ପେନ୍‌ସନ ପ୍ରଦାନରେ ବିଳମ୍ବ ହେଲେ ଆଦାୟ ହେବ ୧୮% ସୁଧ

ଭୁବନେଶ୍ୱର,୫।୭(ଅନିଲ ଦାସ): ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଚାକିରିରୁ ଅବସର ଦିନ ହିଁ ପେନ୍‌ସନ ସୁବିଧା ପାଇବା ବ୍ୟବସ୍ଥା ରହିଛି। ଏହା ସତ୍ତ୍ୱେ ବହୁସଂଖ୍ୟକ କର୍ମଚାରୀ ଦୀର୍ଘଦିନ ଧରି ନିଜର ପେନ୍‌ସନ ପାଇବାକୁ ଅପେକ୍ଷା କରି ରହିଛନ୍ତି। ଏହାକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ପ୍ରଶାସନିକ ବିଭାଗ ମୁଖ୍ୟଙ୍କୁ କଡ଼ା ତାଗିଦ କରିଛନ୍ତି। ଏଥିସହିତ ଅଧିକାରୀଙ୍କ ଉପରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଳମ୍ବ ହେଲେ ପେନ୍‌ସନଧାରୀ ବାର୍ଷିକ ୧୮% ସୁଧ ହାରରେ ପେନ୍‌ସନ ପାଇବାକୁ ହକ୍‌ଦାର। ପେନ୍‌ସନ ପ୍ରଦାନରେ ବିଳମ୍ବ ପାଇଁ ଯେଉଁ ଅଫିସର ବା କର୍ମଚାରୀ ଦାୟୀ ରହିବେ ତାଙ୍କଠାରୁ ଏହି ସୁଧ ଅର୍ଥ ଆଦାୟ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସିଭିଲ୍‌ ସର୍ଭିସ (ପେନ୍‌ସନ) ରୁଲ୍‌ସ-୧୯୯୨ ଅନୁସାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନ୍‌ସନ ଓ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ପ୍ରଦାନ କରିବା ସରକାରଙ୍କ କର୍ତ୍ତବ୍ୟ। ମାତ୍ର ବହୁ ସଂଖ୍ୟକ ପେନ୍‌ସନ ମାମଲା ଏବେ ବିଭିନ୍ନ ସ୍ତରରେ ପ୍ରଶାସନିକ ବିଭାଗ ଓ ଅଧସ୍ତନ ଅଫିସଗୁଡ଼ିକରେ ପଡ଼ିରହିଛି। ବିଭାଗଗୁଡ଼ିକର ପଦକ୍ଷେପ ଓ ଅଗ୍ରଗତି ମଧ୍ୟ ଏ ଦିଗରେ ସନ୍ତୋଷଜନକ ନୁହେଁ। ସମସ୍ତ ପ୍ରଶାସନିକ ବିଭାଗ ସାଧାରଣ ପ୍ରଶାସନ ଦ୍ୱାରା ଜାରି ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ କରିବେ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପେନ୍‌ସନ ପ୍ରଦାନ ଉପରେ ଗୁରୁତ୍ୱ ଦେବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହାସହିତ ମାସର ପ୍ରଥମ ସପ୍ତାହ ସୁଦ୍ଧା ଇ-ମେଲ୍‌ ମାଧ୍ୟମରେ ଏକ ନିର୍ଦ୍ଧାରିତ ଫର୍ମାଟରେ କେତେ ପରିମାଣର ପେନ୍‌ସନ ମାମଲା ପଡ଼ିରହିଛି ଓ କେତେ ସଂଖ୍ୟକ ସମାଧାନ ହୋଇଛି ତାହା ନିୟମିତ ଭାବେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫର୍ମାଟରେ ପ୍ରତ୍ୟେକ ବିଭାଗର ନାମ, ମାସ ଆରମ୍ଭରୁ କେତେ ସଂଖ୍ୟକ ପେନ୍‌ସନ ମାମଲା ପଡ଼ିରହିଛି, ସେହି ମାସରେ କେତେ ସଂଖ୍ୟକ ପେନ୍‌ସନ ମାମଲା ଯୋଡ଼ିହୋଇଛି, କେତେ ଜଣଙ୍କୁ ପ୍ରୋଭିଜନାଲ ଓ ଫାଇନାଲ ପେନ୍‌ସନ ପ୍ରଦାନ କରାଯାଇଛି, ବିଭାଗରୁ ଅବସର ନେଇଥିବା କେତେ ସଂଖ୍ୟକ କର୍ମଚାରୀଙ୍କ ପେନ୍‌ସନ ସଂକ୍ରାନ୍ତ ଦସ୍ତାବିଜ ପୈଠ ହୋଇନି ଏ ସବୁର ବିସ୍ତୃତ ତଥ୍ୟ ଦେବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

ଦିଲ୍ଲୀ ଲଜ୍ଜା: ମନ୍ଦିର ନିକଟରେ ନାବାଳିକାଙ୍କୁ ଗଣବଳାତ୍କାର; ପୋଲିସ କର୍ମଚାରୀ ସାଜି ଆସିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୨।୯: ଦିଲ୍ଲୀର କାଲକାଜୀ ମନ୍ଦିର ନିକଟରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ସହ ଗଣ-ବଳାତ୍କାରର ଏକ ଜଘନ୍ୟ ଘଟଣା ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କ…

ବାତିଲ ହେବ ଭାରତ-ଜାପାନ T20 ମ୍ୟାଚ? ପାଣିପାଗକୁ ନେଇ ବଢିଲା ଚିନ୍ତା

ନୂଆଦିଲ୍ଲୀ,୨୨।୯: ଭାରତ ଏବଂ ଜାପାନ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ ମଙ୍ଗଳବାର (ସେପ୍ଟେମ୍ବର ୨୨) ଦିନ ଜାପାନର ସାନୋ ସ୍ଥିତ ସାନୋ ଇଣ୍ଟରନେସନାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର…

ଓଡ଼ିଶାରେ SIR ପରେ ୨୦.୫୭ ଲକ୍ଷ ଭୋଟରଙ୍କ ନାଁ ବାଦ୍‌, ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୋଟ ୨୦ ଲକ୍ଷ ୫୭ ହଜାର ୩୩୪ ଭୋଟରଙ୍କ…

ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର, ଦୁଇ ସ୍ୱାଧୀନ ଅଙ୍ଗ ଭାବେ ବିକଶିତ ହୋଇଛି ମଣିଷର ମସ୍ତିଷ୍କ!

ନୂଆଦିଲ୍ଲୀ,୨୨।୯(ପି.ଟି.): ମନୁଷ୍ୟ ମସ୍ତିଷ୍କକୁ ସାଧାରଣତଃ ଏକ ଏକକ ଅଙ୍ଗ ବୋଲି ବିବେଚନା କରାଯାଉଥିବା ବେଳେ ଏହା ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଦୁଇଟି ସ୍ବାଧୀନ ଅଙ୍ଗ ଭାବରେ…

Asian Games 2026: ପାକିସ୍ତାନକୁ ଦୁଇଥର ହରାଇବା ସହ ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କରି ୪ ପଦକ ଜିତିଲା ଭାରତ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ତୃତୀୟ ଦିନ, ଅର୍ଥାତ ସୋମବାର (ସେପ୍ଟେମ୍ବର ୨୧), ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଫଳ ରହିଥିଲା ଏବଂ ଦଳ ମୋଟ ଚାରୋଟି…

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଭୁବନେଶ୍ବର ଆସି ବଡ଼ ଘୋଷଣା କଲା CJP, ଓଡ଼ିଶା ସରକାରଙ୍କୁ….

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ଯେଉଁ ତ୍ରୁଟି କରାଯାଇଛି ତାହାର ଜବାବ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିକ୍ଷା…

ମମତାଙ୍କ ଟିଏମ୍‌ସିର ନୂଆ ଲୋଗୋ ଉନ୍ମୋଚିତ

କୋଲକାତା, ୨୨।୯: ନିର୍ବାଚନ ଆୟୋଗଙ୍କ ଦ୍ୱାରା ପୁରୁଣା ନାମ ଏବଂ ଘାସ-ଫୁଲ ପ୍ରତୀକ ଜବତ ହେବା ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀ ଏହାର ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?