୧୮, ୭୭୦ ଗୃହପାଳିତ ପ୍ରାଣୀ ପ୍ରଭାବିତ

ଖୋର୍ଦ୍ଧା ଅଫିସ,୨୪ା୮: ଖୋର୍ଦ୍ଧା ଜିଲାରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ପ୍ରଶାସନର କ୍ଷୟକ୍ଷତି ରିପୋର୍ଟ ଅନୁଯାୟୀ ଖୋର୍ଦ୍ଧା, ବେଗୁନିଆ ଓ ଜଟଣୀ ବ୍ଲକର ୧୩ଟି ପଞ୍ଚାୟତରେ ବନ୍ୟା ପାଣି ମାଡିଛି। ଜିଲାର ୪୭ଟି ଗଁା ପ୍ରଭାବିତ ହୋଇଥିବା ବେଳେ ୨୨ହଜାର ୮୪୫ଜଣ ପ୍ରଭାବିତ ହୋଇଛନ୍ତି। ପୂର୍ବରୁ ଜିଲାର ୫ଟି ବ୍ଲକର ବନ୍ୟା ପ୍ରଭାବିତ ହୋଇଥିବା ବେଳେ ବନ୍ୟା ପାଣି ଖସୁଥିବାରୁ ରିପୋର୍ଟରେ ପରିବର୍ତନ ଆସିଛି। ମଙ୍ଗଳବାର ୧୮ଟି ଆଶ୍ରୟ ସ୍ଥଳରେ ୭୦୯୮କୁ ମିଶାଇ ମୋଟ ୧୦୭ କେନ୍ଦ୍ରରେ ୪୫ହଜାର ୬୮୯ଜଣ ରହିଛନ୍ତି। ୧୧୨ ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଉଛି। ଜିଲାରେ ଏ ପର୍ଯ୍ୟନ୍ତ ବନ୍ୟାରେ କେହି ମୃତାହତ ହୋଇ ନାହାନ୍ତି। ସେହିପରି ଜିଲାରେ ୧୮ହଜାର ୭୭୦ ଗୃହପାଳିତ ପ୍ରାଣୀ ପ୍ରଭାବିତ ହୋଇଛନ୍ତି। କୌଣସି ଘର କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ପ୍ରଶାସନ ପକ୍ଷରୁ ହସ୍ତଗତ ହୋଇନାହିଁ। ରିଲିଫ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୭୧ କୁଇଣ୍ଟାଲ ଚାଉଳ, ୧୨୭.୫୭ କୁଇଣ୍ଟାଲ ଚୁଡ଼ା, ୧୯.୮ କୁଇଣ୍ଟାଲ ଚିନି ବଣ୍ଟନ କରାଯାଇଛି। ଏତଦ୍‌ ବ୍ୟତୀତ ପଲିଥିନ ରୋଲ, ପାଣି ବୋତଲ, ବିସ୍କୁଟ, ଦିଆସିଲି, ମହମବତୀ, ପାଣି ପାଉଚ ବଣ୍ଟନ କରାଯାଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଥିବା ବେଳେ ପରିଚାଳନା ପାଇଁ ସ୍ଥାନୀୟ ବିଡିଓ, ତହସିଲଦାର ଏବଂ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ୯ଟି ମେଡିକାଲ ଟିମ୍‌ ଏବଂ ୫ଟି ପ୍ରାଣୀ ସମ୍ପଦ ଚିକିତ୍ସିକ ଦଳ ମୁତୟନ ରହିଛନ୍ତି। ଜିଲାକୁ ପ୍ରାୟ ୪୦ ମେଟ୍ରିକ ଟନ ଗୋଖାଦ୍ୟ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦ ମେଟ୍ରିକ ଟନ ଯୋଗାଇ ଦିଆଯାଉଛି। ୪୯ଟି କ୍ୟାମ୍ପରେ ୨୧୯୩ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା କରାଯାଇଥିବା ବେଳେ ୬୬ ଶହ ପ୍ରାଣୀଙ୍କୁ ଭ୍ୟାକ୍ସିନେସନ କରାଯାଇଛି। ଜଟଣୀ ବ୍ଲକର ତିରିମଲ ଠାରେ ରାଜୁଆ ନଦୀରେ ଘାଇ ସୃଷ୍ଟି ହୋଇଥିବା ବେଳେ ପାଣ୍ଡିଆବିଲି-ବୁଡାଙ୍ଗରା ରାସ୍ତା ବିଛିନ୍ନ ରହିଛି। ବନ୍ୟା ବିପନ୍ନଙ୍କ ଯାତାୟାତ ଲାଗି ୨ଟି ଏସ୍‌ଆରସି ପାଓ୍ବାର ବୋଟ ସହ ଗୋଟିଏ ଏନଡିଆରଫ ଟିମ୍‌ ବାଲିପାଟଣାରେ ମୁତୟନ ରହିଥିବା ବେଳେ ଖୋର୍ଦ୍ଧା ବ୍ଲକରେ ୨ଟି ଏସଆରସି ବୋଟ ସହ ଗୋଟିଏ ଓଡ୍ରାଫ ଟିମ୍‌ ମୁତୟନ ରହିଛନ୍ତି। ଏତଦ୍‌ ବ୍ୟତୀତ ସିଡିଏ ପକ୍ଷରୁ ୨ଟି ଡଙ୍ଗା ଖୋର୍ଦ୍ଧା ବ୍ଲକରେ ଦିଆଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନ୍ୟା ପ୍ଳାବିତ ଅଞ୍ଚଳରେ ଜଳଉତ୍ସ ଗୁଡିକୁ ବିଶୋଧନ କରାଯାଉଛି।
ସ୍ବାସ୍ଥ୍ୟ ଓ ପାନୀୟଜଳ ଉପରେ ଗୁରୁତ୍ୱ
ଅତିରିକ୍ତ ଜିଲାପାଳ ମନୋଜ ପାଢୀ କହିଛନ୍ତି, ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରେ ପାନୀୟଜଳ, ସ୍ବାସ୍ଥ୍ୟ ଓ ଗମନାଗମନ ଉପରେ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଲୋକଙ୍କ ସର୍ବନିମ୍ନ ସୁବିଧା ଉପଲବ୍ଧ ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟାପାଣି ଛାଡିବା ପରେ ତୁରନ୍ତ ନଳକୂପ, ଜଳଉତ୍ସ ଓ ଜଳଯୋଗାଣ ବ୍ୟବସ୍ଥାକୁ ବିଶୋଧନ ଏବଂ ଜଳ ଗୁଣବତ୍ତା ଯାଞ୍ଚ କରି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟାଞ୍ଚଳରେ ସ୍ବାସ୍ଥ୍ୟଗତ ସମସ୍ୟା ଉପରେ ନଜର ରଖିବାକୁ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଉକ୍ତ ଅଞ୍ଚଳ ଜଳବାହିତ ରୋଗ ନ ବ୍ୟାପିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ମେଡିକାଲ ଟିମ୍‌ ଗଠନ କରି ସ୍ବାସ୍ଥ୍ୟମେଳା ଆୟୋଜନ କରି ଲୋକଙ୍କ ଚିକିତ୍ସା ସହ ଔଷଧ, ସାନିଟାରୀ କିଟ୍‌ ଓ ନାପକିନ୍‌ ବଣ୍ଟନ ବ୍ୟବସ୍ଥା ସୁନିଶ୍ଚିତ ପାଇଁ ପରାମର୍ଶ ଦେଇଛନ୍ତି ଅତିରିକ୍ତ ଜିଲାପାଳ।
ବିପନ୍ନଙ୍କୁ ସତର୍କ କରାଇଲେ ସିଡିଏମଓ
ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ଖୋର୍ଦ୍ଧା ବ୍ଳକର ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିବା ସହ ବନ୍ୟା ପରବର୍ତ୍ତି ଲାଗି ସତର୍କ ସୂଚନା ଦେଇଛନ୍ତି। ବନ୍ୟାପାଣିରେ ବୁଡି ରହିଥିବା ନଳକୂପ କିମ୍ବା ବନ୍ୟାଜଳ ପଶିଥିବା କୂଅପାଣି ବିଶୋଧନ ନ ହେବା ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ନାହିଁ। ଏକ ଲିଟର ପାଣିରେ ଗୋଟିଏ ହାଲାଜୋନ ବଟିକା ପକାଇ ଅଧଘଣ୍ଟା ପରେ ପିଅନ୍ତୁ। ବିଶୋଧିତ ପାଣି ପିଇବା ଏବଂ ଖାଇବାରେ ବ୍ୟବହାର କର। ଖାଦ୍ୟ ଖାଇବା ପୂର୍ବରୁ ଏବଂ ଶୌଚ ପରେ ହାତକୁ ସାବୁନରେ ଭଲଭାବେ ଧୂଅନ୍ତୁ। ଝାଡା ହେଲେ ଭୟଭୀତ ନ ହୋଇ ପିଲାଙ୍କୁ ଆବଶ୍ୟକ ପରିମାଣରେ ଓଆରଏସ ପିଇବାକୁ ଦିଅନ୍ତୁ। ବନ୍ୟାପାଣିରେ ବାସନ ଓ ହାତମୁହଁ ନ ଧୋଇବାକୁ ସିଡିଏମଓ ନାୟକ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri