ପରିତ୍ୟକ୍ତ ଅବସ୍ଥାରେ ୨ ପୋଖରୀ

ନୂଆପଡ଼ା,୨୯।୧୧ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଧରମପୁର ଗାଁରେ ଥିବା ଦୁଇଟି ପୋଖରୀ ଅନାବନା ଘାସରେ ପରିପୂର୍ଣ୍ଣ ହୋଇଛି। ୧୪ ଏକର ପରିଧିରେ ଧରମପୁର ବଡବନ୍ଧ(ପୋଖରୀ) ଓ ୩ ଏକର ବିଶିଷ୍ଟ ବଂଜାରୀ ସାନ ପୋଖରୀ ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ଲୋକେ ହଇରାଣ ହେଉଛନ୍ତି। ଚାରି ୱାର୍ଡ ବିଶିଷ୍ଟ ଧରମପୁର ଗାଁରେ ୬ ଶହରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ୩ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ରହିଛି। ଧରମପୁର ଗାଁ ସମେତ ବଂଜାରୀ ଓ ବଂଜାରୀପଡ଼ା, ଗୋହିରାପଦର ଗାଁର ସଡ଼କ ପଡ଼ାର ଲୋକେ ଶୌଚସ୍ନାନ କରିବା ପାଇଁ ୧୭ ଏକର ପରିଧିରେ ୨ଟି ପୋଖରୀ ରହିଛି। ଗୋଟିଏ ବଡ଼ବନ୍ଧ ନାମରେ ନାମିତ ଥିବାବେଳେ ଅନ୍ୟଟି ବଂଜାରୀ ସାନ ବନ୍ଧ ନାମରେ ନାମିତ ହୋଇଛି। ଦୁଇ ବନ୍ଧର ଅବସ୍ଥା ଏମିତି ଶୋଚନୀୟ ହୋଇପଡ଼ିଛି। ଗାଁ ଲୋକେ ପାଣି ବୁନ୍ଦାଏ ପାଇବା ପାଇଁ ସାତସପନ ହୋଇଯାଇଛି। ଖାଲି ଧରମପୁର ଗାଁ ସେହି ବନ୍ଧ ଉପରେ ନିର୍ଭର କରନ୍ତି ନାହିଁ। କଟକିଆ ପଡ଼ା, କଟାପଡ଼ା, ହରିଜନପଡ଼ା, ଗୁଡ଼ାରଜିଆ ପଡ଼ା, ଶବର ପଡ଼ା, ଖଲିଆ ପଡ଼ା, ବଂଜାରୀ ପଡ଼ା, ପାଥର ପଡ଼ା, ପହରିଆ ପଡ଼ା, ଗୋହିରାପଦର ଆଦି ଗାଁ ଲୋକେ ବ୍ୟବହାର କରନ୍ତି। ଜଗଲ (ଦଳ), ଲଟା, ବୁଦା, ବେଶ୍ରମ(ଅମିରିକା) ଓ ଅନାବନା ଘାସରେ ପରିପୂର୍ଣ୍ଣ ହୋଇଯାଇଛି। ସତେ ଯେମିତି ଦୂରରୁ ଦେଖିଲେ ବାର ପାହାଡ ଜଙ୍ଗଲ ସଦୃଶ୍ୟ ଦେଖାଯାଉଛି। ଆଜିକୁ ପ୍ରାୟ ୫ ବର୍ଷରୁ ଊର୍ଦ୍ଧ୍ୱ ହୋଇଯିବ ବନ୍ଧର ଅବସ୍ଥା ଏପରି ହୋଇଯାଇଛି। ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଲଟାବୁଦା, ଅନାବନା ଘାସ ହୋଇ ବନ୍ଧର ପାଣି ଦେଖାଯାଉ ନାହିଁ। ଦୂରରୁ ଲୋକେ ଦେଖିଲେ କ୍ରିକେଟ ପଡିଆ ବୋଲି କହିବେ। ଫଳରେ ଗାଁ ଲୋକେ ଶୌଚସ୍ନାନ ପାଇ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁ ବନ୍ଧ ଶୋଚନୀୟ ଅବସ୍ଥାରେ ପଡିଥିବାରୁ ନଈ, ନାଳ, ଚହଳା, ଖୋଳାକୂଅ କିମ୍ବା ନଦୀରେ ବାଲିଚୁଆଁ କରି ଲୋକେ ପାଣି ବ୍ୟବହାର କରୁଛନ୍ତି। ଫଳରେ ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଦୁଇଟି ବନ୍ଧ ମଧ୍ୟଭାଗ ହିଡରେ ବହୁ ପୁରାତନ ମହାଦେବ ମନ୍ଦିର ରହିଛି। ସେଠାରେ ସୋମବାର ବହୁ ଶ୍ରଦ୍ଧାଳୁ ଆସି ଶିବଲିଙ୍ଗରେ ଜଳ ଢାଲୁଥିଲେ। ବର୍ତ୍ତମାନ ଶିବଲିଙ୍ଗରେ ଜଳ ଢାଲିବା ପାଇଁ ନ ଥିବାରୁ ଲୋକେ ମନ୍ଦିର ଆସିବା ବନ୍ଦ କରି ଦେଲେଣି। ମନ୍ଦିର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। ସେହି ଦୁଇ ବନ୍ଧକୁ ପ୍ରତି ବର୍ଷ ନିଲାମ କରି ଲକ୍ଷାଧିକ ଟଙ୍କା ପଞ୍ଚାୟତକୁ ରାଜସ୍ବ ମଧ୍ୟ ଆସୁଥିଲା। ରକ୍ଷଣାବେକ୍ଷଣ ଅଭାବ ଯୋଗୁ ରାଜସ୍ବ ମଧ୍ୟ ବନ୍ଦ ହୋଇଯାଇଛି। ସରପଞ୍ଚ, ବିଡିଓ ଓ ଜିଲାପାଳ ପର୍ଯ୍ୟନ୍ତ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏ ସଂକ୍ରାନ୍ତରେ କୋମନା ବିଡିଓ ସର୍ବେଶ୍ୱର ଜାଲଙ୍କୁ ପଚାରିବାରୁ ଧରମପୁର ବନ୍ଧ ଉପରେ ଅଭିଯୋଗ ଆସିନାହିଁ। ହେଲେ ଲୋକଙ୍କଠାରୁ ଶୁଣୁଛୁ ଯେ, ବନ୍ଧର ଅବସ୍ଥା ଅତି ଶୌଚନୀୟ ହୋଇପଡ଼ିଛି। ତଦନ୍ତ କରି କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ। ଶୀଘ୍ର ଯେମିତି ପୋଖରୀ ସଫା ହୋଇପାରିବ ସେ ଉପରେ ବିଚାର କରାଯିବ ବୋଲି ସେ କହିଥିଲେ।
ସେମାନେ ଯାହା କୁହନ୍ତି…
ପଞ୍ଚାୟତରେ ପର୍ଯ୍ୟାପ୍ତ ପରିମାଣର ଫଣ୍ଡ ନାହିଁ
ପଞ୍ଚାୟତରେ ପର୍ଯ୍ୟାପ୍ତ ପରିମାଣର ଫଣ୍ଡ ନାହିଁ। ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପଞ୍ଚାୟତକୁ ୧୫ ଲକ୍ଷ ଟଙ୍କା ଆସୁଛି। ବନ୍ଧ ସଫା କରିବା ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ସରକାର ଦୃଷ୍ଟି ଦେଇ ଆବଶ୍ୟକ ପରିମାଣର ଅର୍ଥ ମଞ୍ଜୁର କଲେ ବନ୍ଧ ସଫା ହେବ ଏବଂ ଗ୍ରାମବାସୀ ଉପକୃତ ହୋଇପାରିବେ।
ତରବୋଡ ସରପଞ୍ଚ, ଶ୍ୟାମସୁନ୍ଦର ପୃଷ୍ଟି।
ଅଭିଯୋଗ ପରେ ବି ଫଳ ଶୂନ
ଗ୍ରାମବାସୀ ଅନେକ ଥର ବନ୍ଧର ପଙ୍କ ଉଦ୍ଧାର କରିବା ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରୀ ଓ ମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ହେଲେ କୌଣସି ସୁଫଳ ମିଳିନାହିଁ।
ସାମାଜିକ କର୍ମୀ ଲାଲମନ ଖର୍ସେଲ।
ଶୀଘ୍ର ପଙ୍କ ଉଦ୍ଧାର କରାଯାଉ
ଅନେକ ଥର ଅଭିଯୋଗ ପରେ ମଧ୍ୟ ପୋଖରୀ ପ୍ରତି କାହାର ଦୃଷ୍ଟି ପଡୁନାହିଁ। ଏହାର ପଙ୍କ ଉଦ୍ଧାର, ଉନ୍ନତି ପ୍ରତି ନିର୍ବାଚନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ କୁଣ୍ଠାବୋଧ କାହିଁକି କରୁଛନ୍ତି। ତେଣୁ ଶୀଘ୍ର ପଙ୍କ ଉଦ୍ଧାର କରାଯାଉ।
ଭୁଜବଳ ଖର୍ସେଲ, ଗ୍ରାମବାସୀ।
ପାଣି ବିନା ପ୍ରାଣୀଙ୍କ କ’ଣ ହେବ
ପାଞ୍ଚ ବର୍ଷରୁ ଊର୍ଦ୍ଧ୍ୱ ହୋଇଯିବ ପାଣିର ଅଭାବ ଦେଖାଦେଇଛି। ହେଲେ ଗାଁ ଲୋକେ ବ୍ୟବସ୍ଥା କରି ଚଳି ଯାଉଛନ୍ତିପରିତ୍ୟକ୍ତ ଅବସ୍ଥାରେ ୨ ପୋଖରୀ
ରକ୍ଷଣାବେକ୍ଷଣ ଅଭାବ, ଅନାବନା ଘାସରେ ଭର୍ତ୍ତି
ବାଲିଚୁଆଁ କରି ପାଣି ବ୍ୟବହାର କରୁଛନ୍ତି ଲୋକେ ହେଲେ ପଶୁପକ୍ଷୀ, ବନ୍ୟପ୍ରାଣୀଙ୍କ ଅବସ୍ଥା କ’ଣ ହେଉଥିବ। ଆଗକୁ ଗ୍ରୀଷ୍ମ ଋତୁ ଆସୁଛି, ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ।
ତେଜରାମ କେତକି, ଗ୍ରାମବାସୀ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?