ଓଡ଼ିଶାରେ ୧୮,୪୫୧ ଦିବ୍ୟାଙ୍ଗ ଶିଶୁ: କୋରାପୁଟ ଜିଲାରେ ସର୍ବାଧିକ

ଭୁବନେଶ୍ୱର,୧୬ା୧୧(ସୁଚିସ୍ମିତା ସାହୁ): ରାଜ୍ୟରେ ଶୂନରୁ ୬ ବର୍ଷ ବୟସ ମଧ୍ୟରେ ୧୮ ହଜାର ୪୫୧ ଜଣ ଦିବ୍ୟାଙ୍ଗ ଶିଶୁ ରହିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ୨୦୨୫-୨୬ ବର୍ଷର ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କୋରାପୁଟ ଜିଲାରେ ସର୍ବାଧିକ ୧୫୦୦ ଦିବ୍ୟାଙ୍ଗ ଶିଶୁ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରେ ୧୪୪୩, ସୁନ୍ଦରଗଡ଼ ୧୧୭୮, ଗଞ୍ଜାମ ୧୧୨୮ ଏବଂ ବାଲେଶ୍ୱରରେ ୧୦୫୯ ଜଣ ରହିଛନ୍ତି। ତେବେ ପୂର୍ବ ସର୍ଭେ ତୁଳନାରେ ୨ବର୍ଷରେ ଦିବ୍ୟାଙ୍ଗ ଶିଶୁଙ୍କ ସଂଖ୍ୟାରେ ପାଖାପାଖି ୬ଗୁଣ ବୃଦ୍ଧି ହୋଇଥିବାରୁ ସର୍ଭେର ସଠିକତା ଓ ଗଣନା ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି। ୨୦୨୩-୨୪ ମସିହାରେ ବିଭାଗୀୟ ରିପୋର୍ଟରେ କୋରାପୁଟ ଜିଲାରେ ୨୫୪ ଜଣ ଦିବ୍ୟାଙ୍ଗ ଶିଶୁ ଥିବା ଦର୍ଶାଯାଇଥିଲା। ସେହିପରି ନୟାଗଡ଼ରେ ଏହି ସଂଖ୍ୟା ୮୦ ଥିଲା। ୨୦୨୪-୨୫ରେ ବିଭାଗ ପକ୍ଷରୁ କୌଣସି ସର୍ଭେ କରାଯାଇ ନ ଥିବାବେଳେ ୨୦୨୫-୨୬ ସର୍ଭେରେ କୋରାପୁଟରେ ଏହି ସଂଖ୍ୟା ୧୫୦୦ ଓ ନୟାଗଡ଼ରେ ଦିବ୍ୟାଙ୍ଗ ସଂଖ୍ୟା ୩୫୮କୁ ବୃଦ୍ଧି ପାଇଛି। ସେହିପରି ଅନୁଗୋଳରେ ୪୫୦, ବଲାଙ୍ଗୀର ୮୯୦, ବରଗଡ଼ ୩୮୩, ଭଦ୍ରକ ୩୦୨, ବୌଦ୍ଧ ୧୫୫, ଦେବଗଡ଼ ୧୬୨, ଢେଙ୍କାନାଳ ୩୮୯, ଗଜପତି ୩୫୦, ଜଗତ୍‌ସିଂହପୁର ୨୬୮, ଯାଜପୁର ୯୪୨, ଝାରସୁଗୁଡ଼ା ୧୯୫, କଳାହାଣ୍ଡି ୯୨୩, କନ୍ଧମାଳରେ ୮୦୦ ଜଣ ଦିବ୍ୟାଙ୍ଗ ଶିଶୁ ରହିଛନ୍ତି। ସେହିପରି କଟକରେ ୫୩୩, କେନ୍ଦ୍ରାପଡ଼ା ୪୬୧, କେନ୍ଦୁଝର ୫୬୫, ଖୋର୍ଦ୍ଧା ୬୬୩, ମାଲକାନଗିରି ୪୪୦, ନବରଙ୍ଗପୁର ୭୮୨, ନୂଆପଡ଼ା ୬୨୮, ପୁରୀ ୩୭୬, ରାୟଗଡ଼ା ୬୩୭, ସମ୍ବଲପୁର ୪୫୬ ଏବଂ ସୋନପୁରରେ ୨୮୯ ଜଣ ଦିବ୍ୟାଙ୍ଗ ଶିଶୁ ଚିହ୍ନଟ ହୋଇଛନ୍ତି। ତେବେ ମୟୂରଭଞ୍ଜରେ ସବୁଠୁ କମ୍‌ ୯୮ଜଣ ଦିବ୍ୟାଙ୍ଗ ଶିଶୁ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ରାଜ୍ୟରେ ଚିହ୍ନଟ ଦିବ୍ୟାଙ୍ଗଙ୍କ ମଧ୍ୟରେ କୋରାପୁଟରେ ସର୍ବାଧିକ ୧୩୯ ସିକଲସେଲ୍‌ର ଶିଶୁ ରହିଥିବା ବେଳେ ବଡ଼ଗଡ଼ ଓ ନବରଙ୍ଗପୁରରେ ଦୃଷ୍ଟିହୀନ ଶିଶୁ ରହିଛନ୍ତି। ଗଞ୍ଜାମରେ ୧୭୨ଜଣ ମାନସିକ ବିକାରଗ୍ରସ୍ତ ଶିଶୁ ରହିଥିବା ବିଭାଗୀୟ ତଥ୍ୟ ରହିଛି। ବିଭିନ୍ନ କ୍ଷେତ୍ରରେ ଦିବ୍ୟାଙ୍ଗ ରହିଥିବା ଶିଶୁଙ୍କ ତଥ୍ୟ ରହିଛି।
ସୂଚନାଯୋଗ୍ୟ, ଦିବ୍ୟାଙ୍ଗ ଶିଶୁଙ୍କୁ ଚିହ୍ନଟକରି ସରକାରୀ ସହାୟତା ଓ ସାମାଜିକ ସୁରକ୍ଷା ପରିସରଭୁକ୍ତ କରିବାକୁ କେନ୍ଦ୍ର ସରକାର ବାରମ୍ବାର ଗୁରୁତ୍ୱାରୋପ କରିବା ସହ ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଥଇଥାନ ଓ ଅନ୍ୟାନ୍ୟ ସୁବିଧା ସୁନିଶ୍ଚିତ କରିବାକୁ ହେଲେ ପ୍ରଥମେ ସେମାନଙ୍କର ଠିକ୍‌ ତଥ୍ୟ ରହିବା ଜରୁରୀ। କିନ୍ତୁ ଜିଲାସ୍ତରରେ ଶିଶୁ ମଙ୍ଗଳ ଅଧିକାରୀମାନେ କେତେ ନିଷ୍ଠାର ସହ ଏହି ଗଣନା କରୁଛନ୍ତି, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ସର୍ଭେରେ ତ୍ରୁଟି ରହିଲେ ଅନେକ ଯୋଗ୍ୟ ଶିଶୁ ସରକାରୀ ଯୋଜନା ଓ ସହାୟତାରୁ ବଞ୍ଚତ୍ତହେବା ଆଶଙ୍କା ରହିଛି। ତେଣୁ ଜିଲାୱାରି ତଥ୍ୟର ଯାଞ୍ଚ ସହ ପୂର୍ବ ସର୍ଭେ ଓ ବର୍ତ୍ତମାନର ସଂଖ୍ୟା ମଧ୍ୟରେ ଥିବା ଅସଙ୍ଗତିର କାରଣ ଖୋଜିବା ଆବଶ୍ୟକ। କେବଳ ସଂଖ୍ୟା ସଂଗ୍ରହ ନୁହେଁ, ପ୍ରତ୍ୟେକ ଦିବ୍ୟାଙ୍ଗ ଶିଶୁଙ୍କୁ ଚିହ୍ନଟକରି ଆବଶ୍ୟକ ସହାୟତା ଯୋଗାଇଦେବା ଦିଗରେ ବିଭାଗ ଦାୟିତ୍ୱବାନ୍‌ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ପାଇଁ ଓମ ପ୍ରକାଶଙ୍କ ପ୍ରସ୍ତୁତି: ଓଡ଼ିଶାର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟ

କର୍ଲାମୁଣ୍ଡା,୧୬।୧୧(ପ୍ରଦୀପ କୁମାର ସାହୁ):କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ପଶ୍ଚିମ ଓଡ଼ିଶାର…

ଆଞ୍ଚଳିକସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍‌ଯାପିତ: ଭବାନୀପାଟଣା ଚାମ୍ପିୟନ

ରିଷିଡ଼ା,୧୬ା୧୧(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ରିଷିଡ଼ାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ତ୍ରିଦିବସୀୟ ଆଞ୍ଚଳିକସ୍ତରୀୟ କବାଡି ପ୍ରତିଯୋଗିତା…

ଟେଷ୍ଟ କ୍ରିକେଟରୁ ଅବସର ନେଇ ବଡ଼ ଭୁଲ କରିଦେଲେ କୋହଲି-ଶାମି: କପିଳଙ୍କ ଚାଞ୍ଚଲ୍ୟକର ଦାବି, କହିଲେ-୧୦ ବର୍ଷ ପରେ…

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟର ଦିଗ୍ଗଜ ବ୍ୟାଟର ବିରାଟ କୋହଲି ଏବଂ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। କୋହଲି ୨୦୨୫ ଜୁନରେ…

ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ପୁଣି ଆହତ ହେଲେ ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ ଦଳର ଅନେକ ଷ୍ଟାର୍‌ ଖେଳାଳି ଏବେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ରେ ଖେଳୁଥିବା ନଜର ଆସୁଛନ୍ତି। ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ…

ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ବିୟୋଗରେ ଗୁଣପୁର ଓକିଲ ସଂଘର ଶୋକସଭା

ଗୁଣପୁର, ୧୬।୧୧ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ୭୫ ବର୍ଷ ବୟସରେ ଶନିବାର ପରଲୋକ ଘଟିଥିଲା।…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ: ୨୮ ତମ୍ବୁ ଘର ସହ ପଞ୍ଚତାରକା ହୋଟେଲ୍‌ର ସୁବିଧା

ଦାରିଙ୍ଗବାଡ଼ି, ୧୬।୧୧ (ଅରୁଣ ସାହୁ): ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କନ୍ଧମାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ। ଚଳିତ ବର୍ଷର ଇକୋ ରିଟ୍ରିଟକୁ ରାଜ୍ୟ ପର୍ଯ୍ୟଟନ…

ଗର୍ଭରେ ଆଲିଆ ଭଟ୍ଟ ଥିବାବେଳେ ଗୋଟିଏ ଦିନରେ ୧୦୦ ସିଗାରେଟ ଟାଣୁଥିଲେ ମା’ ସୋନି ରାଜଦାନ, ନିଜେ ଖୋଲିଲେ ଗୁମର

ମୁମ୍ବାଇ:ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସୋନି ରାଜଦାନ ନିଜ ଦମ୍‌ଦାର ଅଭିନୟ ପାଇଁ ବେଶ ପରିଚିତ। ଦୀର୍ଘଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ସୋନି ନିଜ ଚରିତ୍ରକୁ…

କେନ୍ଦୁଝରରେ ଚାଞ୍ଚଲ୍ୟ: ଜୀବନ ଯୁଦ୍ଧରେ ହାରିଗଲେ ବଳାତ୍କାର ପୀଡିତା, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ…

କେନ୍ଦୁଝର,୧୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ୪୫ ବର୍ଷୀୟା ଜୁଆଙ୍ଗ ଆଦିମ ଜନଜାତି ବିଧବା ମହିଳା ବଳାତ୍କାରର ଶିକାର ହୋଇଥିଲେ। ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?