ଟାଟା କମ୍ପାନୀ ସିକ୍ୟୁରିଟି ଅଫିସରଙ୍କ ନାଁରେ ୨ ଏତଲା

ଛତ୍ରପୁର,୨୩ା୬ଡି.ଏନ.ଏ.): ଛତ୍ରପୁର ବ୍ଲକ କାଳିପଲ୍ଳୀ ନିକଟରେ ଟାଟା କମ୍ପାନୀ ଅଧିକୃତ ଜମିରେ ପ୍ରକଳ୍ପକୁ ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି ା ଆନ୍ଦୋଳନ ଯୋଗୁ ଉକ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ା ଅନ୍ୟପକ୍ଷରେ ପୂର୍ବତନ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ୍ରିପାକ୍ଷିକ ଆଲୋଚନା ବୈଠକରୁ କୌଣସି ନିଷ୍କର୍ସ ବାହାରି ନ ଥିବାରୁ ଆନ୍ଦୋଳନ ଆହୁରି ତୀବ୍ର ହୋଇଛି ା ତେଣୁ ପ୍ରକଳ୍ପ ନିର୍ମାଣ ସ୍ଥଳରେ କାଳିପଲ୍ଳୀ ଗ୍ରାମବାସୀଙ୍କ ଆନ୍ଦୋଳନ ଜାରି ରହିଛି ା ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ନେଇ ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ଗ୍ରାମବାସୀ କହିଛନ୍ତି। ଦୁଇ ଦିନ ମଧ୍ୟରେ ଉକ୍ତ ଗାଁରେ ଛତ୍ରପୁର ଉପଜିଲାପାଳ ଓ ଏସଡିପିଓଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କ ବୈଠକ ହେବ ଏବଂ ଖୁବଶୀଘ୍ର ଏହା ସମାଧାନ ହେବ ବୋଲି ଜିଲାପାଳଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା ା ମାତ୍ର ତକତ୍ାଳୀନ ଜିଲାପାଳଙ୍କ ବଦଳି ପରେ ଏସବୁ କିଛି କାର୍ଯ୍ୟକାରୀ ହୋଇନି। ପୋଲିସ ଓ ପ୍ରଶାସନିକ ଅଧିକାରୀ ନିରବ ବସିଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନ ଲାଗି ଟାଟା ଷ୍ଟିଲ ସେଜ୍‌ର ସିକ୍ୟୁରିଟି ଅଫିସରଙ୍କ ପକ୍ଷରୁ କାଲିପଲ୍ଳୀ ଗାଁର ୮୦ ଜଣ ଏବଂ ୧୩ ତାରିଖରେ ୪୫୦ ଜଣଙ୍କ ନାଁରେ ଏତଲା ଦିଆଯାଇଥିଲା ା ଏହା ଜାଣିବା ପରେ ମଙ୍ଗଳବାର ରାତିରେ ଗାଁରେ ଏକ ବୈଠକ ବସି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ା ବୁଧବାର ଗ୍ରାମବାସୀ ଚମାଖଣ୍ଡି ଥାନାକୁ ଆସି ଟାଟା କମ୍ପାନୀ ବିରୋଧରେ ନାରାବାଜି କରିଥିଲେ ା ଏଥିସହ ଟାଟା କମ୍ପାନୀ ସେଜ୍‌ର ସିକ୍ୟୁରିଟି ଅଫିସରଙ୍କ ନାଁରେ ଗାଁର ମୁରଲୀ ସାହୁ ଓ ଏସ୍‌.ଗଣେଶ ପାତ୍ରଙ୍କ ପକ୍ଷରୁ ଗୋଟିଏ ଏତଲା ଦିଆଯାଇଛି। ସେହିପରି ଅନ୍ୟ ଏକ ଏତଲା ପରମେଶ୍ୱର ସେଠୀ ଜାତିଆଣ ଆକ୍ଷେପକୁ ନେଇ ଟାଟା ଷ୍ଟିଲ ସେଜ୍‌ର ସିକ୍ୟୁରିଟି ଅଫିସର ଆଶୋକ କୁମାର ରାୟଙ୍କ ନାଁରେ ଏତଲା ଦେଇଛନ୍ତି। ସୂଚନାଯୋଗ୍ୟ, ଟାଟା କମ୍ପାନୀ ଇସ୍ପାତ କାରଖାନା ପାଇଁ କାଳିପଲ୍ଳୀ ଏବଂ ନିକଟସ୍ଥ ଅଞ୍ଚଳରେ ୧୯୯୬ରେ ଜମି ଅଧିଗ୍ରହଣ ହୋଇଥିଲା ା ଦୀର୍ଘ ୨୫ ବର୍ଷ ପରେ ମଧ୍ୟ କମ୍ପାନୀ ପକ୍ଷରୁ ଜମି ହରାଇଥିବା ପରିବାରର ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଏବେ କାଳିପଲ୍ଳୀ ନିକଟ ଉକ୍ତ ଜମିରେ ଟାଟା କମ୍ପାନୀ ଠାରୁ ଲିଜ୍‌ ନେଇ ଦୀପକ ଫଟିଲାଇଜର କମ୍ପାନୀ ସ୍ଥାପନ ପାଇଁ ନିର୍ମାଣ କାର୍ଯ୍ୟ ଚାଲିଥିଲା ା ଏହି କାମକୁ ସ୍ଥାନୀୟ ଶତାଧିକ ଲୋକେ ବିରୋଧ କରିବା ସହ ନିଯୁକ୍ତି ଦାବିରେ ଆନ୍ଦୋଳନରେ ବସଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?