କାନାଡାରେ ଶିଖ୍‌ ନେତାଙ୍କୁ ହତ୍ୟା

ଓଟାଓ୍ବା,୧୫।୭: କାନାଡାର ଶିଖ ନେତା ତଥା ପଞ୍ଜାବୀ ମୂଳ ବ୍ୟବସାୟୀ ରିପୁଦାମାନ ସିଂ ମଲିକଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସେ ତାଙ୍କ କାରରେ ଯାଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାରୀମାନେ ଏକ କାରରେ ଆସିଥିଲେ। କାରକୁ କିଛି ଦୂରରେ ପାର୍କିଂ କରି ବାଇକ୍‌ରେ ଆସି ଗୁଳି ମାରିଥିଲେ। ପରେ ପ୍ରମାଣ ନଷ୍ଟ ପାଇଁ କାରରେ ନିଆଁ ଲଗାଇ ସେଠାରୁ ପଳାଇଥିଲେ। ବର୍ତ୍ତମାନ ହତ୍ୟାକାଣ୍ଡର କାରଣ ଜଣା ପଡିନାହିଁ।
ରିପୁଦାମାନ ସିଂ କାନାଡାରେ ଜଣେ ସଫଳ ବ୍ୟବସାୟୀ ତଥା ଶିଖ ସଂଗଠନର ପ୍ରତିନିଧୀ ଥିଲେ। ୧୯୮୫ରେ ତାଙ୍କ ନାଁରେ ଏୟାର ଇଣ୍ଡିଆ ବିମାନ ଅପହରଣ କରି ସେଥିରେ ବିସ୍ଫୋରଣ କରିଥିବା ଅଭିଯୋଗ ହୋଇଥିଲା। ମାଣ୍ଟ୍ରିଆଲରୁ ନୂଆଦିଲ୍ଲୀକୁ ଆସୁଥିବା ବିମାନରେ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ୩୨୯ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ରିପୁଦାମାନ ୨୦୦୫ ପର୍ଯ୍ୟନ୍ତ କାନାଡାର କାରାଗାରରେ ରହିଥିଲେ ଏବଂ ପରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। ରିପୁଦାମାନ ପୂର୍ବରୁ ଖଲିସ୍ତାନର ସମର୍ଥକ ଥିଲେ କିନ୍ତୁ ପରେ ତାଙ୍କର ଆଦର୍ଶ ବଦଳିଗଲା। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଶିଖ ସମ୍ପ୍ରଦାୟର ଲୋକଙ୍କୁ ବିଚ୍ଛିନ୍ନତାବାଦୀ ନେତାଙ୍କଠାରୁ ଦୂରରେ ରହିବାକୁ ପ୍ରେରଣା ଦେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ ମାନିଲେ, ବାଇଡେନ୍‌ ନିର୍ବାଚନ ଜିତିଛନ୍ତି

ଓ୍ବାଶିଂଟନ୍‌, ୧୬।୧୧: ନଭେମ୍ବର ୩ରେ ଅନୁଷ୍ଠିତ ଆମେରିକା ନିର୍ବାଚନରେ ତାଙ୍କ ଡେମୋକ୍ରାଟିକ୍‌ ପ୍ରତିଦ୍ୱନ୍ଦ୍ୱୀ ଜୋ ବାଇଡେନ୍‌ ଜିତିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ଲାଗି...

ରେଳ ଟ୍ରାକ୍‌ରେ ଖୁବ୍‌ ଜୋର୍‌ରେ କାର୍‌ ଚଳାଇଲେ ଯୁବକ, କାରଣ ଜାଣିଲେ…

ଲଣ୍ଡନ,୧୬ା୭: ବ୍ରିଟେନରେ ଜଣେ ଯୁବକ ରେଳ ଟ୍ରାକ୍‌ରେ ଖୁବ୍‌ ଜୋର୍‌ରେ କାର୍‌ ଚଳାଇବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଘଟଣା ଏବେ ସୋସିଆଲ ମିଡିଆରେ...

ପୁଣି କର୍ମଚାରୀଙ୍କୁ ଛଟେଇ କରିବ ମେଟା

କାଲିଫର୍ନିଆ,୭।୩: ଫେସ୍‌ବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ଲାଟ୍‌ଫର୍ମ ଇନକର୍ସ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ଏହି ନୂତନ ରାଉଣ୍ଡର ଛଟେଇ ଚଳିତ...

୫ ଦଶନ୍ଧି ଧରି କମୁଛି ବର୍ଷା

ବେଜିଂ/ନୂଆଦିଲ୍ଲୀ, ୧୪ା୬: କୃଷି ପ୍ରଧାନ ଦେଶ ଭାରତରେ ଚାଷକାର୍ଯ୍ୟ ଲାଗି ବିଶେଷତଃ ବର୍ଷା ଉପରେ କୃଷକମାନେ ନିର୍ଭର କରିଥାନ୍ତି। କିନ୍ତୁ ବିଗତ ୫ ଦଶନ୍ଧି ଧରି...

ବିଶ୍ୱରେ ୯୦ ହଜାରରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ !

ଓ୍ବାଶିଂଟନ,୭।୫: ଗତ ସପ୍ତାହରେ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମନ୍ୟ କମ୍‌ ହୋଇଥିବା ବେଳେ ଏବେ ପୁଣିଥରେ ଏହି ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି।...

ତାଇଓ୍ବାନକୁ ଡରାଇଲେ ସାରା ପୃଥିବୀ ହେବ ପ୍ରଭାବିତ: ଚାଇନାକୁ ଆମେରିକାର ଚେତାବନୀ…

ଓ୍ବାଶିଂଟନ,୨୧।୧ : ତାଇୱାନ ଏବଂ ଚାଇନେ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଚାଇନା କ୍ରମାଗତ ଭାବରେ ତାଇୱାନକୁ ଧମକ ଦେଉଛି। ଏନେଇ ଆମେରିକାର ରାଷ୍ଟ୍ରପତି ଜୋ...

ପୁଣି ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲେ କିମ

ପୋଙ୍ଗୟାଙ୍ଗ,୨୫ ।୯: ପୁଣିଥରେ ଚର୍ଚ୍ଚାରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ । ସେ ତାଙ୍କର ପୂର୍ବ ଅଭ୍ୟାସକୁ ଛାଡି ପାରୁ ନ...

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୫ ଜଣଙ୍କ ଜୀବନ ଗଲା

ସିଓଲ,୨୭ା୧୧: ଦକ୍ଷିଣ କୋରିଆର ୟାଙ୍ଗୟାଙ୍ଗର ବୌଦ୍ଧ ମନ୍ଦିର ନିକଟରେ ରବିବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ଚିହ୍ନଟ...

Advertisement
Archives

Model This Week