Posted inଜାତୀୟ

ତାଜମହଲକୁ ୨ କୋଟିର ପାଣି ଟିକସ ନୋଟିସ

ଆଗ୍ରା,୨୧।୧୨: ବିଶ୍ୱପ୍ରସିଦ୍ଧ କୀର୍ତ୍ତିରାଜି ତାଜମହଲକୁ ପାଖାପାଖି ୨ କୋଟି ଟଙ୍କାର ପାଣି ବିଲ୍‌ ସହ ୧.୫ ଲକ୍ଷ ଟଙ୍କା ଖଜଣା ଏବଂ ୫ କୋଟି ଟଙ୍କା ସେବା କର ପୈଠ କରିବା ଲାଗି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ)କୁ ନୋଟିସ୍‌ ଆସିଛି। ଜାତୀୟ କୀର୍ତ୍ତିରାଜିଗୁଡ଼ିକୁ ଏହିସବୁ ଟ୍ୟାକ୍ସରୁ ବାଦ୍‌ ଦିଆଯାଇଥିବା ଏଏସ୍‌ଆଇ କହିଛି। ତେବେ ଆଗ୍ରା ମ୍ୟୁନିସିପାଲ କମିଶନର ନିଖିଲ ଟିକାରାମ ଫୁଣ୍ଡେଙ୍କ କହିବା ଅନୁଯାୟୀ ଅନେକ ବିଲ୍ଡିଂକୁ ନୋଟିସ୍‌ ଜାରି ହୋଇଛି। ଯେଉଁମାନେ ଟିକସ ଛାଡ଼ ପାଇବାକୁ ଯୋଗ୍ୟ ସେମାନଙ୍କୁ ବାଦ୍‌ ଦିଆଯିବ। ଏଏସ୍‌ଆଇକୁ ପୌର ନିଗମ ପଠାଇଥିବା ନୋଟିସରେ ତାଜମହଲ ପାଣି ବିଲ୍‌ ବାବଦକୁ ୧.୯୪ କୋଟି ଟଙ୍କା, ତାଜମହଲ ସମ୍ପତ୍ତି ପାଇଁ ୧.୪୭ ଲକ୍ଷ ଏବଂ ସେଠାରେ ଥିବା ଅନ୍ୟ ଏକ କୀର୍ତ୍ତିରାଜି ଇତ୍‌ମାଦ୍‌-ଉଦ୍‌୍‌-ଦୌଲା ଗମ୍ବୁଜ ପାଇଁ ୧.୪୦ ଲକ୍ଷ ଟଙ୍କା ସମ୍ପତ୍ତି ଟିକସ ପୈଠ କରିବାକୁ କୁହାଯାଇଛି। ଏହା ବ୍ୟତୀତ ଆଗ୍ରା ଦୁର୍ଗ ପାଇଁ ୫ କୋଟି ଟଙ୍କା ସେବା ଟିକସ ପୈଠ କରିବାକୁ ସେଠାର କ୍ୟାଣ୍ଟନମେଣ୍ଟ ବୋର୍ଡ ଏଏସ୍‌ଆଇକୁ ନୋଟିସ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ହଜାର ଯବାନଙ୍କ ହାତରେ ସୁରକ୍ଷା ଦାୟିତ୍ୱ

ନୂଆଦିଲ୍ଳୀ,୬।୨: କୃଷି ଆଇନକୁ ଫେରାଇନେବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଦାବି କରି ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଶନିବାର ମଧାହ୍ନ ୧୨ଟା ଠାରୁ...

ହ୍ୟାଟ୍ରିକ୍‌ ମୁହାଁ ଦିଦି: ଲାଭରେ ଭାଜପା…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୨୦୬ ଆସନରେ ଆଗେଇଥିବାବେଳେ ଭାଜପା ୮୩ ଆସନରେ ଆଗୁଆ ରହିଛି। ସେହିପରି ଲେଫ୍ଟ ମେଣ୍ଟ...

ଗୁଜରାଟରେ କରୋନା ବିସ୍ଫୋରଣ: ଅହମଦାବାଦ ଇନଷ୍ଟିଚ୍ୟୁଟ କ୍ୟାମ୍ପସ କଣ୍ଟେନମେଣ୍ଟ ଜୋନ ଘୋଷଣା

ଗାନ୍ଧିନଗର,୯ ।୫: ଗୁଜରାଟରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅହମଦାବାଦରେ ଥିବା ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନରେ ୨୪ କରୋନା...

ଅଣ୍ଟା ପର୍ଯ୍ୟନ୍ତ ବରଫ: ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ୧୦୦ ଯବାନ

ଶ୍ରୀନଗର,୧୫।୧: ଆମକୁ ସୁରକ୍ଷିତ ଏବଂ ସୁଖରେ ରଖିବା ପାଇଁ ଯବାନଙ୍କ ତ୍ୟାଗର ତୁଳନା ନାହିଁ। ସମସ୍ତଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥାନ୍ତି...

ମଇଦାନରେ ଷ୍ଟାର୍‌ ଓ୍ବାର୍‌

ନୂଆଦିଲ୍ଲୀ, ୧୮ା୩: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଦଳଡ଼ିଆଁ ପର୍ବ ପରେ ଜୋର୍‌ଦାର ହୋଇଛି ଆକ୍ଷେପ ପ୍ରତିଆକ୍ଷେପର...

ନଏଡା-ଗ୍ରେଟର ନଏଡା ଏକ୍ସପ୍ରେସ ୱେରେ ଦୁଇଟି ବସ ମଧ୍ୟରେ ଧକ୍କା, ୩ ମୃତ ଅନେକେ ଆହତ

ନଏଡା.୧୮ ।୧୨: ନଏଡା-ଗ୍ରେଟର ନଏଡା ଏକ୍ସପ୍ରେସ ୱେରେ ରବିବାର ସକାଳେ ଏକ ବଡ ଦୁର୍ଘଟଣା ହୋଇଛି । ଏଥିରେ ଘଟଣାସ୍ଥଳରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ...

ପୁଣି ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୯।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା...

ମାଓବାଦୀଙ୍କ ପାଇଁ ନିର୍ମାଣ ହେଉଛି ଟାଉନଶିପ୍‌…

ଦନ୍ତେଓ୍ବାଡ଼ା,୧୨।୮: ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ଲାଗି ଛତିଶଗଡ଼ ଦନ୍ତେଓ୍ବାଡ଼ାରେ ଟାଉନଶିପ୍‌ ନିର୍ମାଣ କରାଯାଉଛି। ସଂଗଠନ ଛାଡ଼ି ଆତ୍ମ ସମର୍ପଣ କରିଥିବା ମାଓବାଦୀମାନଙ୍କ...

Advertisement
Archives

Model This Week