୩ ମାସରେ ଗଲାଣି ୧୬୦୦ ଜୀବନ

ଭୁବନେଶ୍ୱର,୩ା୭(ଅନିଲ ଦାସ): ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ବେପରୁଆ ଗାଡ଼ି ଚାଳନା ଯୋଗୁ ଉଜୁଡ଼ି ଯାଉଛିି ବହୁମୂଲ୍ୟ ଜୀବନ। ରାସ୍ତାଘାଟ ନିର୍ମାଣରେ ଉନ୍ନତି ହେବା ସହ ଗମନାଗମନ ସୁଗମ ହୋଇଥିଲେ ମଧ୍ୟ ଅନିୟନ୍ତ୍ରିତ ଗାଡ଼ି ଚାଳନା ଦୁର୍ଘଟଣାକୁ ବଢ଼ାଇ ଚାଲିଛି। ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ୟ ସରକାର ଯେତେ ଯାହା ପଦକ୍ଷେପ ନେଲେ ମଧ୍ୟ ଦୁର୍ଘଟଣାରେ ବ୍ରେକ ଲାଗିପାରୁ ନାହିଁ।
ଦୁର୍ଘଟଣା ବୃଦ୍ଧିକୁ ଦେଖିଲେ ଜଣାପଡୁଛି, ସତେ ଯେମିତି ରାସ୍ତାଘାଟ ମରଣ ଯନ୍ତାପାଲଟିଛି। ଗତ ୩ ମାସରେ ରାଜ୍ୟରେ ୧୬୦୦ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୨୦୨୨ ତୁଳନାରେ ୨୦୨୩ରେ ଦୁର୍ଘଟଣା ହାର ୧୬.୪୧ ପ୍ରତିଶତ ବଢ଼ିବା ସହିତ ମୃତାହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ବାଣିଜ୍ୟ ଓ ପରିବହନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୨ ଜାନୁୟାରୀରୁ ମାର୍ଚ୍ଚ ୩୧ ମଧ୍ୟରେ ରାଜ୍ୟରେ ମୋଟ ୨୮୯୫ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୧୩୫୯ ଜଣଙ୍କର ମୃତ୍ୟୁ ହୋଇଛି। ୧୩୫୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ୨୦୨୩ରେ ଦୁର୍ଘଟଣା ସଂଖ୍ୟା କମିବା ପରିବର୍ତ୍ତେ ବଢ଼ିଛି। ଉକ୍ତ ୩ ମାସ ମଧ୍ୟରେ ରାଜ୍ୟରେ ମୋଟ ୩୩୭୦ ଦୁର୍ଘଟଣା ହୋଇଥିବା ବେଳେ ୧୫୯୪ ଜଣଙ୍କର ମୃତ୍ୟୁ ହୋଇଛି। ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, କୋରାପୁଟ, କେନ୍ଦୁଝର, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୋଳ, ଗଞ୍ଜାମ, ଯାଜପୁର ଆଦି ଜିଲାରେ ଦୁର୍ଘଟଣା ବହୁ ମାତ୍ରାରେ ଘଟୁଛି।
ରାଜ୍ୟରେ ଶଟ୍‌ଡାଉନ ଏବଂ ଲକ୍‌ଡାଉନ ଯୋଗୁ ୨୦୨୦ରେ ଦୁର୍ଘଟଣା ଜନିତ ମୃତ୍ୟୁହାର ସାମାନ୍ୟ ହ୍ରାସ ହୋଇଥିବା ବେଳେ ୨୦୨୧ରୁ ଦୁର୍ଘଟଣା ଜନିତ ମୃତ୍ୟୁ ପୁଣି ବଢ଼ିଛି। ଜାତୀୟ ହାର ତୁଳନାରେ ରାଜ୍ୟରେ ଅଧିକ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି। ପ୍ରତି ୧୦୦ ଦୁର୍ଘଟଣାରେ ଜାତୀୟ ସ୍ତରରେ ମୃତ୍ୟୁ ସଂଖ୍ୟା ୩୬ ଥିବା ବେଳେ ରାଜ୍ୟରେ ୪୮। ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ସୁପ୍ରମିକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ୨୦୧୫ରୁ ପ୍ରତ୍ୟେକ ବର୍ଷ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ୧୦ ପ୍ରତିଶତ ହ୍ରାସ କରିବାକୁ ପଦକ୍ଷେପ ନେବା ସକାଶେ କମିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଦ୍ରୁତବେଗରେ ଗାଡ଼ି ଚାଳନା ଯୋଗୁ ୬୯ ପ୍ରତିଶତ, ରାସ୍ତା ପାର୍ଶ୍ୱ ପାର୍କିଂ ଯୋଗୁ ୨୫ ପ୍ରତିଶତ ଏବଂ ୨୦ ପ୍ରତିଶତ ହିଟ୍‌ ଆଣ୍ଡ ରନ୍‌ ଦୁର୍ଘଟଣା ଘଟୁଛି। ରାଜ୍ୟରେ ଥିବା ବ୍ଲାକସ୍ପଟ ଗୁଡ଼ିକରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏକ ସର୍ଭେ ଅନୁଯାୟୀ ଭାରତରେ ୭୬.୨ ପ୍ରତିଶତ ୧୮ରୁ ୪୫ ବର୍ଷର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଦୁର୍ଘଟଣା ଯୋଗୁ ୫୦ ପ୍ରତିଶତ ମହିଳା ଘର ଚଳାଇବା ନେଇ ଭୟଙ୍କର ଆର୍ଥିକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସଡ଼କ ଦୁର୍ଘଟଣା ଯୋଗୁ ଦେଶକୁ ବାର୍ଷିକ ଜିଡିପିର ୩.୧୪ ପ୍ରତିଶତ ଆର୍ଥିକ କ୍ଷତି ସହିବାକୁ ପଡୁଛି।
ଦୁର୍ଘଟଣା ହ୍ରାସ କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ମଦ୍ୟପ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ନିୟମିତ ବ୍ୟବଧାନରେ ଯାନବାହନ ଯାଞ୍ଚ କରାଯାଉଛି। ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଭାରିଯାନ ଚାଳକମାନଙ୍କୁ ତାