ରାଜ୍ୟରେ ୧୮,୨୬୮ଜଣଙ୍କୁ ମିଳିଛି ବନ୍ଧୁକ ଲାଇସେନ୍ସ

ଭୁବନେଶ୍ୱର,୨୮ା୩(ବ୍ୟୁରୋ):ରାଜ୍ୟରେ ୧୮,୨୬୮ଜଣଙ୍କୁ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯାଇଛି। ବ୍ୟକ୍ତିଗତ ସୁରକ୍ଷା, ବ୍ୟାଙ୍କ ସମ୍ପତ୍ତି ସୁରକ୍ଷା, କ୍ରୀଡ଼ା ଓ ଟାର୍ଗେଟ ଅଭ୍ୟାସ ନିମନ୍ତେ ଜିଲା ଏସ୍‌ପିଙ୍କ ରିପୋର୍ଟ ଆଧାରରେ ଜିଲାପାଳମାନେ ଏହି ବନ୍ଧୁକ ଲାଇସେନ୍ସ ଦେଇଛନ୍ତି। କଂଗ୍ରେସ ସଭ୍ୟ ତାରପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ବିଧାନସଭାରେ ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁଝର ଜିଲାରେ ସର୍ବାଧିକ ୧,୩୨୭ଜଣଙ୍କୁ ବନ୍ଧୁକ ଲାଇସେନ୍ସ ମିଳିଥିବାବେଳେ ବାଲେଶ୍ୱର ଜିଲାରେ ୧,୧୫୫ଜଣ, ଅନୁଗୋଳରେ ୧,୨୦, ଗଞ୍ଜାମରେ ୪୨୯, ବ୍ରହ୍ମପୁରରେ ୩୦୯, ଜଗତ୍‌ସିଂହପୁରରେ ୫୧୮, ପୁରୀରେ ୬୨୦, କେନ୍ଦ୍ରାପଡ଼ାରେ ୩୩୮, ଖୋର୍ଦ୍ଧାରେ ୩୪୦ଜଣ, କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ଅଞ୍ଚଳରେ ୩୨୫ଜଣ, ରାଉରକେଲାରେ ୪୧୧ଜଣଙ୍କୁ ଲାଇସେନ୍ସ ମିଳିଛି। ସେହିପରି ସୁନ୍ଦରଗଡ଼ରେ ୬୯୪, ଯାଜପୁରରେ ୬୩୧ଜଣ, ଝାରସୁଗୁଡ଼ାରେ ୪୨୯ଜଣ, ସମ୍ବଲପୁରରେ ୮୪୦ଜଣ, ମୟୂରଭଞ୍ଜରେ ୫୫୮ଜଣ, କଳାହାଣ୍ଡିରେ ୯୯୯ଜଣ, ଭଦ୍ରକରେ ୬୬୫ଜଣ ଓ ନୟାଗଡ଼ରେ ୯୨୩ଜଣଙ୍କୁ ଏହି ଲାଇସେନ୍ସ ମିଳିଛି। ଦେବଗଡ଼ ଜିଲାରେ ୩୬୮ଜଣ, ସୋନପୁରରେ ୨୯୧ଜଣ, ବୌଦ୍ଧରେ ୨୨୫ଜଣ, ନୂଆପଡ଼ାରେ ୧୭୭ଜଣ, କନ୍ଧମାଳରେ ୬୦୬ଜଣଙ୍କୁ ବନ୍ଧୁକ ଲାଇସେନ୍ସ ମିଳିଥିବାବେଳେ ମାଲକାନଗିରିରେ ୧୧ଜଣ, ରାୟଗଡ଼ାରେ ୭୫ଜଣ, ଗଜପତିରେ ୧୪୪ଜଣ ଓ କୋରାପୁଟରେ ୪୮୪ଜଣଙ୍କୁ ଲାଇସେନ୍ସ ଦିଆଯାଇଛି।
ରାଜ୍ୟରେ ବେଆଇନ ବନ୍ଧୁକ କାରବାର ଦୃଷ୍ଟିକୁ ଆସିଲେ ସେମାନଙ୍କ ବିରୋଧରେ ଆର୍ମସ ଆକ୍ଟ-୧୯୫୯ର ଧାରା ୨୫/୨୭ରେ ଅଭିଯୋଗ ଦାଏର କରାଯାଏ। ପୁଲିସ ପକ୍ଷରୁ ଏହି ଚୋରା କାରବାର ବିଷୟରେ ତଥ୍ୟ ସଂଗ୍ରହ କରାଯାଇ ବେଆଇନ ବନ୍ଧୁକଧାରୀ ତଥା ଏହାର ଚୋରା କାରବାର କରୁଥିବା ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri