Posted inଜାତୀୟ

ଏକାଠି ଲଢ଼ିବେ ୧୭ ଦଳ

ପାଟନା/ନୂଆଦିଲ୍ଲୀ/ଜମ୍ମୁ,୨୪ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): କେନ୍ଦ୍ରରେ ଭାଜପାକୁ ହରାଇବା ପାଇଁ ସବୁ ଦଳକୁ ଏକାଠି ହେବାକୁ ପଡ଼ିବ। ଏଥିଲାଗି ଆବଶ୍ୟକ ହେଲେ ବ୍ୟକ୍ତିଗତ ମତଭେଦ, ମହତ୍ତ୍ୱାକାଂକ୍ଷା ଓ ଦଳୀୟ ସ୍ବାର୍ଥ ତ୍ୟାଗ କରିବାକୁ ହେବ। ନିର୍ବାଚନରେ ବିରୋଧୀ ମେଣ୍ଟ ବିଜୟୀ ହେଲେ ଆମ ଭିତରୁ ଜଣକୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା। ଏପରି ସଂକଳ୍ପ ନେଇ ୧୭ ବିପକ୍ଷ ଦଳର ୩୨ ଜଣ ନେତା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରୀ ବାସଭବନରେ ପୂର୍ବାହ୍ଣ ୧୧ଟା ୩୦ରେ ଏକତ୍ରିତ ହୋଇଥିଲେ। ବିରୋଧୀଙ୍କ ଏହି ବୈଠକ ୪ ଘଣ୍ଟା ଧରି ଚାଲିଥିଲା। ଏଥିରେ ଅଧ୍ୟକ୍ଷତା କରିଥିବା ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ ଏକ ମିଳିତ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଆମେ ଜାତୀୟ ସ୍ବାର୍ଥ ପାଇଁ କାମ କରୁଛୁ। କିନ୍ତୁ ଭାଜପା ଦେଶର ସ୍ବାର୍ଥ ବିରୋଧରେ ଯାଉଛି। ଗୈରିକ ଦଳ ଭାରତର ଇତିହାସକୁ ବଦଳାଇବାକୁ ଉଦ୍ୟମ କରୁଛି। ଏଥିଲାଗି ମିଳିତ ରଣନୀତିକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଆମେ ଶିମ୍‌ଲାରେ ପୁଣି ଏକାଠି ହେବୁ ବୋଲି ନୀତୀଶ କହିଥିଲେ।
ସୂତ୍ରରୁ ଜଣାପଡ଼ିଛି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅମଲାତନ୍ତ୍ରୀ ନିୟନ୍ତ୍ରଣ ସମ୍ପର୍କିତ କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଖୋଲାଖୋଲି ଭାବେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି କହିଥିଲେ। ରାଜ୍ୟ ସଭାରେ କଂଗ୍ରେସ ସଦସ୍ୟମାନେ ଏହି ଅଧ୍ୟାଦେଶକୁ ରୋକିବାରେ ସମର୍ଥନ ନ କଲେ ଭବିଷ୍ୟତରେ ବିରୋଧୀଙ୍କ କୌଣସି ବୈଠକରେ ତାଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସାମିଲ ହେବ ନାହିଁ ବୋଲି ସେ କହିଥିଲେ। ଏହି ପ୍ରସଙ୍ଗକୁ ନେଇ ଏଏପି ଏବଂ କଂଗ୍ରେସ ମଧ୍ୟରେ ମତଭେଦ ଦେଖାଦେଇଥିଲା। କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେ କହିଥିଲେ, ଶିମ୍‌ଲା ବୈଠକରେ ଏକ ସାଧାରଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ। ଆଗକୁ କିପରି ବଢ଼ିହେବ ସେନେଇ ନିଷ୍ପତ୍ତି ନିଆଯିବ। ପ୍ରତ୍ୟେକ ରାଜ୍ୟ ପାଇଁ ପୃଥକ୍‌ ଯୋଜନା କରିବାକୁ ପଡ଼ିବ। ଆମେ ମିଳିତ ଭାବେ କାର୍ଯ୍ୟ କରିବୁ ଏବଂ ଭାଜପାକୁ କେନ୍ଦ୍ରରୁ ହଟାଇଦେବୁ। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ଆମ ଭିତରେ କେତେକ ମତଭେଦ ଥାଇପାରେ। କିନ୍ତୁ ଆମେ ନମନୀୟ ହୋଇ ଏକାଠି ଲଢ଼ିବୁ ଏବଂ ନିଜ ବିଚାରଧାରାକୁ ସୁରକ୍ଷା ଦେବୁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ କହିଥିଲେ, ପାଟନାରୁ ଆରମ୍ଭ ହୋଇଥିବା ପ୍ରଥମ ବୈଠକ ଜନ ଆନ୍ଦୋଳନର ରୂପ ନେବ। କେନ୍ଦ୍ରରେ ଏକଚ୍ଛତ୍ରବାଦୀ ଏନ୍‌ଡିଏ ସରକାର କ୍ଷମତାକୁ ଫେରିଲେ ଭବିଷ୍ୟତରେ ଆଉ ନିର୍ବାଚନ ହେବ ନାହିଁ। ଆମେ ସମସ୍ତେ ଏକ ହୋଇଛୁ ଏବଂ ଭାଜପା ବିରୋଧରେ ମିଳିତ ଭାବେ ଲଢ଼େଇ କରିବୁ। ଭାଜପା ଇତିହାସ ବଦଳାଇବାକୁ ଚାହୁଁଛି, କିନ୍ତୁ ଆମେ ଇତିହାସର ସୁରକ୍ଷା ସୁନିଶ୍ଚିତ କରିବୁ। ସେହିପରି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର କହିଥିଲେ, ଜୟପ୍ରକାଶ ନାରାୟଣ (ଜେପି) ଆନ୍ଦୋଳନ ଭଳି ବିରୋଧୀ ସାମ୍ମୁଖ୍ୟ ଜନସାଧାରଣଙ୍କ ଆଶୀର୍ବାଦ ପାଇବ। ଦେଶକୁ ବଞ୍ଚାଇବାକୁ ହେଲେ ମିଳିତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ଏହା ହେଉଛି ପାଟନା ବୈଠକର ସ୍ପଷ୍ଟ ସନ୍ଦେଶ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନଙ୍କ ମତରେ ଏହି ଆରମ୍ଭ ଦେଶ ପାଇଁ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ଏବଂ ସବୁ ନେତା ସକାରାମତ୍କ ଚିନ୍ତା ନେଇ ଆଗକୁ ବଢ଼ିବେ। ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କହିଥିଲେ, ବିରୋଧୀ ମିଳିତ ଭାବେ ଭାଜପା ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ଲଢ଼େଇ କରନ୍ତୁ ବୋଲି ଦେଶବାସୀ ଚାହୁଁଛନ୍ତି। ଭାରତ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ଚନ୍ଦନକାଠ ବାଣ୍ଟୁଛନ୍ତି। ମୁଁ ଏବେ ସୁସ୍ଥ ଅଛି ଏବଂ ତାଙ୍କୁ ମୁକାବିଲା କରିପାରିବି। ଏହି ଅବସରରେ ଲାଲୁ ରାହୁଲଙ୍କୁ ମଜାରେ କହିଥିଲେ, ବିଳମ୍ବ ହୋଇନାହିଁ। ଏବେ ବି ସମୟ ଅଛି, ବାହା ହୋଇଯାଆନ୍ତୁ। ରାହୁଲ ଉତ୍ତର ରଖିଥିଲେ, ଆପଣ କହିଲେଣି ମାନେ ବିବାହ କରିବି।
ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା କହିଥିଲେ, କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୧୭ ଦଳ ‘କ୍ଷମତା ପାଇଁ ନୁହେଁ, ବରଂ ସିଦ୍ଧାନ୍ତକୁ ନେଇ’ ଏକାଠି ହୋଇଛୁ। ମାର୍କ୍ସବାଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ୍‌) ନେତା ସୀତାରାମ ୟେଚୁରୀ ଭାଜପାର ୯ ବର୍ଷ ଶାସନ ଦେଶ ଓ ସମ୍ବିଧାନ ପାଇଁ ବିପର୍ଯ୍ୟୟ ସୃଷ୍ଟିକାରୀ ହୋଇଥିବା ଅଭିଯୋଗ ଆଣିଥିଲେ। ଆମେ ଗାନ୍ଧିଜୀଙ୍କ ଭାରତକୁ ଗୋଡ୍‌ସେଙ୍କ ଦେଶରେ ପରିଣତ ହେବାକୁ ଦେବୁନାହିଁ ବୋଲି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ଡ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫ୍‌ତି ପ୍ରକାଶ କରିଥିଲେ। ବୈଠକରେ ଦ୍ରାବିଡ ମୁନେତ୍ରା କାଝାଗାମ (ଡିଏମ୍‌କେ) ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା-ୟୁଟିବି ମୁଖ୍ୟ ଉଦ୍ଧବ ଠାକ୍‌ରେ, ତାଙ୍କ ପୁଅ ଆଦିତ୍ୟ ଠାକ୍‌ରେ, ପଞ୍ଜାବ ମୁଖ୍ୟମନ୍ତ୍ରୀ (ଏଏପି ନେତା) ଭଗଓ୍ବନ୍ତ ମାନ୍‌, ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ୍‌) ନେତା ଡି. ରାଜା ଏବଂ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଯୋଗଦେଇଥିଲେ।
ଅନ୍ୟପକ୍ଷେ ୨ ଦିନିଆ ଜମ୍ମୁ ଗସ୍ତରେ ଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି, ପାଟନାରେ ଆଜି ଏକ ଫଟୋ ସେସନ୍‌ ଚାଲିଛି। ଯେତେ ଦଳ ଏକତ୍ରିତ ହେଲେ ମଧ୍ୟ ସେମାନେ କେବେହେଲେ ଏକାଠି ହୋଇପାରିବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ୨୦୨୪ରେ ୩୦୦ରୁ ଊର୍ଦ୍ଧ୍ୱ ଆସନ ଦଖଲ କରି ପୁଣି ସରକାର ଗଢ଼ିବେ ଏବଂ ପୁନର୍ବାର ପ୍ରଧାନମନ୍ତ୍ରୀ ହେବେ। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀରେ ବିରୋଧୀ ମହାମେଳିକୁ ‘ଅନେକ ମୁଣ୍ଡିଆଳ ଥିବା ସ୍ବାର୍ଥପର ମେଣ୍ଟ’ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି, ଏହି ଦଳଗୁଡ଼ିକ ଯେତେବେଳେ ବି ଏକାଠି ହୁଅନ୍ତି ସେମାନେ ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣରେ ମାତି ଦେଶର ଅର୍ଥନୀତିକୁ ସଙ୍କୁଚିତ କରିଦିଅନ୍ତି। ଏଏପି ଆରମ୍ଭରୁ ବ୍ଲାକ୍‌ମେଲିଂ କରିବାରେ ଲାଗିଛି। ଏଥିରୁ ଏହି ଅପବିତ୍ର ମେଣ୍ଟର ଭବିଷ୍ୟତ ଜଳଜଳ ଦେଖାଯାଉଛି। ପ୍ରକାଶ ଯେ, ବର୍ତ୍ତମାନ ଲୋକ ସଭାରେ ୫୪୩ ଆସନ ମଧ୍ୟରୁ ଏହି ଦଳଗୁଡ଼ିକର ମିଳିତ ଆସନ ସଂଖ୍ୟା ୨୦୦ରୁ କମ୍‌। ୧୭ ଦଳର ନେତାମାନେ ୩୦୦ରୁ ଅଧିକ ଆସନ ଦଖଲ କରି ନିରଙ୍କୁଶ କ୍ଷମତା ଉପଭୋଗ କରୁଥିବା ଭାଜପା ବିରୋଧରେ ଗୋଟିଏ ଟେବୁଲରେ ଏକାଠି ହୋଇଛନ୍ତି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ୨୦୧୯ରେ ପ୍ରାୟ ୫୦ ଆସନରେ ବିଜୟୀ ହୋଇଥିଲା, ଯାହାକି ୨୦୧୪ ଲୋକ ସଭା ନିର୍ବାଚନର ୪୪ ତୁଳନାରେ ସାମାନ୍ୟ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?