ଶୀତଦିନେ ଆଲର୍ଜି ସମସ୍ୟା

ଗୃହପାଳିତ କୁକୁର, ବିଲେଇ କିମ୍ବା ଅନ୍ୟ ପଶୁପକ୍ଷୀଙ୍କ ଲୋମ ଦ୍ୱାରା ଆଲର୍ଜି ହୋଇଥାଏ।
ଘରେ ଥିବା ଆସବାବପତ୍ର ଝାଡ଼ୁଥିବା ସମୟରେ କାର୍ପେଟ, ଓ୍ବିଣ୍ଡୋ କିମ୍ବା ଥାକରୁ ଧୂଳି ଉଡି ଆଲର୍ଜି ହୋଇଥାଏ।
ଆମିଷ କିମ୍ବା ଅନ୍ୟ କୌଣସି ଖାଦ୍ୟ ପଦାର୍ଥ ଦ୍ୱାରା ଶରୀରରେ ଆଲର୍ଜି ହୋଇଥାଏ।
ବିଷାକ୍ତ କୀଟ କାମୁଡ଼ିଲେ କିମ୍ବା ଫିମ୍ପି ଏବଂ ଶିଉଳି ଦ୍ୱାରା ଆଲର୍ଜି ହୋଇଥାଏ।
କେତେକ ମେଡିସିନ୍‌ ଗ୍ରହଣ କରିବା ଦ୍ୱାରା ମଧ୍ୟ ଆଲର୍ଜି ହୋଇଥାଏ।
ଲାଟେକ୍ସ ସାମଗ୍ରୀ ଯଥା ବେଲୁନ୍‌, ରବର, ଗ୍ଲୋଭ୍ସ କିମ୍ବା ପୋଷାକରେ ଥିବା ଇଲାଷ୍ଟିକ ଦ୍ୱାରା ମଧ୍ୟ ଏହି ସମସ୍ୟା ଉପୁଜିଥାଏ।
ମେଟାଲ୍‌ ସାମଗ୍ରୀ ବିଶେଷକରି ନିକେଲ୍‌, କୋବାଲଟ୍‌ ଏବଂ କ୍ରୋମେଟ୍‌ ବ୍ୟବହାର କରିବା ଦ୍ୱାରା ଆଲର୍ଜି ହୋଇଥାଏ।
ପ୍ରତିକାର:
ଫୁଲ ଦ୍ୱାରା ଆଲର୍ଜି ହେଉଥିଲେ ଫୁଲଗଛଠାରୁ ଦୂରେଇ ରୁହନ୍ତୁ। ଘରେ ଲାଗିଥିବା ଶିଉଳି କିମ୍ବା କୌଣସି ଜିନିଷରେ ଫିମ୍ପି ଲାଗିଥିଲେ ତାହାକୁ ଯଥାଶୀଘ୍ର ସଫା କରିଦିଅନ୍ତୁ। ସଫା କରିବା ସମୟରେ ତାହା ଯେପରି ନାକ, ପାଟି ଓ ଆଖି ସଂସ୍ପର୍ଶରେ ନ ଆସେ, ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
ଯଦି କୁକୁର, ବିଲେଇ କିମ୍ବା କୌଣସି ପଶୁପକ୍ଷୀଙ୍କୁ ପାଳୁଛନ୍ତି, ତେବେ ଆଲର୍ଜି ସମସ୍ୟା ଥିଲେ ସେମାନଙ୍କୁ କୋଳେଇ ଧରନ୍ତୁନି କିମ୍ବା ସେମାନଙ୍କ ପାଖରେ ଶୁଅନ୍ତୁନି। ସେମାନଙ୍କୁ ଧରିବା ପରେ ସାଙ୍ଗେ ସାଙ୍ଗେ ହାତକୁ ସାନିଟାଇଜ୍‌ କରିଦିଅନ୍ତୁ।
ଶୁଖିଲା କପଡ଼ାରେ ଧୂଳି ସଫା କଲେ ଅଧିକ ଉଡ଼ିଥାଏ ଏବଂ ନାକ, କାନରେ ପଶିଥାଏ। ତେଣୁ ଝାଡ଼ିବା ଲାଗି ଓଦା କପଡ଼ା ବ୍ୟବହାର କରନ୍ତୁ।
ସାଇନ୍‌ସ ସଂକ୍ରମଣ କିମ୍ବା କାନରେ ସଂକ୍ରମଣ ଲାଗି ରହୁଥିଲେ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଗରମ ପାଣି ବ୍ୟବହାର କରି ନିତ୍ୟ ବ୍ୟବହାର୍ଯ୍ୟ କପଡ଼ାକୁ ସଫା କରନ୍ତୁ।
ନିୟମିତ ମାସ୍କ ବ୍ୟବହାର କରନ୍ତୁ।
ରାତିରେ କ୍ଷୀର ସହ ହଳଦୀ ମିଶାଇ ପିଅନ୍ତୁ, ଯଦ୍ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri