Posted inଜାତୀୟ

ଅବିଶ୍ୱାସୀ ଚାଇନା, ଭାଇରାଲ ହେଉଛି ୧୯୬୨ର ହେଡ୍‌ ଲାଇନ୍ସ: ପଛକୁ ଘୁଞ୍ଚିବା ପରେ ବି ସାବଧାନ ସେନା

ନୂଆଦିଲ୍ଲୀ,୭।୭: ଗତ ମେ’ ମାସରୁ ଭାରତ-ଚାଇନା ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ତୁତୁମେମେ ଚାଲିଥିବା ବେଳେ ନିକଟରେ ଚାଇନା ସେନା ଗଲଓ୍ବାନ ଘାଟିରୁ କିଛି କିଲୋମିଟର ପଛକୁ ଘୁଞ୍ଚି ଯାଇଥିବା ଖବର ରହିଛି। ହେଲେ ଏବେ ୧୫ ଜୁଲାଇ, ୧୯୬୨ ମସିହାରେ ପ୍ରକାଶିତ ଏକ ଖବର କାଗଜର ହେଡ୍‌ ଲାଇନ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହେଡ ଲାଇନ୍ସଟି ହେଉଛି, ‘Chinese Troops Withdraw from Galwan Post’ ଅର୍ଥାତ୍‌ ଚାଇନା ସେନା ଗଲଓ୍ବାନ ପୋଷ୍ଟଠାରୁ ପଛକୁ ଚାଲିଯାଇଛନ୍ତି। ହେଲେ ଏବେ ଚାଇନା ସେନା ସମାନ ଢଙ୍ଗରେ ପଛକୁ ଘୁଞ୍ଚି ଯାଇଥିବା ବେଳେ ଭାରତୀୟ ସେନା କିନ୍ତୁ ଏ ସମ୍ପର୍କରେ କୌଣସି ତଥ୍ୟ ଦେବାକୁ ସାମାନ୍ୟ କୁଣ୍ଠାବୋଧ କରୁଥିବା ଦେଖାଯାଇଛି। ତେବେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି କି ଚାଇନା ପଛକୁ ଘୁଞ୍ଚିବା ଏକ ଛୋଟିଆ କଥା। ତେଣୁ ଆମକୁ ସବୁ ପରିସ୍ଥିତିରେ ସଜାଗ ରହିବାକୁ ପଡିବ। କାରଣ ଚାଇନା ଉପରେ ବିଶ୍ୱାସ କରାଯାଇ ନ ପାରେ। ଏହାର ଆଉ ଏକ କାରଣ ୧୫ ଜୁଲାଇ, ୧୯୬୨ରେ ଟାଇମ୍ସ ଅଫ୍‌ ଇଣ୍ଡିଆର ରବିବାର ଖବର କାଗଜର ଶୀର୍ଷକ। କାରଣ ଏହାର ଠିକ୍‌ ୯୬ ଦିନ ପରେ ଅର୍ଥାତ୍‌ ୨୦ ଅକ୍ଟୋବରରେ ଭାରତ-ଚାଇନା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ତାହାପୁଣି ଗଲଓ୍ବାନ ଘାଟିରେ। ସୂଚନାଯୋଗ୍ୟ, ଜୁଲାଇ ୧୫, ୧୯୬୨ରେ ଉକ୍ତ ଖବର କାଗଜର ଏକ ରିପୋର୍ଟରେ ଦାବି କରାଯାଇଥିଲା କି ଗଲଓ୍ବାନ ପୋଷ୍ଟରେ ଚାଇନା ସେନା ୨୦୦ ମିଟର ପଛକୁ ଘୁଞ୍ଚି ଯାଇଛନ୍ତି। ହେଲେ ଏହାପରେ ସେ ପୁଣି ଫେରି ଆସିଥିଲେ ଓ ଭାରତ-ଚାଇନା ମଧ୍ୟରେ ଯୁଦ୍ଧ ହୋଇଥିଲା। ନାୟକ ସୁବେଦାର ଜଙ୍ଗ ବାହାଦୂରଙ୍କ ନେତୃତ୍ୱରେ ଗୋରଖାମାନେ ସେମାନଙ୍କ ସ୍ଥାନ ଛାଡି ନ ଥିଲେ ଓ ଏହା ଭାରତୀୟ ସେନା ଇତିହାସରେ କିମ୍ବଦନ୍ତୀ ପାଲଟି ଯାଇଥିଲା। ଏଥିରେ ପାଖାପାଖି ୩୬ ଭାରତୀୟ ଯବାନ ଶହୀଦ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି।...

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri