Posted inଜାତୀୟ

ମଣିପୁର ସରକାରରୁ ଓହରିଲେ ୨ କୁକି ବିଧାୟକ

ଇମ୍ଫାଲ,୭ା୮ : ଭାଜପା ଶାସିତ ମଣିପୁରରେ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲାଗିରହିଥିବା ଜାତିଆଣ ଓ ଯୌନ ହିଂସା ଯୋଗୁ ଅଚଳାବସ୍ଥା ଦୂର ହେଉନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ଉଦାସୀନତା ଓ ସ୍ଥାଣୁତାକୁ ଦାୟୀ କରାଯାଉଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ସହଯୋଗୀ କୁକି ପିପୁଲ୍ସ ଆଲାଏନ୍ସ (କେପିଏ)ର ୨ ଜଣ ବିଧାୟକ ରବିବାର ବୀରେନ୍‌ ସିଂ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ଦୁଇ ବିଧାୟକ ହେଲେ କିମ୍‌ନେଓ ହଙ୍ଗସିଂ(ସାଇକୁଲ) ଏବଂ ଚିନ୍‌ଲୁନ୍‌ଥାଙ୍ଗ୍‌(ସିଙ୍ଗତ)। ମଣିପୁରର ସାମ୍ପ୍ରତିକ ସ୍ଥିତିକୁ ନେଇ ଉପଯୁକ୍ତ ବିଚାରବିମର୍ଶ ପରେ ଉଭୟେ ସରକାରରୁ ଓହରିଯାଇଥିବା ବିଷୟ ରାଜ୍ୟପାଳ ଅନୁସୂୟା ଉଇକେଙ୍କୁ ପ୍ରଦାନ କରିଥିବା ଏକ ପତ୍ରରେ ଉଲ୍ଲେଖ କରିଛନ୍ତି।

୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ଭାଜପାର ସର୍ବାଧିକ ୩୨ ବିଧାୟକ ଅଛନ୍ତି। ଏହାବାଦ୍‌ ନାଗା ପିପୁଲ୍ସ ଫ୍ରଣ୍ଟ (ଏନ୍‌ପିଏଫ୍‌)ର ୫ ଏବଂ ଅନ୍ୟ ୩ ସ୍ବାଧୀନ ବିଧାୟକ ମଧ୍ୟ ରାଜ୍ୟ ସରକାରଙ୍କୁ ସମର୍ଥନ ଦେଉଛନ୍ତି। ତେଣୁ କେପିଏରେ ଥିବା ମୋଟ ୨ ବିଧାୟକଙ୍କ ଇସ୍ତଫା ଯୋଗୁ ବୀରେନ୍‌ ସିଂ ସରକାର ଉପରେ ବିପଦ ସୃଷ୍ଟି ହୋଇନାହିଁ। କିନ୍ତୁ ଏହି ପ୍ରତିବାଦର ରାଜନୈତିକ ସଙ୍କେତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ନକାରାମତ୍କ ପ୍ରଭାବ ପକାଇବ ବୋଲି ବିଶ୍ଳେଷକମାନେ ମତ ଦେଉଛନ୍ତି। ଅନ୍ୟପକ୍ଷେ ବିଧାନସଭା ଅଧିବେଶନ ଆସନ୍ତା ୨୧ରୁ ଆରମ୍ଭ ହେବାକୁ ଯାଉଥିବାବେଳେ ହିଂସା ଜାରି ରହିଥିବାରୁ ଦଳମତ ନିର୍ବିଶେଷରେ ଅଧିକାଂଶ କୁକି ବିଧାୟକ ଏଥିରେ ଯୋଗଦେଇ ନ ପାରନ୍ତି।

କୁକିମାନେ ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରଶାସନ ପ୍ରତିଷ୍ଠା ପାଇଁ ଅଡ଼ିବସିଥିବାବେଳେ ଏହାକୁ ସର୍ବସମ୍ମତକ୍ରମେ ପ୍ରତ୍ୟାଖ୍ୟାନ କରିବା ଲାଗି ଶୀର୍ଷ ମେଇତି ସଂଗଠନ ସିଓସିଓଏମ୍‌ଆଇ ଆଗୁଆ ବିଧାନସଭା ଅଧିବେଶନ ଦାବି କରିଛି। ଆଦିବାସୀ ବିଧାୟକମାନେ ବାସ୍ତବରେ ଯଦି ବିଧାନସଭା ଆସିବାକୁ ଚାହୁଁଥାନ୍ତି, ତେବେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବ ବୋଲି ମେଇତି ନେତାମାନେ କହିଛନ୍ତି। ମଣିପୁରରେ ଜାତିଆଣ ହିଂସା ଲାଗିରହିଥିବାରୁ ଇମ୍ଫାଲ ଯିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ଚୁରାଚାନ୍ଦପୁରର ଭାଜପା ବିଧାୟକ ଏଲ୍‌.ଏମ୍‌. ଖଉତେ କହିଛନ୍ତି। ହିଂସା ବନ୍ଦ ହେବା ସହ କୁକିମାନେ ସ୍ବତନ୍ତ୍ର ପ୍ରଶାସନ ପାଇଁ ଉଠାଇଥିବା ଦାବିର ସମାଧାନ ନ ହେଲେ କୁକି-ଜୋମି-ହମର ବିଧାୟକମାନେ ବିଧାନସଭା ଯିବା ସମ୍ଭବ ନୁହେଁ ବୋଲି ସେମାନେ କହିଛନ୍ତି। ଇମ୍ଫାଲରେ ଭାଜପା ବିଧାୟକ ଭୁଙ୍ଗଜାଗିନ୍‌ ଭାଲ୍‌ତେ ଆକ୍ରମଣର ସମ୍ମୁଖୀନ ହୋଇ ଏବେ ବି ଚିକିତ୍ସାଧୀନ ଅଛନ୍ତି।

ତେଣୁ ଇମ୍ଫାଲ ଯିବା କୁକି ବିଧାୟକଙ୍କ ପାଇଁ ନିରାପଦ ନୁହେଁ ବୋଲି କୁକି ପିପୁଲ୍ସ ଆଲିଆନ୍ସର ଅଧ୍ୟକ୍ଷ ତୋଙ୍ଗମାଙ୍ଗ ହାଇକିପ୍‌ କହିଛନ୍ତି। ପ୍ରକାଶ ଯେ, ମେଇତି ସମ୍ପ୍ରଦାୟର ଲୋକେ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ମାନ୍ୟତା ଦାବି କରୁଥିବାରୁ ମେ’ ୩ରୁ ମଣିପୁରେ ହିଂସା ଲାଗିରହିଛି। ମେଇତି-କୁକି ସଂଘର୍ଷରେ ଅଦ୍ୟାବଧି ୨୦୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସରକାର ଏହାକୁ କମ୍‌ କରି ଦେଖାଉଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ମୁହଁ ଖୋଲୁ ନ ଥିବାରୁ ଲୋକ ସଭା ଓ ରାଜ୍ୟ ସଭାରେ ଅଚଳାବସ୍ଥା ଜାରି ରହିଛି। ଏନେଇ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ୮ ଓ ୯ରେ ଆଲୋଚନା ହେବ।


Enter your email to get our daily news in your inbox.

All Right Reserved By Dharitri.Com

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri