୨ ବିଧାୟକଙ୍କୁ କରୋନା

ଭୁବନେଶ୍ୱର, ୨।୯(ବ୍ୟୁରୋ): ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଦୁଇଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱର ବିଜେଡି ଜିଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି, ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଯେଉଁମାନେ କିଛିଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଯଦି ଉଚିତ ମନେ କରନ୍ତି ତେବେ ନିଜର ଟେଷ୍ଟିଂ ସହିତ ଆଇସୋଲେଶନରେ ରଖିବାକୁ ଅନୁରୋଧ କରିଛନ୍ତି। ସୁଶାନ୍ତ ବର୍ତ୍ତମାନ ହୋମ୍‌ ଆଇସୋଲେଶନ୍‌ରେ ଅଛନ୍ତି। ଅନ୍ୟପଟେ ବରି ବିଧାୟିକା ସୁନନ୍ଦା ଦାସ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର କୌଣସି ଲକ୍ଷଣ ନାହିଁ। ହେଲେ ଟେଷ୍ଟିଂ କରିବା ପରେ ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ନିଜକୁ ହୋମ୍‌ କ୍ୱାରାଣ୍ଟାଇନରେ ରଖିଛନ୍ତି। ସେ ସୁସ୍ଥ ଅଛନ୍ତି। ବିଗତ ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ ଏବଂ କରୋନା ପରୀକ୍ଷା କରାଇ ନେବାକୁ ସେ ଟୁଇଟ୍‌ କରି ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ଭିସା ରିଜେକ୍ଟ ହେବାରୁ ବଞ୍ଚିଗଲା ଜୀବନ! ନେପାଳ ବନ୍ୟାର ଭୟାବହତାରୁ ଅଳ୍ପକେ ରକ୍ଷା ପାଇଲେ ଏହି ମହିଳା

କୋଲକାତା,୨୮।୮(ପି.ଟି.): ମନ ଚାହୁଁଥିବା କଥା ପୂରଣ ହୋଇ ନ ପାରିଲେ ଦୁଃଖ ଲାଗିଥାଏ। ହେଲେ ବେଳେ ବେଳେ ତାହା ପରବର୍ତ୍ତୀ ସମୟରେ ମଙ୍ଗଳ ଘଟାଇଥାଏ। ଏଭଳି ଏକ…

ଯାହା ଚାହିଁବ ତାହା ମିଳିବ… ନେପାଳ ପାଇଁ ହୃଦୟ ଖୋଲିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୮।୮: ନେପାଳ-ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ହଠାତ୍‌ ଏବଂ ଭୟଙ୍କର ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଆମେରିକା ନେପାଳକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଛି। ଆମେରିକାର…

‘ମୁଁ ପୁରା ପରିଶ୍ରମ କରୁଛି…’, ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର…

ମହାରାଷ୍ଟ୍ର ସରକାରରେ ପୁଣି ଫାଟ: ଶିବସେନା ମନ୍ତ୍ରୀଙ୍କୁ ଅଣଦେଖା

ପୁଣେ,୨୮।୮: ମହାରାଷ୍ଟ୍ରର ଶାସକ ମହାୟୁତି ମେଣ୍ଟ ଭିତରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ବିଶେଷକରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଏକନାଥ ଶିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ…

ମୋଦି ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ! ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇପାରନ୍ତି…

ନୂଆଦିଲ୍ଲୀ,୨୮ା୮: ଭାଜପାର ନୂଆ ଟିମ୍ ପ୍ରସ୍ତୁତ ହେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରୀୟ କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ସୂତ୍ର…

ଡାକ୍ତରୀ ମିଶନ ପାଇଁ ଆସିବେ ‘ସାଇବର୍ଗ କକ୍‌ରୋଚ୍‌’

ସିଡ୍‌ନୀ,୨୮।୮(ରଏଟର୍ସ): ଭୂକମ୍ପ କିମ୍ବା ବଡ଼ଧରଣର ବିପର୍ଯ୍ୟୟ ସମୟରେ କୋଠାବାଡ଼ି ଓ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆହତ ଲୋକଙ୍କ ପାଖରେ ଜରୁରୀ ଔଷଧ ପହଞ୍ଚାଇବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri