Odisha Elections 2024
Posted inଜାତୀୟ

ମଣିପୁର ସରକାରରୁ ଓହରିଲେ ୨ କୁକି ବିଧାୟକ

ଇମ୍ଫାଲ,୭ା୮ : ଭାଜପା ଶାସିତ ମଣିପୁରରେ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲାଗିରହିଥିବା ଜାତିଆଣ ଓ ଯୌନ ହିଂସା ଯୋଗୁ ଅଚଳାବସ୍ଥା ଦୂର ହେଉନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ଉଦାସୀନତା ଓ ସ୍ଥାଣୁତାକୁ ଦାୟୀ କରାଯାଉଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ସହଯୋଗୀ କୁକି ପିପୁଲ୍ସ ଆଲାଏନ୍ସ (କେପିଏ)ର ୨ ଜଣ ବିଧାୟକ ରବିବାର ବୀରେନ୍‌ ସିଂ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ଦୁଇ ବିଧାୟକ ହେଲେ କିମ୍‌ନେଓ ହଙ୍ଗସିଂ(ସାଇକୁଲ) ଏବଂ ଚିନ୍‌ଲୁନ୍‌ଥାଙ୍ଗ୍‌(ସିଙ୍ଗତ)। ମଣିପୁରର ସାମ୍ପ୍ରତିକ ସ୍ଥିତିକୁ ନେଇ ଉପଯୁକ୍ତ ବିଚାରବିମର୍ଶ ପରେ ଉଭୟେ ସରକାରରୁ ଓହରିଯାଇଥିବା ବିଷୟ ରାଜ୍ୟପାଳ ଅନୁସୂୟା ଉଇକେଙ୍କୁ ପ୍ରଦାନ କରିଥିବା ଏକ ପତ୍ରରେ ଉଲ୍ଲେଖ କରିଛନ୍ତି।

୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ଭାଜପାର ସର୍ବାଧିକ ୩୨ ବିଧାୟକ ଅଛନ୍ତି। ଏହାବାଦ୍‌ ନାଗା ପିପୁଲ୍ସ ଫ୍ରଣ୍ଟ (ଏନ୍‌ପିଏଫ୍‌)ର ୫ ଏବଂ ଅନ୍ୟ ୩ ସ୍ବାଧୀନ ବିଧାୟକ ମଧ୍ୟ ରାଜ୍ୟ ସରକାରଙ୍କୁ ସମର୍ଥନ ଦେଉଛନ୍ତି। ତେଣୁ କେପିଏରେ ଥିବା ମୋଟ ୨ ବିଧାୟକଙ୍କ ଇସ୍ତଫା ଯୋଗୁ ବୀରେନ୍‌ ସିଂ ସରକାର ଉପରେ ବିପଦ ସୃଷ୍ଟି ହୋଇନାହିଁ। କିନ୍ତୁ ଏହି ପ୍ରତିବାଦର ରାଜନୈତିକ ସଙ୍କେତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ନକାରାମତ୍କ ପ୍ରଭାବ ପକାଇବ ବୋଲି ବିଶ୍ଳେଷକମାନେ ମତ ଦେଉଛନ୍ତି। ଅନ୍ୟପକ୍ଷେ ବିଧାନସଭା ଅଧିବେଶନ ଆସନ୍ତା ୨୧ରୁ ଆରମ୍ଭ ହେବାକୁ ଯାଉଥିବାବେଳେ ହିଂସା ଜାରି ରହିଥିବାରୁ ଦଳମତ ନିର୍ବିଶେଷରେ ଅଧିକାଂଶ କୁକି ବିଧାୟକ ଏଥିରେ ଯୋଗଦେଇ ନ ପାରନ୍ତି।

କୁକିମାନେ ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରଶାସନ ପ୍ରତିଷ୍ଠା ପାଇଁ ଅଡ଼ିବସିଥିବାବେଳେ ଏହାକୁ ସର୍ବସମ୍ମତକ୍ରମେ ପ୍ରତ୍ୟାଖ୍ୟାନ କରିବା ଲାଗି ଶୀର୍ଷ ମେଇତି ସଂଗଠନ ସିଓସିଓଏମ୍‌ଆଇ ଆଗୁଆ ବିଧାନସଭା ଅଧିବେଶନ ଦାବି କରିଛି। ଆଦିବାସୀ ବିଧାୟକମାନେ ବାସ୍ତବରେ ଯଦି ବିଧାନସଭା ଆସିବାକୁ ଚାହୁଁଥାନ୍ତି, ତେବେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବ ବୋଲି ମେଇତି ନେତାମାନେ କହିଛନ୍ତି। ମଣିପୁରରେ ଜାତିଆଣ ହିଂସା ଲାଗିରହିଥିବାରୁ ଇମ୍ଫାଲ ଯିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ଚୁରାଚାନ୍ଦପୁରର ଭାଜପା ବିଧାୟକ ଏଲ୍‌.ଏମ୍‌. ଖଉତେ କହିଛନ୍ତି। ହିଂସା ବନ୍ଦ ହେବା ସହ କୁକିମାନେ ସ୍ବତନ୍ତ୍ର ପ୍ରଶାସନ ପାଇଁ ଉଠାଇଥିବା ଦାବିର ସମାଧାନ ନ ହେଲେ କୁକି-ଜୋମି-ହମର ବିଧାୟକମାନେ ବିଧାନସଭା ଯିବା ସମ୍ଭବ ନୁହେଁ ବୋଲି ସେମାନେ କହିଛନ୍ତି। ଇମ୍ଫାଲରେ ଭାଜପା ବିଧାୟକ ଭୁଙ୍ଗଜାଗିନ୍‌ ଭାଲ୍‌ତେ ଆକ୍ରମଣର ସମ୍ମୁଖୀନ ହୋଇ ଏବେ ବି ଚିକିତ୍ସାଧୀନ ଅଛନ୍ତି।

ତେଣୁ ଇମ୍ଫାଲ ଯିବା କୁକି ବିଧାୟକଙ୍କ ପାଇଁ ନିରାପଦ ନୁହେଁ ବୋଲି କୁକି ପିପୁଲ୍ସ ଆଲିଆନ୍ସର ଅଧ୍ୟକ୍ଷ ତୋଙ୍ଗମାଙ୍ଗ ହାଇକିପ୍‌ କହିଛନ୍ତି। ପ୍ରକାଶ ଯେ, ମେଇତି ସମ୍ପ୍ରଦାୟର ଲୋକେ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ମାନ୍ୟତା ଦାବି କରୁଥିବାରୁ ମେ’ ୩ରୁ ମଣିପୁରେ ହିଂସା ଲାଗିରହିଛି। ମେଇତି-କୁକି ସଂଘର୍ଷରେ ଅଦ୍ୟାବଧି ୨୦୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସରକାର ଏହାକୁ କମ୍‌ କରି ଦେଖାଉଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ମୁହଁ ଖୋଲୁ ନ ଥିବାରୁ ଲୋକ ସଭା ଓ ରାଜ୍ୟ ସଭାରେ ଅଚଳାବସ୍ଥା ଜାରି ରହିଛି। ଏନେଇ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ୮ ଓ ୯ରେ ଆଲୋଚନା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଲିଗାଲ ନୋଟିସ୍‌

କୋଲକାତା,୨୧ା୫:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାରତ ସେବାଶ୍ରମ ସଂଘ (ବିଏସ୍‌ଏସ୍‌)ର ସମ୍ପାଦକ ସ୍ବାମୀ ପ୍ରଦୀପ୍ତାନନ୍ଦ ସୋମବାର ଲିଗାଲ ନୋଟିସ୍‌ ପଠାଇ ୪୮ ଘଣ୍ଟା ମଧ୍ୟରେ ନିଃସର୍ତ୍ତ...

ନୂଆ ଆପରାଧିକ ଆଇନ ବିରୋଧରେ ପିଟିଶନ ଖାରଜ

ନୂଆଦିଲ୍ଲୀ,୨୧ା୫ (ପି.ଟି.):କେନ୍ଦ୍ର ସରକାର ଆଣିଥିବା ୩ ନୂଆ ଆପରାଧିକ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ସୋମବାର ମନା କରିଦେବା...

ଅଧ ରାତିରେ କ୍ଷମା ମାଗିଲେ ସମ୍ବିତ ପାତ୍ର: କହିଲେ, ମୋ ଭୁଲ୍‌ ପାଇଁ ଆଗାମୀ ୩ ଦିନ ଉପବାସ କରିବି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୧।୫:ଓଡିଶାର ପୁରୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ସମ୍ମିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି।...

୫ମ ପର୍ଯ୍ୟାୟରେ ୬୦% ମତଦାନ

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୬୦.୪୮ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି। ସୋମବାର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ...

ଇରାନ ରାଷ୍ଟ୍ରପତିଙ୍କ ବିୟୋଗରେ ମଙ୍ଗଳବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ...

ପତ୍ନୀ ସୁନୀତାଙ୍କ ସହ କେଜ୍‌ରିଓ୍ବାଲଙ୍କ ପ୍ରଥମ ରୋଡ ଶୋ’, କହିଲେ ମୋଦି ଜୀ…

ନୂଆଦିଲ୍ଲୀ,୨୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ପତ୍ନୀ ସୁନୀତା କେଜ୍‌ରିଓ୍ବାଲଙ୍କ ସହ ଏକ ରୋଡ ଶୋ’ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ଭଲ...

ଭୋଟ୍‌ ବର୍ଜନ କରିଥିବା ଭୋଟରଙ୍କୁ ବୁଝାଇବାକୁ ରାଏବରେଲି ଯାଇଥିଲେ ରାହୁଲ, ଶୁଭିଲା ଜୟ ଶ୍ରୀ ରାମ ନାରା, ଆଉ ତା’ପରେ…

ନୂଆଦିଲ୍ଲୀ,୨୦।୫: ସୋମବାର ଲୋକ ସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ହୋଇଛି। ଏହି ସମୟରେ ଉତ୍ତରପ୍ରଦେଶର ହଟ ସିଟ ରାଏବରେଲିରେ ଏକ ଗାଁର...

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri