୧୭ ଶହ ୪୦ ଲିଟର ସ୍ପିରିଟ ଜବତ: ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ, ୯।୪: ଅବକାରୀ ଗୁଇନ୍ଦା ଟିମ୍‌ ରବିବାର ଦୁଇଟି ସ୍ଥାନରେ ଚଢାଉ କରି ୧୭୪୦ ଲିଟର ବେଆଇନ ସ୍ପିରିଟ ଜବତ କରିଛି। ଅନ୍ୟପକ୍ଷେ ୨ଟି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ସହର ଏବଂ ଆଖପାଖ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ନକଲି ବିଦେଶୀ ମଦ ତିଆରି ପାଇଁ ଏହି ସ୍ପିରିଟ ବ୍ୟବହାର କରାଯାଉଥିବା ଜଣାପଡିଛି।

ନକଲି ମଦ ପ୍ରସ୍ତୁତ ପାଇଁ ବେଆଇନ ସ୍ପିରିଟ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା। ଏନେଇ ରବିବାର ଅବକାରୀ ଡେପୁଟି ସୁପେରିଟେଣ୍ଡେଣ୍ଟ କୁବେର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ କାଳୁଆ ଛକ ନିକଟରେ ଗାଡି ଯାଞ୍ଚ କରାଯାଉଥିଲା। ସେତିକିବେଳେ ଏକ ସ୍କୁଟିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ୪୦ ଲିଟର ବେଆଇନ ସ୍ପିରିଟ ଅବକାରୀ ଟିମ୍‌ ଜବତ କରଥିଲା। ଏହି ସଂକ୍ରାନ୍ତରେ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା। ସେ ହେଉଛନ୍ତି ଗୋପାଳପୁର ଥାନା ଅଧୀନ ଭଞ୍ଜବିହାର ଅଞ୍ଚଳର ସିବାଶିଷ ଡାକୁଆ(୨୦) । ସେ ନକଲି ବିଦେଶୀ ମଦ ପ୍ରସ୍ତୁତ ପାଇଁ ଉକ୍ତ ସ୍ପିରିଟ ନେଉଥିଲେ ବୋଲି ଜେରା ବେଳେ ଅବକାରୀ ଟିମ୍‌କୁ କହିଛନ୍ତି।

ସେହିପରି ସେ ଉକ୍ତ ସ୍ପିରିଟ ବ୍ରହ୍ମପୁରରୁ ଆଣିଥିବା କହିଥିଲେ। ତାଙ୍କ ବୟାନକୁ ଆଧାର କରି ଅବକାରୀ ଟିମ୍‌ ସିବାଶିଷଙ୍କୁ ଧରି ବଡ଼ଖେମୁଣ୍ଡି ସାହିରେ ଥିବା ଏକ ଗୋଦାମରେ ଚଢାଉ କରିଥିଲା। ଚଢାଉ ବେଳେ ସେଠାରୁ ୧୫୭ କାର୍ଟୁନରେ ଥିବା ୩୭୬୮ ବୋତଲରେ ସ୍ପିରିଟ ଜବତ କରାଯାଇଥିଲା। ଉକ୍ତ ବୋତଲରେ ୧୭ ଶହ ଲିଟର ବେଆଇନ ସ୍ପିରିଟ ରହିଥିବା ଜଣାପଡିଛି। ଏପରିକି ସମ୍ପୃକ୍ତ କାରବାରରେ ଲିପ୍ତ ଥିବା ୨ଜଣଙ୍କୁ ଟିମ୍‌ ଗିରଫ କରିଛି। ସେମାନେ ହେଲେ ଏହି କାରବାରର ମୁଖିଆ ଫାସିଗୁଡା ଅଞ୍ଚଳର ଶଙ୍କର ପ୍ରଧାନ(୨୭) ଓ ଅନ୍ୟଜଣେ କର୍ମଚାରୀ ସଂଜୀବ କୁମାର ପ୍ରଧାନ(୨୧)। ଜବତ ସ୍ପିରିଟ ଓ ଗାଢ଼ିର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଡେପୁଟି ସୁପେରଟେଣ୍ଡେଣ୍ଟ ସେଠୀ କହିଛନ୍ତି।

ମାମଲା(ନମ୍ବର ୧୬/୨୩-୨୪)ରେ ସିବାଶିଷ ଡାକୁଆଙ୍କୁ ଗିରଫ କରାଯାଇଥିବା ବେଳେ ମାମଲା(ନଂ୧୭/୨୩-୨୪)ରେ ଶଙ୍କର ଓ ସଂଜୀବଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଚଢଉରେ ଅନ୍ୟମାନଙ୍କ ମଧ୍ୟରେ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁ, ଏଏସ୍‌ଆଇ ସୁଶାନ୍ତ ମହାଙ୍କୁଡ, ବସନ୍ତ ବାରିକ, କନେଷ୍ଟେବଳ ବଳରାମ ସ୍ବାଇଁ ଓ ବିଶ୍ୱନାଥ ପେଣ୍ଠି ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?