Posted inଫୁରସତ

ଯେଉଁ ଦେଶରେ ନାହିଁ ନିଜସ୍ବ ମୁଦ୍ରା

ପ୍ରତ୍ୟେକ ଦେଶର ଏକ ନିଜସ୍ବ ମୁଦ୍ରା ରହିଥାଏ। ଯେପରି ଭାରତର ଟଙ୍କା ବା ରୁପି, ଆମେରିକାର ଡଲାର, ଇଂଲଣ୍ଡର ୟୁରୋ ଇତ୍ୟାଦି। ହେଲେ ଆପଣ ଜାଣନ୍ତିକି, ପୃଥିବୀରେ ଏମିତି କେତେକ ଦେଶ ରହିଛି, ଯାହାର ନିଜସ୍ବ ମୁଦ୍ରା ନାହିଁ। ଜାଣିବା ସେଭଳି କେତେକ ଦେଶ ସମ୍ପର୍କରେ…

 

ଜିମ୍ବାଓ୍ବେ: ଦକ୍ଷିଣ ଆଫ୍ରିକୀୟ ଦେଶ ଜିମ୍ବାଓ୍ବେରେ ୨୦୦୯ ମସିହାରେ ଗଭୀର ଆର୍ଥତ୍କ ସଂକଟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅଧିକ ଋଣ ଯୋଗୁ ଏହି ଦେଶର ସମସ୍ତ ମୁଦ୍ରା ଶେଷ ହୋଇଗଲା। ସେବେଠୁ ଏଠାରେ ଅନ୍ୟ ଦେଶର ମୁଦ୍ରା ଯଥା- ରେଣ୍ଡ, ପାଉଣ୍ଡ, ରୁପିଜ୍‌, ଡଲାର, ୟେନ୍‌, ୟୁରୋ ଆଦିର ପ୍ରଚଳନ ହେଉଛି।
ଇକ୍ୱେଡର୍‌: ଦକ୍ଷିଣ ଆମେରିକୀୟ ଦେଶ ଇକ୍ୱେଡର ଅର୍ଥନୈତିକ ବ୍ୟବସ୍ଥା ମୁଖ୍ୟତଃ ତେଲ ଉତ୍ପାଦନ ଉପରେ ନିର୍ଭର କରିଥାଏ। ହେଲେ ୨୦୦୦ ମସିହାରେ ଏଠାରେ ଖୁବ୍‌ କମ୍‌ ତେଲ ଉତ୍ପାଦନ ହେବା ଯୋଗୁ ଆର୍ଥତ୍କ ସଂକଟ ଦେଖାଦେଇଥିଲା। ଫଳସ୍ବରୂପ ଅନ୍ୟ ଦେଶରୁ ଧାର ଆଣିବାରେ ଧୀରେ ଧୀରେ ଦେଶର ମୁଦ୍ରା ସମାପ୍ତ ହୋଇଗଲା। ସେବେଠାରୁ ଏଠାରେ ଆମେରିକୀୟ ମୁଦ୍ରା ଡଲାର ପ୍ରଚଳନ ହେଉଛି।
ନାଉରୁ: ଏହା ହେଉଛି ପୃଥିବୀର ସବୁଠୁ ଛୋଟ ଦ୍ୱୀପରାଷ୍ଟ୍ର। ଏହାର କ୍ଷେତ୍ରଫଳ ମାତ୍ର ୮.୧ ବର୍ଗ ମାଇଲ ହୋଇଥିବା ବେଳେ ଜନସଂଖ୍ୟା ୧୦ ହଜାର। ଏହି ଦେଶରେ ନା ରହିଛି ନିଜସ୍ବ ରାଜଧାନୀ ନା ସେନାବାହିନୀ। ଏମିତିକି ଏହି ଦେଶର ନିଜସ୍ବ ମୁଦ୍ରା ବି ନାହିଁ। ପ୍ରଥମେ ଏହି ଦେଶ ଜର୍ମାନୀ ଅଧୀନରେ ଥିଲା। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଅଷ୍ଟ୍ରେଲିଆ ଏବଂ ଅନ୍ୟ ସହଯୋଗୀ ଦେଶ ଏହାକୁ ସ୍ବାଧୀନ କରିଥିଲେ। ସେବେଠୁ ଏଠାରେ ଅଷ୍ଟ୍ରେଲୀୟ ମୁଦ୍ରା ଡଲାର ପ୍ରଚଳନ ହେଉଛି।
ପାନାମା: ମଧ୍ୟ ଆମେରିକୀୟ ଦେଶ ପାନାମାକୁ ୧୯୦୩ ମସିହାରେ ଆମେରିକା କଲମ୍ବିଆ ସଂଘଠାରୁ ସ୍ବତନ୍ତ୍ର ହେବାରେ ସାହାଯ୍ୟ କରିଥିଲା। ସେବେଠୁ ଏଠାକାର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଆମେରିକୀୟ ମୁଦ୍ରା ଡଲାର ଉପରେ ନିର୍ଭରଶୀଳ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri