୧୭ ଶହ ୪୦ ଲିଟର ସ୍ପିରିଟ ଜବତ: ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ, ୯।୪: ଅବକାରୀ ଗୁଇନ୍ଦା ଟିମ୍‌ ରବିବାର ଦୁଇଟି ସ୍ଥାନରେ ଚଢାଉ କରି ୧୭୪୦ ଲିଟର ବେଆଇନ ସ୍ପିରିଟ ଜବତ କରିଛି। ଅନ୍ୟପକ୍ଷେ ୨ଟି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ସହର ଏବଂ ଆଖପାଖ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ନକଲି ବିଦେଶୀ ମଦ ତିଆରି ପାଇଁ ଏହି ସ୍ପିରିଟ ବ୍ୟବହାର କରାଯାଉଥିବା ଜଣାପଡିଛି।

ନକଲି ମଦ ପ୍ରସ୍ତୁତ ପାଇଁ ବେଆଇନ ସ୍ପିରିଟ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା। ଏନେଇ ରବିବାର ଅବକାରୀ ଡେପୁଟି ସୁପେରିଟେଣ୍ଡେଣ୍ଟ କୁବେର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ କାଳୁଆ ଛକ ନିକଟରେ ଗାଡି ଯାଞ୍ଚ କରାଯାଉଥିଲା। ସେତିକିବେଳେ ଏକ ସ୍କୁଟିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ୪୦ ଲିଟର ବେଆଇନ ସ୍ପିରିଟ ଅବକାରୀ ଟିମ୍‌ ଜବତ କରଥିଲା। ଏହି ସଂକ୍ରାନ୍ତରେ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା। ସେ ହେଉଛନ୍ତି ଗୋପାଳପୁର ଥାନା ଅଧୀନ ଭଞ୍ଜବିହାର ଅଞ୍ଚଳର ସିବାଶିଷ ଡାକୁଆ(୨୦) । ସେ ନକଲି ବିଦେଶୀ ମଦ ପ୍ରସ୍ତୁତ ପାଇଁ ଉକ୍ତ ସ୍ପିରିଟ ନେଉଥିଲେ ବୋଲି ଜେରା ବେଳେ ଅବକାରୀ ଟିମ୍‌କୁ କହିଛନ୍ତି।

ସେହିପରି ସେ ଉକ୍ତ ସ୍ପିରିଟ ବ୍ରହ୍ମପୁରରୁ ଆଣିଥିବା କହିଥିଲେ। ତାଙ୍କ ବୟାନକୁ ଆଧାର କରି ଅବକାରୀ ଟିମ୍‌ ସିବାଶିଷଙ୍କୁ ଧରି ବଡ଼ଖେମୁଣ୍ଡି ସାହିରେ ଥିବା ଏକ ଗୋଦାମରେ ଚଢାଉ କରିଥିଲା। ଚଢାଉ ବେଳେ ସେଠାରୁ ୧୫୭ କାର୍ଟୁନରେ ଥିବା ୩୭୬୮ ବୋତଲରେ ସ୍ପିରିଟ ଜବତ କରାଯାଇଥିଲା। ଉକ୍ତ ବୋତଲରେ ୧୭ ଶହ ଲିଟର ବେଆଇନ ସ୍ପିରିଟ ରହିଥିବା ଜଣାପଡିଛି। ଏପରିକି ସମ୍ପୃକ୍ତ କାରବାରରେ ଲିପ୍ତ ଥିବା ୨ଜଣଙ୍କୁ ଟିମ୍‌ ଗିରଫ କରିଛି। ସେମାନେ ହେଲେ ଏହି କାରବାରର ମୁଖିଆ ଫାସିଗୁଡା ଅଞ୍ଚଳର ଶଙ୍କର ପ୍ରଧାନ(୨୭) ଓ ଅନ୍ୟଜଣେ କର୍ମଚାରୀ ସଂଜୀବ କୁମାର ପ୍ରଧାନ(୨୧)। ଜବତ ସ୍ପିରିଟ ଓ ଗାଢ଼ିର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଡେପୁଟି ସୁପେରଟେଣ୍ଡେଣ୍ଟ ସେଠୀ କହିଛନ୍ତି।

ମାମଲା(ନମ୍ବର ୧୬/୨୩-୨୪)ରେ ସିବାଶିଷ ଡାକୁଆଙ୍କୁ ଗିରଫ କରାଯାଇଥିବା ବେଳେ ମାମଲା(ନଂ୧୭/୨୩-୨୪)ରେ ଶଙ୍କର ଓ ସଂଜୀବଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଚଢଉରେ ଅନ୍ୟମାନଙ୍କ ମଧ୍ୟରେ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁ, ଏଏସ୍‌ଆଇ ସୁଶାନ୍ତ ମହାଙ୍କୁଡ, ବସନ୍ତ ବାରିକ, କନେଷ୍ଟେବଳ ବଳରାମ ସ୍ବାଇଁ ଓ ବିଶ୍ୱନାଥ ପେଣ୍ଠି ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri