୧୮, ୭୭୦ ଗୃହପାଳିତ ପ୍ରାଣୀ ପ୍ରଭାବିତ

ଖୋର୍ଦ୍ଧା ଅଫିସ,୨୪ା୮: ଖୋର୍ଦ୍ଧା ଜିଲାରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ପ୍ରଶାସନର କ୍ଷୟକ୍ଷତି ରିପୋର୍ଟ ଅନୁଯାୟୀ ଖୋର୍ଦ୍ଧା, ବେଗୁନିଆ ଓ ଜଟଣୀ ବ୍ଲକର ୧୩ଟି ପଞ୍ଚାୟତରେ ବନ୍ୟା ପାଣି ମାଡିଛି। ଜିଲାର ୪୭ଟି ଗଁା ପ୍ରଭାବିତ ହୋଇଥିବା ବେଳେ ୨୨ହଜାର ୮୪୫ଜଣ ପ୍ରଭାବିତ ହୋଇଛନ୍ତି। ପୂର୍ବରୁ ଜିଲାର ୫ଟି ବ୍ଲକର ବନ୍ୟା ପ୍ରଭାବିତ ହୋଇଥିବା ବେଳେ ବନ୍ୟା ପାଣି ଖସୁଥିବାରୁ ରିପୋର୍ଟରେ ପରିବର୍ତନ ଆସିଛି। ମଙ୍ଗଳବାର ୧୮ଟି ଆଶ୍ରୟ ସ୍ଥଳରେ ୭୦୯୮କୁ ମିଶାଇ ମୋଟ ୧୦୭ କେନ୍ଦ୍ରରେ ୪୫ହଜାର ୬୮୯ଜଣ ରହିଛନ୍ତି। ୧୧୨ ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଉଛି। ଜିଲାରେ ଏ ପର୍ଯ୍ୟନ୍ତ ବନ୍ୟାରେ କେହି ମୃତାହତ ହୋଇ ନାହାନ୍ତି। ସେହିପରି ଜିଲାରେ ୧୮ହଜାର ୭୭୦ ଗୃହପାଳିତ ପ୍ରାଣୀ ପ୍ରଭାବିତ ହୋଇଛନ୍ତି। କୌଣସି ଘର କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ପ୍ରଶାସନ ପକ୍ଷରୁ ହସ୍ତଗତ ହୋଇନାହିଁ। ରିଲିଫ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୭୧ କୁଇଣ୍ଟାଲ ଚାଉଳ, ୧୨୭.୫୭ କୁଇଣ୍ଟାଲ ଚୁଡ଼ା, ୧୯.୮ କୁଇଣ୍ଟାଲ ଚିନି ବଣ୍ଟନ କରାଯାଇଛି। ଏତଦ୍‌ ବ୍ୟତୀତ ପଲିଥିନ ରୋଲ, ପାଣି ବୋତଲ, ବିସ୍କୁଟ, ଦିଆସିଲି, ମହମବତୀ, ପାଣି ପାଉଚ ବଣ୍ଟନ କରାଯାଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଥିବା ବେଳେ ପରିଚାଳନା ପାଇଁ ସ୍ଥାନୀୟ ବିଡିଓ, ତହସିଲଦାର ଏବଂ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ୯ଟି ମେଡିକାଲ ଟିମ୍‌ ଏବଂ ୫ଟି ପ୍ରାଣୀ ସମ୍ପଦ ଚିକିତ୍ସିକ ଦଳ ମୁତୟନ ରହିଛନ୍ତି। ଜିଲାକୁ ପ୍ରାୟ ୪୦ ମେଟ୍ରିକ ଟନ ଗୋଖାଦ୍ୟ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦ ମେଟ୍ରିକ ଟନ ଯୋଗାଇ ଦିଆଯାଉଛି। ୪୯ଟି କ୍ୟାମ୍ପରେ ୨୧୯୩ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା କରାଯାଇଥିବା ବେଳେ ୬୬ ଶହ ପ୍ରାଣୀଙ୍କୁ ଭ୍ୟାକ୍ସିନେସନ କରାଯାଇଛି। ଜଟଣୀ ବ୍ଲକର ତିରିମଲ ଠାରେ ରାଜୁଆ ନଦୀରେ ଘାଇ ସୃଷ୍ଟି ହୋଇଥିବା ବେଳେ ପାଣ୍ଡିଆବିଲି-ବୁଡାଙ୍ଗରା ରାସ୍ତା ବିଛିନ୍ନ ରହିଛି। ବନ୍ୟା ବିପନ୍ନଙ୍କ ଯାତାୟାତ ଲାଗି ୨ଟି ଏସ୍‌ଆରସି ପାଓ୍ବାର ବୋଟ ସହ ଗୋଟିଏ ଏନଡିଆରଫ ଟିମ୍‌ ବାଲିପାଟଣାରେ ମୁତୟନ ରହିଥିବା ବେଳେ ଖୋର୍ଦ୍ଧା ବ୍ଲକରେ ୨ଟି ଏସଆରସି ବୋଟ ସହ ଗୋଟିଏ ଓଡ୍ରାଫ ଟିମ୍‌ ମୁତୟନ ରହିଛନ୍ତି। ଏତଦ୍‌ ବ୍ୟତୀତ ସିଡିଏ ପକ୍ଷରୁ ୨ଟି ଡଙ୍ଗା ଖୋର୍ଦ୍ଧା ବ୍ଲକରେ ଦିଆଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନ୍ୟା ପ୍ଳାବିତ ଅଞ୍ଚଳରେ ଜଳଉତ୍ସ ଗୁଡିକୁ ବିଶୋଧନ କରାଯାଉଛି।
ସ୍ବାସ୍ଥ୍ୟ ଓ ପାନୀୟଜଳ ଉପରେ ଗୁରୁତ୍ୱ
ଅତିରିକ୍ତ ଜିଲାପାଳ ମନୋଜ ପାଢୀ କହିଛନ୍ତି, ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରେ ପାନୀୟଜଳ, ସ୍ବାସ୍ଥ୍ୟ ଓ ଗମନାଗମନ ଉପରେ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଲୋକଙ୍କ ସର୍ବନିମ୍ନ ସୁବିଧା ଉପଲବ୍ଧ ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟାପାଣି ଛାଡିବା ପରେ ତୁରନ୍ତ ନଳକୂପ, ଜଳଉତ୍ସ ଓ ଜଳଯୋଗାଣ ବ୍ୟବସ୍ଥାକୁ ବିଶୋଧନ ଏବଂ ଜଳ ଗୁଣବତ୍ତା ଯାଞ୍ଚ କରି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟାଞ୍ଚଳରେ ସ୍ବାସ୍ଥ୍ୟଗତ ସମସ୍ୟା ଉପରେ ନଜର ରଖିବାକୁ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଉକ୍ତ ଅଞ୍ଚଳ ଜଳବାହିତ ରୋଗ ନ ବ୍ୟାପିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ମେଡିକାଲ ଟିମ୍‌ ଗଠନ କରି ସ୍ବାସ୍ଥ୍ୟମେଳା ଆୟୋଜନ କରି ଲୋକଙ୍କ ଚିକିତ୍ସା ସହ ଔଷଧ, ସାନିଟାରୀ କିଟ୍‌ ଓ ନାପକିନ୍‌ ବଣ୍ଟନ ବ୍ୟବସ୍ଥା ସୁନିଶ୍ଚିତ ପାଇଁ ପରାମର୍ଶ ଦେଇଛନ୍ତି ଅତିରିକ୍ତ ଜିଲାପାଳ।
ବିପନ୍ନଙ୍କୁ ସତର୍କ କରାଇଲେ ସିଡିଏମଓ
ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ଖୋର୍ଦ୍ଧା ବ୍ଳକର ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିବା ସହ ବନ୍ୟା ପରବର୍ତ୍ତି ଲାଗି ସତର୍କ ସୂଚନା ଦେଇଛନ୍ତି। ବନ୍ୟାପାଣିରେ ବୁଡି ରହିଥିବା ନଳକୂପ କିମ୍ବା ବନ୍ୟାଜଳ ପଶିଥିବା କୂଅପାଣି ବିଶୋଧନ ନ ହେବା ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ନାହିଁ। ଏକ ଲିଟର ପାଣିରେ ଗୋଟିଏ ହାଲାଜୋନ ବଟିକା ପକାଇ ଅଧଘଣ୍ଟା ପରେ ପିଅନ୍ତୁ। ବିଶୋଧିତ ପାଣି ପିଇବା ଏବଂ ଖାଇବାରେ ବ୍ୟବହାର କର। ଖାଦ୍ୟ ଖାଇବା ପୂର୍ବରୁ ଏବଂ ଶୌଚ ପରେ ହାତକୁ ସାବୁନରେ ଭଲଭାବେ ଧୂଅନ୍ତୁ। ଝାଡା ହେଲେ ଭୟଭୀତ ନ ହୋଇ ପିଲାଙ୍କୁ ଆବଶ୍ୟକ ପରିମାଣରେ ଓଆରଏସ ପିଇବାକୁ ଦିଅନ୍ତୁ। ବନ୍ୟାପାଣିରେ ବାସନ ଓ ହାତମୁହଁ ନ ଧୋଇବାକୁ ସିଡିଏମଓ ନାୟକ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?