Posted inଜାତୀୟ

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ୧୭୪ କି.ମି. ନିର୍ମାଣ ବାକି

ନୂଆଦିଲ୍ଲୀ,୮।୧୨: ୨୮୯ କି.ମି. ବିିଶିଷ୍ଠ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ୧୧୫ କି.ମି. ରେଳ ଲାଇନ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ୧୭୪ କି.ମି. ନିର୍ମାଣ କାର୍ଯ୍ୟ ବାକି ରହିଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକ ସଭାକୁ ଅବଗତ କରାଇଛନ୍ତି। ଲୋକ ସଭାରେ ବିଜେଡି ସଦସ୍ୟ ଅଚ୍ୟୁତ ସାମନ୍ତଙ୍କ ଏକ ପ୍ରଶ୍ନର ଉତ୍ତରରେ ବୈଷ୍ଣବ କହିଛନ୍ତି, ଏହି ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପର ଆଉ ମାତ୍ର ୧୧୫.୬୬ କି.ମି. ଧାରଣା ନିର୍ମାଣ ବାକି ଅଛି। ପ୍ରଥମ ଭାଗରେ (୦-୧୧୨ କି.ମି.) ରେଳପଥ ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ଭାବେ ପାଣ୍ଠି ଯୋଗାଇ ଦେଇଥିବାବେଳେ ଦ୍ୱିତୀୟ ଭାଗ (୧୧୨-୨୮୯ କି.ମି.) ଲାଇନ୍‌ ନିର୍ମାଣ ଖର୍ଚ୍ଚ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ହେଉଛି।

ଓଡ଼ିଶା ସରକାର ଏଥିପାଇଁ ମାଗଣାରେ ଜାଗା ଯୋଗାଇଦେବା ସହ ନିର୍ମାଣର ୫୦% ଅର୍ଥ ବହନ କରିବେ। ଏହି ମେଗା ପ୍ରୋଜେକ୍ଟରେ ୩,୭୯୨ କୋଟି ଟଙ୍କା ଖର୍ଚ୍ଚ ପାଇଁ ଧାର୍ଯ୍ୟ ହୋଇଥିବାବେଳେ ୨,୧୦୫ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ୨୦୨୧-୨୨ ଆର୍ଥିକବର୍ଷରେ ଉକ୍ତ ପ୍ରୋଜେକ୍ଟରେ ୩୭୧.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବନ୍ୟା ମୁକାବିଲାରେ ସାହାଯ୍ୟ କରୁଛି ‘ଆରାବଳୀ’

ନୂଆଦିଲ୍ଲୀ,୨୩ା୬: ଦେଶର ରାଜଧାନୀ ଦିଲ୍ଲୀରେ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଥିବାବେଳେ ସହରକୁ ବନ୍ୟା ଓ ଜଳବନ୍ଦୀ ସମସ୍ୟାରୁ ରକ୍ଷା କରିବା ପାଇଁ ଆରାବଳୀ ବାୟୋଡାଇଭର୍ସିଟି ପାର୍କ…

ନିଆଁ ପରେ ନିଆଁ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ୨୨ ଜୁନ୍‌ରେ ନିଅଁା ଲାଗିଯିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି।…

‘ଯଦି ଚୁକ୍ତି ବିଫଳ ହୁଏ ତେବେ ମୁଁ ଯାହା କରିବି…’, ଶାନ୍ତି ଆଲୋଚନା ମଧ୍ୟରେ ଏଥର ବଡ଼ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୩।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଲିଥିବା ଆଲୋଚନା ମଧ୍ୟରେ ପୁଣି ଥରେ ଇରାନକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଇରାନ ଆମେରିକା ସହିତ…

ଚୂଡ଼ାନ୍ତ ଚୁକ୍ତିନାମାରେ ପବଞ୍ଚିବା କାର୍ଯ୍ୟପନ୍ଥାରେ ଆମେରିକା, ଇରାନ ରାଜି

ଓବୁର୍ଜେନ୍‌,୨୩ା୬: ସୁଇଜରଲାଣ୍ଡରେ ଆମେରିକା ଏବଂ ଇରାନର ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସୋମବାର ଶେଷ ହୋଇଥିବା ମଧ୍ୟସ୍ଥମାନେ କହିଛନ୍ତି। ୧୦୦ ଦିନରୁ ଊର୍ଦ୍ଧ୍ୱ ଚାଲିଥିବା…

ସାମାନ୍ୟ ବିଳମ୍ବ ପାଇଁ ବହୁ ପିଲା ଏନ୍‌ଇଇଟି ପରୀକ୍ଷାରୁ ବଞ୍ଚିତ

ନୂଆଦିଲ୍ଲୀ,୨୩ା୬: ଏନ୍‌ଇଇଟି-ୟୁଜି ପରୀକ୍ଷା ବାତିଲ ହେବା ପରେ ପାଖାପାଖି ୨୩ ଲକ୍ଷ ଛାତ୍ରୀଛାତ୍ର ପୁନଃ ପରୀକ୍ଷା ପାଇଁ ମାସେରୁ ଅଧିକ ସମୟ ଅପେକ୍ଷା କଲେ। ପୁଣି ଥରେ…

ମାନସିକ ଉଦ୍‌ବେଗ ପାଇଁ ଦାୟୀ ୭୪ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୬: ବିଜ୍ଞାନ ଜଗତରେ ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ବଡ଼ ସଫଳତା ମିଳିଛି। ବୈଜ୍ଞାନିକମାନେ ମାନବ ଶରୀରର ଡିଏନ୍‌ଏ (ଜେନୋମ) ମଧ୍ୟରେ ଏଭଳି ୭୪ଟି ଦିଗ ଚିହ୍ନଟ…

୪୮ ଘଣ୍ଟା ମଧ୍ୟରେ ସାରା ଓଡ଼ିଶା ଛୁଇଁବ ମୌସୁମୀ: ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷା ସହ ପବନ

ଭୁବନେଶ୍ୱର, ୨୩।୬ (ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ଓଡ଼ିଶାର ଆହୁରି କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ ବଲାଙ୍ଗୀର…

ହ୍ବାଟ୍‌ସଆପ୍‌ ମୁଖ୍ୟ ହେବେ କୁନାଲ ଶାହା

ନୂଆଦିଲ୍ଲୀ,୨୩ା୬: ଫିନ୍‌ଟେକ୍‌ କମ୍ପାନୀ ସିଆର୍‌ଇଡି(କ୍ରେଡ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରେ ରହିଥିବା କୁନାଲ ଶାହା ତାଙ୍କ ପଦବୀ ଛାଡ଼ି ମେଟାରେ ଯୋଗ ଦେବେ ବୋଲି ସୋମବାର ଘୋଷଣା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri