୧୯ ନଦୀ ଜଳ ପ୍ରଦୂଷଣ ପ୍ରସଙ୍ଗ: ସିପିସିବିକୁ ରିପୋର୍ଟ ଦେଲା ଏସ୍‌ପିସିବି

ଭୁବନେଶ୍ୱର,୨୩।୮(ବ୍ୟୁରୋ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ରାଜ୍ୟର ୧୯ ନଦୀର ପ୍ରଦୂଷଣ ରୋକିବା ନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)କୁ ଅବଗତ କରାଇଛି। ୧୯ ନଦୀ ପାଇଁ ପ୍ରସ୍ତୁତ କରାଯାଇଥିବା ସଂଶୋଧିତ ଆକ୍ସନ ପ୍ଲାନ ସିପିସିବି ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯିବା ସହ ରିପୋର୍ଟ ଦାଖଲ କରାଯାଇଛି। ଏସ୍‌ପିସିବି ପକ୍ଷରୁ ଅବଗତ କରାଯାଇଛି ଯେ, ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗଠିତ ସ୍ବତନ୍ତ୍ର ଟାସ୍କଫୋର୍ସ ନଦୀଗୁଡ଼ିକରେ ହେଉଥିବା ପ୍ରଦୂଷଣକୁ ନିୟମିତ ଯାଞ୍ଚ କରୁଛି। ବେଆଇନ ଖଣି ଖନନ ଦ୍ୱାରା କୌଣସି ପ୍ରଦୂଷଣ ହେଉ ନ ଥିବା ନେଇ ଟାସ୍କଫୋର୍ସ ନିଶ୍ଚିତ କରିବ। ସେହିପରି ଭୁବନେଶ୍ୱରର ଗଙ୍ଗୁଆ ନାଳକୁ ଛଡ଼ାଯାଉଥିବା ବର୍ଜ୍ୟଜଳର ନିୟମିତ ସର୍ଭେ କରାଯାଉଛି। କଟକ, ଭୁବନେଶ୍ୱର, ରାଉରକେଲା ଏବଂ ପୁରୀ ସହରରେ ଗୋଟିଏ ଲେଖାଏ ସ୍ବେରେଜ ଟ୍ରିିଟ୍‌ମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ପ୍ରଦୂଷଣକୁ କମାଇବା ପାଇଁ ମହାନଦୀ ଓ ବୈତରଣୀ ନଦୀକୂଳରେ ବହୁ ପରିମାଣର ବୃକ୍ଷରୋପଣ କରାଯାଉଛି। ସ୍ବଚ୍ଛ ଭାରତ ମିଶନରେ ସହରାଞ୍ଚଳରେ ବର୍ଜ୍ୟଜଳ ପରିଚାଳନା ନେଇ ପଦକ୍ଷେପ ନିଆଯାଉଛି ବୋଲି ଏସ୍‌ପିସିବି ସିିପିସିବିକୁ ଜଣାଇଛି।

ସୂଚନାଯୋଗ୍ୟ ଯେ, ନଦୀ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ବାରମ୍ବାର ତାଗିଦ କରିବା ପରେ ନଦୀ ନାଳର ପ୍ରଦୂଷଣ ରୋକିବା ନେଇ ରାଜ୍ୟ ସରକାର ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ରିଭର ରିଜୁଭେନେଶନ କମିଟି(ଆର୍‌ଆର୍‌ସି) ଗଠନ କରିଛନ୍ତି। ଏହି କମିଟିରେ ଅଧ୍ୟକ୍ଷକଙ୍କ ସମେତ ନଗର ଉନ୍ନୟନ ବିଭାଗ ପୌର ପ୍ରଶାସନ ନିର୍ଦ୍ଦେଶକ, ଶିଳ୍ପ ନିର୍ଦ୍ଦେଶକ, ଏସ୍‌ପିସିବି ମେମ୍ବେର ସେକ୍ରେଟାରି ରହିଛନ୍ତି। ଆର୍‌ଆର୍‌ସି ଦ୍ୱାରା ନଦୀ ପ୍ରଦୂଷଣ ରୋକିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।

