କରେଣ୍ଟ ଲାଗି କଟିଯାଇଥିଲା ୨ ହାତ; ପାଦରେ ଲେଖି ହେଲେ କୃଷି ପର୍ଯ୍ୟବେକ୍ଷକ

ସିକର, ୧୪।୯: ରାଜସ୍ଥାନର ସିକରରେ ରହୁଥିବା ଭରତ ସିଂ ଶେଖାଓ୍ବତଙ୍କୁ ଏବେ ସମସ୍ତେ ବେଶ୍‌ ତାରିଫ କରୁଛନ୍ତି। ମାତ୍ର ୬ ବର୍ଷ ବୟସରେ ଭରତ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ହାତ ହରାଇଥିବା ଭରତ ପାଦରେ ଲେଖିବା ଆରମ୍ଭ କରିଥିଲେ। ଏବେ ଭରତ ପ୍ରଥମ ପ୍ରୟାସରେ କୃଷି ପର୍ଯ୍ୟବେକ୍ଷକ ପଦ ପାଇଁ କୃତ କାର୍ଯ୍ୟ ହୋଇଛନ୍ତି।
ବର୍ଷ ବୟସରେ କରେଣ୍ଟ ଆଘାତ ପାଇ ୨ ହାତ ହରାଇଥିବା ଭରତ ୨ ବର୍ଷ ପର୍ଯ୍ୟନ୍ତ ଶର୍ଯ୍ୟାଶାୟୀ ରହିଥିଲେ। ପ୍ରତିଦିନ ଯେତବେଳେ ସାଙ୍ଗସାଥୀମାନେ ସ୍କୁଲ ଯାଉଥିବାର ଦେଖିଲେ ଭରତ ଏହାପରେ ଆଉ ରହିପାରି ନ ଥିଲେ। ସେ ମଧ୍ୟ ସ୍କୁଲ ଯିବା ପାଇଁ ବାପା ତେଜ ସିଂଙ୍କ ନିକଟରେ ଜିଦି କରିଥିଲେ। ଅଧ୍ୟୟନର ଉତ୍ସାହ ଏବଂ ଜୀବନ ବଦଳାଇବା ପାଇଁ ଜିଦ୍‌ ଯୋଗୁ ଭରତ ଏହାପରେ ପାଦରେ ଲେଖିବା ଆରମ୍ଭ କରିଥିଲେ। ନିଜର ଅଦମ୍ୟ ଇଚ୍ଛାଶକ୍ତି ଯୋଗୁ ଭରତ ୮ମ ବୋର୍ଡ ପରୀକ୍ଷାରେ ୨ୟ ସ୍ଥାନ ହାସଲ କରିଥିଲେ। ତେବେ ନିକଟରେ ଭରତ ନିଜର ପ୍ରୟାସରେ କୃଷି ପର୍ଯ୍ୟବେକ୍ଷକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଫଳତା ପାଇଁ ବାହାନା ଖୋଜୁଥିବା ଲୋକମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କେବଳ ପାଠପଢ଼ା କ୍ଷେତ୍ର ନୁହେଁ ଭରତ କ୍ରୀଡ଼ାରେ ମଧ୍ୟ ସଫଳ ହୋଇଛନ୍ତି। ୨୦୧୬ ରାଜ୍ୟ ପାରା ଅଲିମ୍ପିକ୍ସ କ୍ରୀଡ଼ାରେ ସେ ୧୦ କିମି ଚାଲିରେ ବ୍ରୋଞ୍ଜ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri