ଛତ୍ରପୁର,୨୦ା୫(ଦିଲ୍ଲୀପ ସାମଲ): ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଛି। ଗଞ୍ଜାମ ଥାନା ଅଧିନସ୍ଥ ବିରିପୁର ଗ୍ରାମ ନିକଟରେ ସ୍କୁଟି ସହିତ ବାଇକ୍ ମୁହାଁମୁହିଁ ହୋଇଥିଲା। ମୃତକମାନେ ହେଲେ ହଂସପୁର ଗ୍ରାମର ରଘୁନାଥ ପ୍ରଧାନ ଓ ହୁମ୍ବର ଗ୍ରାମର ଯୋଗେନ୍ଦ୍ର ଦାଶ। ରଘୁନାଥ ବଡ଼ମାଧପୁର ସିରଆରସିସି ତଥା ବିଏଲଓ ସୁପରଭାଇଜରଙ୍କ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଯୋଗେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଛତ୍ରପୁର ମେଡିକାଲରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

