କରୋନା ନେଲାଣି ୧୯୬ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ, ୯ା୮: ମହାମାରୀ କରୋନା ଉଗ୍ର ରୂପ ଧାରଣ କରିଥିବାବେଳେ ଦେଶରେ କରୋନା ଯୋଦ୍ଧା ସାଜି ରୋଗୀସେବା କରୁଥିବା ଡାକ୍ତରଙ୍କ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ରୋଗୀଙ୍କୁ ଉପଯୁକ୍ତ ବେଡ୍‌, ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ସେମାନଙ୍କୁ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଦେଇ କାର୍ଯ୍ୟ କରିବାକୁ ପଡ଼ୁଛି। ଦେଶରେ ୧୯୬ ଡାକ୍ତର କରୋନାରେ ପ୍ରାଣ ହରାଇବା ଦ୍ୱାରା ସ୍ବାସ୍ଥ୍ୟସେବା ପ୍ରଭାବିତ ହୋଇଛି। ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ମନୋବଳ ଦୁର୍ବଳ ହୋଇପଡ଼ୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ହସ୍ତକ୍ଷେପ କରିବା ସହ ଡାକ୍ତର ଓ ସେମାନଙ୍କ ପରିବାର ପ୍ରତି ଅଧିକ ଯତ୍ନଶୀଳ ହେବାକୁ ଭାରତୀୟ ଡାକ୍ତରୀ ସଂଘ(ଆଇଏମ୍‌ଏ) ପକ୍ଷରୁ ଦାବି କରାଯାଇଛି। ଏନେଇ ଏକ ପତ୍ର ପ୍ରଧାନମନ୍ତ୍ରୀଙ୍କ ପାଖକୁ ଶନିବାର ପଠାଯାଇଛି।
କରୋନା ଯୋଦ୍ଧା ସାଜି ଲୋକଙ୍କ ସେବା କରିଆସୁଥିବା ଡାକ୍ତରଙ୍କ ପରିବାର ଲୋକଙ୍କୁ ଅନେକ ସ୍ଥାନରେ ଆଡ୍‌ମିଶନ ଲାଗି ବେଡ୍‌ ମିଳୁନି କି ଔଷଧ ଠିକ୍‌ ଭାବେ ଦିଆଯାଉନାହିଁ ବୋଲି ଆଇଏମ୍‌ଏ ପକ୍ଷରୁ ଅଭିଯୋଗ କରାଯାଇଛି। ସେମାନଙ୍କୁ ସହଯୋଗ କରିବା ଲାଗି ପତ୍ରରେ ଉଲ୍ଲେଖ କରାଯାଇଛି। ସେବା କଲାବେଳେ ଅନେକ ଡାକ୍ତର କରୋନା ଆକ୍ରାନ୍ତ ହେଉଛନ୍ତି ଓ କେତେଜଣ ପ୍ରାଣ ମଧ୍ୟ ହରାଉଛନ୍ତି ବୋଲି ଆଇଏମ୍‌ଏ ମହାସଚିବ ଆର୍‌. ଭି. ଅଶୋକନ ପ୍ରକାଶ କରିଛନ୍ତି। ବିଭିନ୍ନ ସେକ୍ଟରରେ କାମ କରୁଥିବା ଡାକ୍ତରଙ୍କ ମେଡିକାଲ ଓ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ସୁବିଧା ବୃଦ୍ଧିକରିବା ଲାଗି ମଧ୍ୟ ଦାବି କରାଯାଇଛି।
ଆଇଏମ୍‌ଏ ରିପୋର୍ଟ ଅନୁଯାୟୀ କରୋନାରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ମଧ୍ୟରୁ ୮୭%ଙ୍କ ବୟସ ୫୦ ବର୍ଷରୁ ଅଧିକ ହେବ। କେବଳ ତାମିଲନାଡ଼ୁରେ ୪୩ ଡାକ୍ତର କରୋନାରେ ପ୍ରାଣ ହରାଇଥିବାବେଳେ ମହାରାଷ୍ଟ୍ର, ଗୁଜରାଟରେ ୨୩ ଜଣ ଲେଖାଏ ଜୀବନ ହାରିଥିବା ଅଶୋକନ ଦର୍ଶାଇଛନ୍ତି। ଏଭଳି ସ୍ଥିତିରେ ରୋଗୀସେବା ଜାରି ରଖିଥିବା ଡାକ୍ତର ଓ ସେମାନଙ୍କ ପରିବାର ପ୍ରତି ଯତ୍ନଶୀଳ ହେବା ଲାଗି ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ଆଇଏମ୍‌ଏ ପକ୍ଷରୁ ପତ୍ର ଦ୍ୱାରା ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri