Posted inଫୁରସତ

୨ କି.ମି. ଲମ୍ବା ଟ୍ରେନ୍‌

ସ୍ବିଜରଲାଣ୍ଡର ଟ୍ରେନ୍‌ ଯାତ୍ରା ବେଶ୍‌ ମନୋରମ। ନିକଟରେ ଏହି ରେଳସେବା ୧୭୫ ବର୍ଷ ପୂରଣ କରିଛି। ଆଉ ଏହି ଅବସରରେ ଏଠାକାର ରେଳ କମ୍ପାନୀ ତିଆରି କରିଛି ପୃଥିବୀର ସବୁଠାରୁ ଲମ୍ବା ଟ୍ରେନ୍‌। ସ୍ବିସ୍‌ ଟ୍ରାନ୍ସପୋର୍ଟ କମ୍ପାନୀ ରେହଟିଶିୟନ ରେଲଓ୍ବେ ଓ ସ୍ବିସ୍‌ ଟ୍ରେନ୍‌ ନିର୍ମାତା କମ୍ପାନୀ ଷ୍ଟେଡଲର୍‌ ଏକତ୍ର ମିଶି ଏହି ଟ୍ରେନ୍‌ ନିର୍ମାଣ କରିଛନ୍ତି। ଉକ୍ତ ଟ୍ରେନ୍‌କୁ ୨୫ଟି ଟ୍ରେନ୍‌ ମିଶାଇ କରାଯାଇଛି, ଯେଉଁଥିରେ ଅଛି ୧୦୦ଟି ବଗି। ଆଉ ଏହାର ଲମ୍ବ ୨ କି.ମି। ଉକ୍ତ ଲମ୍ବା ଟ୍ରେନ୍‌ ୨୫ କି.ମି. ଯାତ୍ରା କରିଥିଲା। ଆଉ ସେଥିରେ ୩୦୦୦ ଯାତ୍ରୀ ଯାତ୍ରା କରିଥିଲେ। ଏହି ଯାତ୍ରାକୁ ଟିଭିରେ ସମସ୍ତଙ୍କୁ ଦେଖାଇବା ଲାଗି ୧୯ଟି କ୍ୟାମେରାକୁ ଡ୍ରୋନ ଓ ହେଲିକପ୍ଟରରେ ଫିଟ୍‌ କରାଯାଇଥିଲା। ଯେଉଁ ରୁଟ୍‌ରେ ଟ୍ରେନ୍‌ଟି ଗଲା ତାହାକୁ ଏଲବୁଲା ଲାଇନ୍‌ କୁହାଯାଏ। ଆଉ ତାହା ୟୁନେସ୍କୋର ଓ୍ବର୍ଲଡ ହେରିଟେଜ୍‌ ଅନ୍ତର୍ଗତ ଅଟେ। ଏହି ଲାଇନ୍‌ ପୂର୍ବ ସ୍ବିଜରଲାଣ୍ଡର ପ୍ରେଡାରୁ ଏଲଓ୍ବାନ୍ୟୁ ପର୍ଯ୍ୟନ୍ତ ଯାଇଛି। ଆଲ୍ପସ ପର୍ବତମାଳା ମଧ୍ୟ ଦେଇ ଯାଇଥିବା ଉକ୍ତ ରେଳ ଲାଇନ୍‌ରେ ଟ୍ରେନ ଚଳାଇବା ବହୁତ କଷ୍ଟକର। କାରଣ ଯେଉଁଠି ସାଧାରଣ ନ୍ୟାରୋଗେଜ୍‌ ୧.୪ ମିଟରର ହୋଇଥାଏ, ଏହାର ରେଳଧାରଣାର ଚଉଡା କିନ୍ତୁ ମାତ୍ର ୧ ମିଟର ଅଟେ। ତା’ଛଡା ରାସ୍ତାରେ ୨୨ଟି ଟନେଲ, ୪୮ଟି ବ୍ରିଜ୍‌ ପଡିଥାଏ। ଆଉ ରେଳ ଲାଇନ୍‌ର ଉଭୟ ପାର୍ଶ୍ୱରେ ଗଭୀର ଘାଇ ଅଛି। ରେଳଧାରଣ ଅଙ୍କା ବଙ୍କା ତେଣୁ ଟ୍ରେନକୁ ଦ୍ରୁତଗତିରେ ଚଳାଇ ହୁଏନା। ୭ଜଣ ଡ୍ରାଇଭର୍‌ଙ୍କ ଉପରେ ଏହି ଟ୍ରେନ୍‌ ଚଳାଇବା ଦାୟିତ୍ୱ ଥିଲା। ଟ୍ରେନ୍‌ର ଗତି ସାମାନ୍ୟ ବଢିଲେ ବି ରେଳଧାରଣ ଉପରେ ଚାପ ପଡି ବଡ ଦୁର୍ଘଟଣା ହେବାର ବି ଆଶଙ୍କା ଥିଲା। ତେଣୁ ୨୫ କି.ମି. ଯାତ୍ରାକୁ ଘଣ୍ଟା ପ୍ରତି ମାତ୍ର ୩୫ କି.ମି ବେଗରେ ଚଳାଇ ୧ ଘଣ୍ଟାରେ ଟ୍ରେନ୍‌କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri