ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଗରିବଙ୍କ ପାଇଁ ୨.୨୫ ଲକ୍ଷ ପକ୍କାଘର

ସମସ୍ତଙ୍କ ପାଇଁ ପକ୍କାଘର ନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା। ଏଥିପାଇଁ ପ୍ରଚଳିତ ଗୃହନିର୍ମାଣ ଯୋଜନାରେ ଉପକୃତ ହୋଇ ନ ଥିବା ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ। ଗୃହ ନିର୍ମାଣ ପାଇଁ ହିତାଧିକାରୀଙ୍କୁ ୧,୨୦,୦୦୦ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଆଗାମୀ ୩ ବର୍ଷରେ ଏଭଳି ୨.୨୫ ଲକ୍ଷ ଘର ନିର୍ମାଣ କରାଯିବ। ଏଥିସକାଶେ ମୋଟ ୭,୫୫୦ କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ ମଞ୍ଜୁରୀ ଦେଇଥିବା ନେଇ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ତନ୍ମଧ୍ୟରେ ରହିଛି ରାଜ୍ୟର ସମସ୍ତ ୩୧୪ ବ୍ଲକ୍‌ରେ ଗୋଟିଏ ଲେଖାଏ ଷ୍ଟାଡିୟମ ନିର୍ମାଣ ଏବଂ ସରକାରୀ ଚାକିରିଆଙ୍କ ପାଇଁ ୟୁନିଫାଏଡ୍‌ ପେନ୍‌ସନ ସ୍କିମ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା। ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା ଭିତ୍ତିଭୂମି, ଗମନାଗମନ ଓ ସାମାଜିକ ସୁରକ୍ଷାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଏସବୁ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଭୁବନେଶ୍ୱର, ୯।୨(ବନ୍ଦନା ସେଠୀ): ସମାଜର ଦୁର୍ବଳ ବର୍ଗର ଲୋକଙ୍କୁ ପକ୍କାଘର ଯୋଗାଇଦେବା ପାଇଁ ଓଡ଼ିଶା ସରକାର ନୂଆ ଯୋଜନା କରିଛନ୍ତି। ଏହି ବର୍ଗର ଲୋକଙ୍କ ଜୀବନ ଧାରଣର ମାନ ପରିବର୍ତ୍ତନ କରିବା ଲକ୍ଷ୍ୟରେ ‘ଅନ୍ତ୍ୟୋଦୟ ଗୃହ’ ଯୋଜନା ନାମରେ ନୂତନ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ୩ବର୍ଷରେ ଏହି ଯୋଜନାରେ ଅନୂ୍ୟନ ୨ଲକ୍ଷ ୨୫ହଜାର ନୂତନ ପକ୍କାଘର ମଞ୍ଜୁର କରାଯିବ। ଯୋଜନା ପାଇଁ ୭ ହଜାର ୫୫୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ହିତାଧିକାରୀଙ୍କୁ ଶୌଚାଳୟକୁ ବାଦ୍‌ ଦେଇ ୨୫ ବର୍ଗ ମିଟର ପରିଧି ବିଶିଷ୍ଟ ପକ୍କାଘର ନିର୍ମାଣ ପାଇଁ ୧ଲକ୍ଷ ୨୦ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବ। ସେହିପରି ଅନ୍ତ୍ୟୋଦୟ ଗୃହ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ୍‌-ଜନମନ) ଓ ଅନ୍ୟାନ୍ୟ ସରକାରୀ ଗ୍ରାମୀଣ ଗୃହ ଯୋଜନାର ହିତାଧିକାରୀ, ଯେଉଁମାନେ ପ୍ରଥମ କିସ୍ତି ପାଇବାର ୪ମାସ ଓ ୬ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରୁଛନ୍ତି, ସେମାନଙ୍କୁ ଯଥାକ୍ରମେ ୨୦ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଯୋଜନାରେ ପକ୍କାଘର ସଂଜ୍ଞାର ସରଳୀକରଣ କରାଯାଇ, ଆଜବେଷ୍ଟସ୍‌, ଟିଣ ଓ ଟାଇଲ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି। କେବଳ ସିମେଣ୍ଟ ଯୋଡେଇ କାନ୍ଥ ସହିତ ଆର୍‌ସିସି ଛାତକୁ ପକ୍କାଘରର ମାନ୍ୟତା ଦିଆଯିବ। ସେହିପରି ପରିବାର ସଂଜ୍ଞାର ମଧ୍ୟ ସରଳୀକରଣ କରାଯାଇଛି। ପରିବାରର ଅର୍ଥ ସ୍ବାମୀ, ସ୍ତ୍ରୀ, ନିର୍ଭରଶୀଳ ମାତାପିତା ଓ ସନ୍ତାନଙ୍କୁ ବୁଝାଉଛି। ଏହାଦ୍ୱାରା ସୃଷ୍ଟି ହୋଇଥିବା ନୂଆ ପରିବାର ଏହି ଯୋଜନାରେ ଉପକୃତ ହୋଇପାରିବେ। ବିଭିନ୍ନ ସମୟରେ ପ୍ରାକୃତିକ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ ଦ୍ୱାରା ରାଜ୍ୟର ଅନେକ ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି। ସେହିପରି ବିଭିନ୍ନ ସରକାରୀ ପ୍ରକଳ୍ପ ହେତୁ ବିସ୍ଥାପନ ସମସ୍ୟା ମଧ୍ୟ ରହୁଛି।

ଭିନ୍ନକ୍ଷମ ବ୍ୟକ୍ତି, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ପରିବାର ଏବଂ ରାଜ୍ୟରେ ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ବଞ୍ଚତ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି। ସେହିପରି ତୃଣମୂଳସ୍ତରରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୩୧୪ଟି ବ୍ଲକରେ ବ୍ଲକ୍‌ସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ଏହି ଷ୍ଟାଡିୟମ୍‌ଗୁଡିକ ୮ରୁ ୧୦ ଏକର ପରିମିତ ଜମିରେ ନିର୍ମାଣ ହେବ। ଏଥିରେ ଫୁଟ୍‌ବଲ୍‌ କିମ୍ବା କ୍ରିକେଟ୍‌ ପଡ଼ିଆ, ଥ୍ରୋ ଓ ଜମ୍ପ୍‌ ଫିଲ୍‌ଡ୍‌ ସହିତ ଆଥଲେଟିକ୍‌ ଟ୍ରାକ୍‌, ଭଲିବଲ, ଖୋଖୋ, କବାଡ଼ି କୋର୍ଟ, ବ୍ୟାଡ୍‌ମିଣ୍ଟନ୍‌, ଟେବୁଲ ଟେନିସ୍‌ ଆଦି ବିଭିନ୍ନ ଖେଳର ସୁବିଧା ରହିବ। ଏଥିସହ ଇନ୍‌ଡୋର ହଲ୍‌ ନିର୍ମାଣ କରାଯିବ। ୫ବର୍ଷ ମଧ୍ୟରେ ରାଜ୍ୟରେ ବ୍ଲକ୍‌ସ୍ତରୀୟ ଷ୍ଟାଡିୟମ୍‌ ନିର୍ମାଣ କାମ ସରିବାକୁ ଥିବାବେଳେ, ଏଥିପାଇଁ ୪ହଜାର ୧୨୪କୋଟି ଟଙ୍କା ବ୍ୟୟ ମଞ୍ଜୁରୀ କରାଯାଇଛି। ଏହି ପଦକ୍ଷେପ ସମଗ୍ର ଓଡ଼ିଶାରେ ସୁସ୍ଥ ଜୀବନଯାପନକୁ ପ୍ରୋତ୍ସାହିତ କରିବା ସହିତ ଏକ ଦୃଢ଼ କ୍ରୀଡ଼ା ପରିବେଶକୁ ପ୍ରତିଷ୍ଠିତ କରିବା ପାଇଁ ସାହାଯ୍ୟ କରିବ। ଯୋଜନା ଅନ୍ତର୍ଗତ ଗ୍ରାମୀଣ କ୍ରୀଡ଼ା ଭିତ୍ତିଭୂମିରେ ଗୁରୁତ୍ତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ମାନର କ୍ରୀଡ଼ାବିତ୍‌ ସୃଷ୍ଟି ହେବାରେ ରହିଥିବା ଅସୁବିଧା ଦୂରୀଭୂତ ହୋଇ ଉନ୍ନତ ଭିତ୍ତିଭୂମି ପ୍ରସ୍ତୁତ ହୋଇପାରିବ। ବିଶେଷକରି ଯେଉଁ ବ୍ଲକ୍‌ଗୁଡିକରେ ଭିତ୍ତିଭୂମି ଅନୁନ୍ନତ ଅବସ୍ଥାରେ ରହିଛି, ସେଠାରେ ଉନ୍ନତ ଭିତ୍ତିଭୂମି ପ୍ରସ୍ତୁତ ହେବ। ରାଜ୍ୟ ସରକାର ଖେଳାଳିମାନଙ୍କ ପାଇଁ ସୁଯୋଗ ପ୍ରଦାନ କରିବା, ସ୍ଥାନୀୟ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ତୃଣମୂଳସ୍ତରରେ ଅଧିକ କ୍ରୀଡ଼ା ପ୍ରତିଯୋଗିତାମାନ ଆୟୋଜନ କରିବା ଆଦି ଲକ୍ଷ୍ୟ ରଖିଛନ୍ତି। ପ୍ରତିଯୋଗିତାମୂଳକ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା, ଏହି ସୁବିଧାଗୁଡ଼ିକ ଗ୍ରାମୀଣ ଯୁବ ପ୍ରତିଭାମାନଙ୍କୁ ଶାରୀରିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବ। ଭାରତର ଏକ ଉଦୀୟମାନ କ୍ରୀଡ଼ାକେନ୍ଦ୍ର ଭାବରେ ସ୍ବୀକୃତିପ୍ରାପ୍ତ ହେବା ଏବଂ ଦେଶରେ ଏକ କ୍ରୀଡ଼ା ସଂସ୍କୃତି ପ୍ରତିଷ୍ଠା କରିବାକୁ ଓଡ଼ିଶା ପ୍ରତିବଦ୍ଧ ସହ ରାଜ୍ୟରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍‌ ନିର୍ମାଣ ପ୍ରକଳ୍ପ ଦ୍ୱାରା ଏହି ଲକ୍ଷ୍ୟ ହାସଲ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?