Posted inଜାତୀୟ

ହସ୍ପିଟାଲରେ ମୂଷା କାମୁଡ଼ାରେ ୨ ନବଜାତ ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩।୯: ମଧ୍ୟପ୍ରଦେଶର ଇନ୍ଦୋରର ମହାରାଜା ଯଶବନ୍ତରାଓ ହସ୍ପିଟାଲରେ (MYH) ମୂଷା କାମୁଡ଼ାରେ ୨ ଦିନ ମଧ୍ୟରେ ଦୁଇ ନବଜାତଶିଶୁର ମୃତ୍ୟୁ ହୋଇଛି। ଖଣ୍ଡବାରୁ ଆସିଥିବା ଏକ ଶିଶୁକନ୍ୟା ମଙ୍ଗଳବା ମୃତ୍ୟୁ ବରଣ କରିଥିଲେ, ଯେତେବଳେ ଦେବାସରୁ ଆସିଥିବା ଅନ୍ୟ ଶିଶୁର ବୁଧବାର ମୃତ୍ୟୁ ହୋଇଛି।

ଡାକ୍ତରମାନେ କହୁଛନ୍ତି ଯେ ଶିଶୁମାନେର ମୃତ୍ୟୁ ମୂଷା କାମୁଡ଼ାରେ ନୁହେଁ, ବରଂ ଜନ୍ମଗତ ସମସ୍ୟା ଯଥା କଙ୍ଗେନିଟାଲ୍ ଆନିମିଆ, କମ୍ ଓଜନ୍ (୧ କିଲୋ ଓ ୧.୬ କିଲୋ) ଏବଂ ଅନ୍ୟାନ୍ୟ ଜଟିଳତାରୁ ହୋଇଛି। ହସ୍ପିଟାଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ଅଶୋକ ଯାଦବ କହିଛନ୍ତି, “ମୂଷା କାମୁଡ଼ାର ଚିହ୍ନ ଥିଲା, କିନ୍ତୁ ଏହା ମୃତ୍ୟୁର କାରଣ ନୁହେଁ।” ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଡ. ଜିତେନ୍ଦ୍ର ବର୍ମା ମଧ୍ୟ ଏକ ଶିଶୁର ଅପରେସନ୍ ପରେ ସେପ୍ଟିସେମିଆରୁ ମୃତ୍ୟୁ ହୋଇଥିବା କହିଛନ୍ତି।

ନଇଓନାଟାଲ୍ ଆଇସିୟୁରେ (NICU) ମୂଷା କିଛି ଦିନ ଧରି ଘୁରୁଥିବା ସ୍ୱୀକାର କରାଯାଇଛି। ପୁରୁଣା ହସ୍ପିଟାଲ୍, ବର୍ଷା ଓ ରୋଗୀଙ୍କ ସହ ଖୋଲା ଖାଦ୍ୟ ପ୍ରବେଶରୁ ଏହି ସମସ୍ୟା ବୃଦ୍ଧି ପାଇଛି। ନିକଟସ୍ଥ ନେହରୁ ଚିଲ୍ଡ୍ରେନ୍ସ୍ ହସ୍ପିଟାଲ୍, କେନ୍ସର୍ ହସ୍ପିଟାଲ୍ ଓ ଟିବି ସେନ୍ଟରରେ ମଧ୍ୟ ମୂଷା ଦେଖାଯାଉଛି।

ଏହି ଘଟଣାକୁ ନେଇ ସରକାର ଡ୍ୟାମେଜେ କଣ୍ଟ୍ରୋଲ୍ ମୋଡ୍‌ରେ ରହିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଲା କହିଛନ୍ତି, “ଏହା ଗମ୍ଭୀର ବିଷୟ। ପେଷ୍ଟ୍ କଣ୍ଟ୍ରୋଲ୍ ଏଜେନ୍ସିକୁ ୧ ଲକ୍ଷ ଟଙ୍କା ଦଣ୍ଡ ଓ ଟର୍ମିନେସନ୍ ନୋଟିସ୍ ଦିଆଯାଇଛି। ନର୍ସିଙ୍ଗ୍ ସୁପରିଣ୍ଟେଣ୍ଡେଣ୍ଟ୍‌କୁ ରିମୁଭ୍ କରାଯାଇଛି, ଦୁଇ ନର୍ସିଙ୍ଗ୍ ଅଫିସରଙ୍କୁ ସସ୍ପେଣ୍ଡ ଏବଂ ପିଡିୟାଟ୍ରିକ୍ ଡିପାର୍ଟମେଣ୍ଟ୍ HODଙ୍କୁ ନୋଟିସ୍ ଦିଆଯାଇଛି।”

ତେବେ ଘଟଣାକୁ ନେଇ ବିରୋଧୀ କଂଗ୍ରେସ୍ ଏହାକୁ ‘କସ୍ମେଟିକ୍’ କହି ସମାଲୋଚନା କରିଛି। ରାଜ୍ୟ କଂଗ୍ରେସ୍ ଅଧ୍ୟକ୍ଷ ଜୀତୁ ପଟ୍ୱାରୀ କହିଛନ୍ତି, “ଶିଶୁମାନଙ୍କୁ ମୂଷା ନୁହେଁ, ଭ୍ରଷ୍ଟ ପ୍ରଶାସନ୍ ହତ୍ୟା କରିଛି। ସରକାର ସୁପରିଣ୍ଟେଣ୍ଡେଣ୍ଟ୍ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିଲମ୍ବନ କରନ୍ତୁ।” ଏହି ଘଟଣା ପ୍ରଥମ ନୁହେଁ; ୨୦୨୩ରେ ମର୍ଟୁଆରୀରେ ମଧ୍ୟ ଏଭଳି ଘଟଣା ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିକୁ ଏଣ୍ଟ୍ରିକୁ ନେଇ ବଡ଼ ଘୋଷଣା କଲେ ଅଭିଜିତ ଦୀପକେ! ବଢିଲା ଭାଜପାର ଚିନ୍ତା

ନୂଆଦିଲ୍ଲୀ,୫।୮: କକ୍‌ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଜନ୍ତର-ମନ୍ତରରେ ହୋଇଥିବା ପ୍ରତିବାଦ ପରେ ବର୍ତ୍ତମାନ ଆଗାମୀ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଅଭିଜିତଙ୍କ ଘରେ ଆଜିଠାରୁ…

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri