Posted inଜାତୀୟ

ହରିୟାଣାରେ ୨୫ ଲକ୍ଷ ଜାଲ୍‌ ଭୋଟର: ରାହୁଲ

ନୂଆଦିଲ୍ଲୀ,୬ା୧୧(ପି.ଟି./ଏଜେନ୍ସି): ବିଭିନ୍ନ ରାଜ୍ୟରେ ନିଜ ଦଳର ଦୁର୍ବଳ ପ୍ରଦର୍ଶନ ପାଇଁ ନିର୍ବାଚନ କମିଶନ (ଇସି)ଙ୍କୁ ଦାୟୀ କରିଆସୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ହରିୟାଣା ଭୋଟ ପ୍ରସଙ୍ଗ ଉଠାଇଛନ୍ତି। ବିହାର ବିଧାନସଭା ନିର୍ବାଚନର ଠିକ୍‌ ଦିନକ ପୂର୍ବରୁ ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଏକ ଖବରଦାତା ସମ୍ମିଳନୀ ଡାକି ୨୦୨୪ ହରିୟାଣା ବିଧାନସଭା ନିର୍ବାଚନରେ ଦଳୀୟ ପରାଜୟର କାରଣ ବଖାଣିଛନ୍ତି। ରାହୁଲ କହିଛନ୍ତି, କଂଗ୍ରେସ ଜିତିବା ନେଇ ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକ ଭବିଷ୍ୟବାଣୀ କରିଥିଲେ। କିନ୍ତୁ ଭାଜପା ଏବଂ ନିର୍ବାଚନ କମିଶନ (ଇସି) ମିଳିମିଶି ଫଳାଫଳକୁ ଏପଟ ସେପଟ କରିଦେଲେ। ୨୫ ଲକ୍ଷ ଜାଲ୍‌ ଭୋଟର ସୃଷ୍ଟି କରି ସେମାନେ ଜନମତକୁ ନିଜ ସପକ୍ଷକୁ ଟାଣିବାରେ ସକ୍ଷମ ହୋଇଥିବା ରାହୁଲ ଅଭିଯୋଗ ଆଣିଛନ୍ତି। ଏପରି କି ହରିୟାଣା ବିଧାନସଭା ନିର୍ବାଚନ ବେଳେ ବ୍ରାଜିଲର ଜଣେ ମହିଳା ମଡେଲ ୧୦ଟି ବୁଥ୍‌ରେ ୨୨ ଥର ଭୋଟ ଦେଇଥିଲେ। ବିଭିନ୍ନ ବୁଥ୍‌ରେ ତାଙ୍କର ସ୍ବିଟି, ସୀମା, ସରସ୍ବତୀ ଭଳି ଭିନ୍ନ ଭିନ୍ନ ନାମ ରହିଥିଲା। ତେଣୁ ଏହି ଜାଲିଆତି ଏକ ‘ସେଣ୍ଟ୍ରାଲାଇଜ୍‌ଡ ଅପରେଶନ୍‌’ ବୋଲି ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷେ ଇସି ରାହୁଲଙ୍କ ଦାବିକୁ ଭିତ୍ତିହୀନ ଅଭିଯୋଗ କହି ଖଣ୍ଡନ କରିଛନ୍ତି। ହରିୟାଣା ଭୋଟର ତାଲିକାରେ ଯଦି ଜାଲିଆତି ହୋଇଥିଲା, ତେବେ କଂଗ୍ରେସ ପୂର୍ବରୁ କାହିଁକି ଏହାକୁ ଚ୍ୟାଲେଞ୍ଜ କରି ନ ଥିଲା ବୋଲି ଇସି ଅଧିକାରୀମାନେ ପ୍ରଶ୍ନ କରିଛନ୍ତି। ଯଦି ଜଣେ ବ୍ୟକ୍ତି ଏକାଧିକ ସ୍ଥାନରେ ଭୋଟ ଦେଉଥିଲେ, କଂଗ୍ରେସର ବୁଥ୍‌ ଏଜେଣ୍ଟମାନେ କାହିଁକି ତାକୁ ବିରୋଧ କରି ନ ଥିଲେ। ସେହିପରି ଭାଜପା ମଧ୍ୟ ରାହୁଲଙ୍କ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଛି। ରାହୁଲ ନିଜ ବିଫଳତା ଲୁଚାଇବାକୁ ଯାଇ ଦେଶକୁ ବଦନାମ କରୁଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri