Posted inଜାତୀୟ

ଏଲ୍‌ଓସି ସୀମାରେ ଆତଙ୍କବାଦୀ ଆକ୍ରମଣ; ୨ ଯବାନ ଶହୀଦ

ଶ୍ରୀନଗର,୮ା୭- ଜମ୍ମୁ-କଶ୍ମୀର ଏଲ୍‌ଓସି ସୀମାରେ ଗୁରୁବାର ଭାରତୀୟ ସେନାର ଗୁଳିରେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ଦୁଇ ଯବାନ ଶହୀଦ ହୋଇଥିବା ସୂଚନା ଦେଇଛନ୍ତି ଜମ୍ମୁ-କଶ୍ମୀରର ପ୍ରତିରକ୍ଷା ମୁଖପାତ୍ର।

ଗତ ଦୁଇ ଦିନ ମଧ୍ୟରେ ଏଲ୍‌ଓସିରେ ଏହା ଥିଲା ଦ୍ୱିତୀୟ ଏନ୍‌କାଉଣ୍ଟର। ଜମ୍ମୁରେ ଥିବା ବାୟୁସେନା ବେସ ଉପରେ ଡ୍ରୋନ ଆକ୍ରମଣ ପରେ ଏଲ୍‌ଓସି ସଂଲଘ୍ନ ଅଞ୍ଚଳରେ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି।

ରାଜୋରୀ ଜିଲା ସୁନ୍ଦରବନୀ ସେକ୍ଟରରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଥିବା ସୂଚନା ମିଳିଥିଲା। ଗତ ୨୯ ତାରିଖରୁ ସେନା ପକ୍ଷରୁ ଜୋରଦାର କରାଯାଇଥିଲା ସର୍ଚ୍ଚ ଅପରେଶନ। ଆତଙ୍କବାଦୀଙ୍କୁ ଦାଦାଲ ଜଙ୍ଗଲରେ ଠାବ କରାଯାଇଥିଲା। ଭାରତୀୟ ସେନା ଉପରେ ପାକିସ୍ତାନୀ ଆତଙ୍କବାଦୀମାନେ ଗୁଳି ଚଲାଇବା ସହ ଗ୍ରେନେଡ ମାଡ଼ କରିଥିଲେ। ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲା ବେଳେ ଦୁଇ ଯବାନ ଶହୀଦ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ଗତ ବୁଧବାର ଏନ୍‌କାଉଣ୍ଟରେ ହିଜବୁଲ ମୁଜାଇଦିନର ଜଣେ ଆତଙ୍କବାଦୀ ନିହତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତିରୁପତିରୁ ବସ୍ତାବସ୍ତା କେଶ ଚାଇନାକୁ ଚୋରା ଚାଲାଣ

ତିରୁପତି,୨୦।୩: ଆନ୍ଧ୍ରପ୍ରଦେଶର ଚିତୋର ଜିଲାରେ ଥିବା ପ୍ରସିଦ୍ଧ ତିରୁପତି ମନ୍ଦିରରୁ ବିପୁଳ ପରିମାଣର  କେଶ ଚାଇନାକୁ ଚୋରା ଚାଲାଣ ହେଉଛି। ଏହା ଭାୟା ମ୍ୟାନ୍‌ମାର ହେଉଥିବା...

ଏପ୍ରିଲ ୧ରୁ ଫ୍ରିରେ ମିଳିବ ବିଦ୍ୟୁତ୍‌ ସେବା

ଚଣ୍ଡିଗଡ଼,୧୫।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ଲାଭ କରିବା ପରେ ଆମ ଆଦମୀ ପାର୍ଟି(ଏଏପି)ର ଏବେ ନିଜର ପ୍ରତିଶ୍ରୁତି ପାଳନ କରିବାର ସମୟ ଆସିଛି।...

ଆସ୍ଥା ହରାଇବା ପରେ ତତ୍ପରତା

ନୂଆଦିଲ୍ଲୀ,୨୪ା୫: ଦେଶବାସୀ କରୋନା ମହାମାରୀ ସହ ଯୁଝୁଥିବାବେଳେ ଭାଜପା ନେତାମାନଙ୍କ ଦେଖା ମିଳୁନାହିଁ। ଏଥିଯୋଗୁ କେନ୍ଦ୍ର ତଥା ଅନେକ ରାଜ୍ୟରେ କ୍ଷମତାସୀନ ଭାଜପା ପ୍ରତି ଲୋକଙ୍କ...

ସୋମବାର ସକାଳ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ପାଳନ ହେବ ‘ଜନତା କର୍ଫ୍ୟୁ’

ମୁମ୍ବାଇ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ରବିବାର ସାରା ଦେଶରେ ପାଳନ କରାଯାଉଛି ‘ଜନତା କର୍ଫ୍ୟୁ’। ଏହି ସମୟରେ ଦେଶବାସୀ ନିଜ ନିଜ ଘରେ...

ମହାରାଷ୍ଟ୍ର ଡ୍ରାମା: ଭାଜପାର ନା ପରେ, ଶିବସେନାକୁ ସରକାର ଗଢିବା ପାଇଁ ପଚାରିଲେ ରାଜ୍ୟପାଳ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ଏବେ ହାଇଭୋଲଟେଜ୍‌ ରାଜନୈତିକ ଡ୍ରାମା ଚାଲିଛି। ରବିବାର ଭାଜପା ସରକାର ଗଢିବା ପାଇଁ ମନା କରିଦେବା ପରେ ରାଜ୍ୟପାଳ ଭଗତ ସିଂହ କୋଶିୟାର...

ଆଜିଠାରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ସମାରୋହ

ନୂଆଦିଲ୍ଲୀ, ୨୩ ।୧: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସକୁ ନେଇ କେନ୍ଦ୍ର ସରକାର ୨ଟି ମହତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଏବେ ସାଧାରଣତନ୍ତ୍ର ଦିବସ ସମାରୋହ...

ସାଧାରଣ ଜାଳେଣି ବ୍ୟବହାର ବନ୍ଦ ହେଲେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିବ: ଆଇଆଇଟି ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୨୦।୪: ଭାରତରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ସାଧାରଣ ଜାଳେଣି ବନ୍ଦ କରାଗଲେ ବର୍ଷରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିପାରିବ। ଜାଳେଣି କାଠ,...

କଳା ଚଷମା, ଲେଦର ଜ୍ୟାକେଟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର,୩।୩: ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରୁ ଏକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ...

Advertisement
Archives

Model This Week