ଜାତୀୟ ଜଳ ମାନ ସର୍ବେକ୍ଷଣ ଯୋଜନାରେ ସିପିସିବି ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ସମଗ୍ର ଦେଶରେ ୩୫୧ଟି ନଦୀ ପ୍ରଦୂଷଣ ହୋଇଥିବାବେଳେ ସେଥିରେ ଓଡ଼ିଶାରେ ୧୯ଟି ରହିଛି। ସର୍ଭେ ଅନୁଯାୟୀ ରାଜ୍ୟରେ ଗଙ୍ଗୁଆ, ଗୁରାଡିହି ନାଳା, କାଠଯୋଡ଼ି, ନନ୍ଦିରାଯୋର, ଦୟା, କୁଆଖାଇ, ବାଙ୍ଗୁରୁ ନାଳ, ଭେଡେନ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, କୁସୁମୀ, ମହାନଦୀ, ମଙ୍ଗଳା, ନାଗାବଳୀ, ଲୁଣା, ରତ୍ନଚିରା, ଋଷିକୁଲ୍ୟା, ସାବୁଳିଆ ଏବଂ ସେରୁଆ ନଦୀ ପ୍ରଦୂଷିତ ହୋଇଛି। ପ୍ରଦୂଷଣ କାରଣରୁ ଏହି ନଦୀଗୁଡ଼ିକର ଜଳରେ ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ (ବିଓଡି) ବହୁମାତ୍ରାରେ ବଢ଼ିଯାଉଛି। ବିଓଡି ସ୍ତର ପ୍ରତି ଲିଟର ଜଳରେ ୧-୨ ମିଲିଗ୍ରାମ ରହିଲେ ତାହା ବ୍ୟବହାର ଉପଯୋଗୀ ହୋଇଥାଏ। ଏହାଠାରୁ ଅଧିକ ରହିଲେ ତାହାକୁ ପ୍ରଦୂଷିତ ବୋଲି ଧରାଯାଏ। ତେବେ ଉକ୍ତ ୧୯ଟି ନଦୀର ବିଓଡି ୩ରୁ ୬ ମିଲିଗ୍ରାମ ଉପରେ ରହିଥିବା ସିପିସିବି ରିପୋର୍ଟରେ କୁହାଯାଇଛି। ଏ ସବୁ ନଦୀର ଜଳ ପ୍ରଦୂଷଣକୁ ରୋକିବାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯିବା ସତ୍ତ୍ୱେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଏହାଦ୍ୱାରା ନଦୀ ଜଳ ବେଳକୁ ବେଳ ଅଧିକ ପ୍ରଦୂଷିତ ହେବାରେ ଲାଗିଛି। ପ୍ରାକୃତିକ ଜଳାଶୟଗୁଡ଼ିକର ପ୍ରଦୂଷଣକୁ ଏନ୍‌ଜିଟି ଅପରାଧ ଭାବେ ବିବେଚନା କରିଛନ୍ତି। ନିଜ ଆଡୁ ମାମଲା କରି ଏନ୍‌ଜିଟି କହିଛନ୍ତି ଯେ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଗୁଡ଼ିକ ଜଳ ପ୍ରଦୂଷଣ ରୋକିବା ଦିଗରେ ବିଫଳ ହୋଇଛନ୍ତି। ଏପରି କି ପ୍ରଦୂଷଣକାରୀଙ୍କ ବିରୋଧରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ନଦୀନାଳଗୁଡ଼ିକ ବିଷାକ୍ତ ହେବାରେ ଲାଗିଛି। ରାଜ୍ୟ ଓ କେନ୍ଦ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ଏହି ପ୍ରାକୃିତକ ସମ୍ପଦ ନଷ୍ଟ ହେବାରେ ଲାଗିଛି। ଏନ୍‌ଜିଟି ଏ ନେଇ ସିପିସିବି, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ଓ ଅନ୍ୟମାନଙ୍କୁ ଆସନ୍ତା ସେପ୍ଟେମ୍ବର ୧୫ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରୁ ରିପୋର୍ଟ ତଲବ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା ହେଲାଣି ବିଜେଡିର...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri