଗାଡିବେ କି ଖେଳ

ପାଟଣା,୧୮।୭: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ନିର୍ବାଚନ ତାତି ବଢିବାରେ ଲାଗିଛି। ଇତି ମଧ୍ୟରେ ବିହାର ନିର୍ବାଚନରେ ଏଣ୍ଟ୍ରି କରିଛନ୍ତି ଚନ୍ଦ୍ର ଶେଖର...

ଟିକା ନେଇ ଅସୁସ୍ଥ ହୋଇପଡ଼ିଲେ ୬ ଛାତ୍ରୀଛାତ୍ର, ହସ୍ପିଟାଲରେ ଭର୍ତ୍ତି

ଦାରିଙ୍ଗବାଡ଼ି,୧୮ା୭(ଅରୁଣ ସାହୁ): ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ବିଭିନ୍ନ ରୋଗରୁ ସୁରକ୍ଷା ମିଳିବା ନେଇ ସରକାର ବିଭିନ୍ନ ବିଦ୍ୟାଳୟରେ ଟିକାକରଣ ବ୍ୟବସ୍ଥା କରିଛନ୍ତି। କିନ୍ତୁ...

ଥାଇଲ୍ୟାଣ୍ଡରେ ବୌଦ୍ଧ ଭିକ୍ଷୁଙ୍କ ଯୌନ କେଳେଙ୍କାରୀ: ‘ମିସ୍‌ ଗଲ୍ଫ’ ନାମକ ମହିଳାଙ୍କ ବ୍ଲାକମେଲିଂ ରାକେଟରେ ହଇଚଇ

ବ୍ୟାଙ୍କକ,୧୮ା୭: ଥାଇଲ୍ୟାଣ୍ଡରେ ଏକ ବିଶାଳ ଯୌନ କେଳେଙ୍କାରୀ ପ୍ରକାଶ ପାଇଛି, ଯାହା ଦେଶର ବୌଦ୍ଧ ଧର୍ମୀୟ ପ୍ରତିଷ୍ଠାନକୁ ବିବାଦରେ ଟାଣି ଆଣିଛି। ଜଣେ ମହିଳା, ଯିଏ...

BCCI ଉପରେ ଖାଲି ଟଙ୍କା ବର୍ଷା: ଶାହାଙ୍କ ପୁଅ କରିଦେଲେ କମାଲ୍‌

ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ମଧ୍ୟରେ ଗଣାଯାଏ। ଏହା ପଛରେ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର...

ସୋନିଆ ଗାନ୍ଧୀଙ୍କ ଜ୍ୱାଇଁଙ୍କର ୩୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତି: ରାହୁଲ କହିଲେ ମୋ ଭିଣୋଇ…

ନୂଆଦିଲ୍ଲୀ,୧୮।୭: ଜମି କାରବାରରେ ହେର୍‌ଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ...

ଆସୁଛି ପୁଣି ଏକ ବଡ଼ ଲଘୁଚାପ: ୨୪ ତାରିଖ ବେଳକୁ…

ଭୁବନେଶ୍ୱର,୧୮।୭: ଆସୁଛି ଆଉ ଏକ ବଡ଼ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୪ ତାରିଖ ବେଳକୁ ଲଘୁଚାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri