Posted inଖେଳ

ସନ୍ତରଣରେ ଜୈନ ବିଶ୍ୱବିଦ୍ୟାଳୟକୁ ୪ ସ୍ବର୍ଣ୍ଣ; ଜିଏନଡିୟୁ ଫେନ୍ସିଂରେ ଜିତିଲା ୩ ସ୍ବର୍ଣ୍ଣ

ଭୁବନେଶ୍ୱର,୨୪।୨(ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରାରମ୍ଭିକ ସଂସ୍କରଣରେ ରବିବାର ସନ୍ତରଣରେ ବେଙ୍ଗାଲୁରୁର ଜୈନ ବିଶ୍ୱବିଦ୍ୟାଳୟ ୪ଟି ସ୍ବର୍ଣ୍ଣ ପଦକ ହାସଲ କରି ପ୍ରଥମ ସ୍ଥାନରେ ରହିଛି। ସେହିପରି ଅମୃତସରର ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ (ଜେଏନଡିୟୁ)ଫେନ୍ସିଂରେ ୩ଟି ସ୍ବର୍ଣ୍ଣ ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଛି। ଫେନ୍ସିଂରେ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ରିୟା ବକ୍ସି ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ଜୈନର ଏସ୍‌.ଭି. ନିକିଥା ପାଖାପାଖି ୫ ମିନିଟ ବାକିଥାଇ ମହିଳା ୪୦୦ ମିଟର ଫ୍ରିଷ୍ଟାଇଲ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହାପରେ ସେ ୪X୨୦୦ମି. ଫ୍ରିଷ୍ଟାଇଲ୍‌ ରିଲେ ଟିମ୍‌ ଇଭେଣ୍ଟରେ ସେ ନିଜ ଦଳକୁ ଚାମ୍ପିୟନ କରାଇଥିଲେ। ଏହି କ୍ରମରେ ଜୈନ ଦିଲ୍ଲୀ ଓ ମୁମ୍ବାଇ ବିଶ୍ୱବିଦ୍ୟାଳୟକୁ ପଛରେ ପକାଇଥିଲା। ଜୈନ ତରଫରୁ ପୁରୁଷ ୪୦୦ ମି. ଫ୍ରିଷ୍ଟାଇଲ୍‌ରେ ଶିବା ଶ୍ରୀଧର ଓ ପୁରୁଷ ୨୦୦ମି. ବ୍ରେଷ୍ଟଷ୍ଟ୍ରୋକରେ ଏସ୍‌.ପି. ଲିକିଥ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ଫେନ୍ସିଂ ଆରେନାରେ ବାମହାତୀ ରିୟା ବକ୍ସି ଫାଇନାଲରେ ପଞ୍ଜାବ ବିଶ୍ୱବିଦ୍ୟାଳୟର କାଜଲଙ୍କୁ ୧୫-୧୧ରେ ପରାସ୍ତ କରି ସ୍ବର୍ଣ୍ଣ ଜିତିଥିଲେ। ଫେନ୍ସିଂରେ ପୁରୁଷ ଫଏଲ ଓ ଇପି ଫାଇନାଲ୍ସରେ ଜବରଦସ୍ତ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ଔରଙ୍ଗାବାଦ୍‌ସ୍ଥିତ ଡଃ ବି.ଆର. ଆମ୍ବେଦକର ମରାଠାଓ୍ବାଡ଼ା ବିଶ୍ୱବିଦ୍ୟାଳୟର ତୁଷାର ରାଓ ସାହେବ ଅଧୀର ଜିଏନ୍‌ଡିୟୁର ତାରିକ ହୁସେନଙ୍କୁ ୧୫- ୧୪ରେ ପରାସ୍ତ କରି ସ୍ବର୍ଣ୍ଣ ଜିତିଥିଲେ। ଟିମ୍‌ ଇଭେଣ୍ଟରେ ଦଳର ସ୍ବର୍ଣ୍ଣ ପଦକ ବିଜୟରେ ମଧ୍ୟ ସେ ମୁଖ୍ୟ ଭୂମିକାଗ୍ରହଣ କରିଥିଲେ।
ମହିଳା ଇପିରେ ଜିଏନ୍‌ଡିୟୁର ଜ୍ୟୋତିକା ଦତ୍ତ ମଣିପୁର ବିଶ୍ୱବିଦ୍ୟାଳୟର ଲିନ୍ଥୋଇ ହାଓବାମଙ୍କୁ ଠିକ୍‌ ସମାନ ଢଙ୍ଗରେ ପରାସ୍ତ କରି ବାଜି ମାରିଥିଲେ।

କ୍ରିତିକା- ରାଗିଣୀ ସ୍ବର୍ଣ୍ଣ ପଦକ ଲଢ଼େଇ
କିଟ୍‌ରେ ଟପ୍‌ ର଼୍ୟାଙ୍କ କମ୍ପାଉଣ୍ଡ ଆର୍ଚର ମୁସ୍କାନ କିରାରା ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ସେ କ୍ୱାର୍ଟର ଫାଇନାଲରେ ରାଜସ୍ଥାନ ବିଶ୍ୱବିଦ୍ୟାଳୟର କୃତିକା ଶର୍ମାଙ୍କଠାରୁ ୧୩୬- ୧୪୪ରେ ପରାସ୍ତ ହୋଇଥିଲେ। ସେମିରେ କ୍ରିତିକା ରାଞ୍ଚି ବିଶ୍ୱବିଦ୍ୟାଳୟର ବବିତା କୁମାରୀଙ୍କୁ ୧୪୪-୧୪୦ରେ ପରାସ୍ତ କରିଥିଲେ। ସେ ମୁସ୍କାନଙ୍କ ବିଶ୍ୱବିଦ୍ୟାଳୟର ଦଳୀୟ ସାଥୀ ରାଗିଣୀ ମାର୍କୋଙ୍କୁ ଫାଇନାଲରେ ସ୍ବର୍ଣ୍ଣ ପଦକ ପାଇଁ ଭେଟିବେ।

ମୁକୁଲ- ବିସ୍‌ଲା ଫାଇନାଲ
ଟପ୍‌ ର଼୍ୟାଙ୍କର ସଂଗ୍ରାମପ୍ରୀତ ସିଂ ବିସ୍‌ଲା ପୁରୁଷ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ନିଜ ପଞ୍ଜାବ ବିଶ୍ୱବିଦ୍ୟାଳୟର ଦଳୀୟ ସାଥୀ ସୁଖମିନ୍ଦର ସିଂଙ୍କୁ ୧୪୭- ୧୪୫ରେ ହରାଇଛନ୍ତି। ଫାଇନାଲରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ର଼୍ୟାଙ୍କର ଖେଳାଳି ମୁକୁଲ ଶର୍ମାଙ୍କୁ ଭେଟିବେ।

ହକିରେ ପଞ୍ଜାବ, ଭଲିବଲ୍‌ରେ ଏସ୍‌ଆର୍‌ଏମ, ଏଚ୍‌ପି ବିଜୟୀ
ହକିରେ ପଞ୍ଜାବ ବିଶ୍ୱବିଦ୍ୟାଳୟ ୩-୧ ଗୋଲରେ ମଧ୍ୟପ୍ରଦେଶର ଆଇଟିଏମ୍‌ ବିଶ୍ୱବିଦ୍ୟାଳୟକୁ ହରାଇଛି। ସେହିପରି ମହିଳା ଭଲିବଲ୍‌ରେ ହିମାଚଳ ପ୍ରଦେଶ(ଏଚ୍‌ପି) ବିଶ୍ୱବିଦ୍ୟାଳୟ ୩-୨ରେ ଏସ୍‌ଆରଏମ୍‌କୁ ହରାଇଛି। ପୁରୁଷ ଭଲିବଲ୍‌ରେ ଏସ୍‌ଆରଏମ ବିଶ୍ୱବିଦ୍ୟାଳୟ ୩-୨ରେ ଏମ୍‌ଜିୟୁ କୋଟ୍ୟାମଙ୍କୁ ପରାସ୍ତ କରିଛି।

ବାସ୍କେଟବଲ୍‌ରେ ହିନ୍ଦୁସ୍ତାନ, ଜିଏନ୍‌ଡିୟୁ, ନୂଆଦିଲ୍ଲୀ ବିଜୟୀ
ମହିଳା ବାସ୍କେଟବଲ୍‌ରେ ଚେନ୍ନାଇର ହିନ୍ଦୁସ୍ତାନ ବିଶ୍ୱବିଦ୍ୟାଳୟ ୭୩- ୫୫ରେ ମହାରାଷ୍ଟ୍ରକୁ , ଜିଏନ୍‌ଡିୟୁ ପ୍ରତିପକ୍ଷ ଗ୍ବାଲିୟରର ଲକ୍ଷ୍ମୀବାଇ ବିଶ୍ୱବିଦ୍ୟାଳୟକୁ ୧୦୨- ୮୨, କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ ଜାମିଆ ମିଲିଆ ଇସ୍ଲାମିଆକୁ ୬୭- ୩୭ରେ, ନୂଆଦିଲ୍ଲୀ ୬୩- ୬୨ରେ ଗ୍ବାଲିୟର ଆଇଟିଏମକୁ ହରାଇଛି। ପୁରୁଷ ବିଭାଗ ବାସ୍କେଟବଲ୍‌ରେ ମୁମ୍ବାଇ ୮୬- ୮୫ରେ ଜୈନକୁ ହରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

ପ୍ରଥମ ଟି-୨୦ ବଡ଼ ଓଲଟପାଲଟ! ସାମସନ OUT, ବୈଭବ IN: ଭାରତର ପ୍ଲେଇଂ ୧୧କୁ ନେଇ ହଇଚଇ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ସେପ୍ଟେମ୍ବର ୧୩ ତାରିଖ ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଟିମ…

DRS କ୍ରେଡିଟ୍‌ ଚୋରି ଅଭିଯୋଗ ଆଣିଲେ ଇଶାନ୍‌, ବୈଭବଙ୍କ ଜବାବରେ ଚୁପ୍‌ ହୋଇଗଲେ କ୍ୟାପଟେନ୍‌!

ନୂଆଦିଲ୍ଲୀ,୧୧।୯: ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ୍‌ ଦଲୀପ ଟ୍ରଫି ୨୦୨୬ର ଚାମ୍ପିଅନ ହୋଇଛି । ଏହି ଦଳରେ ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?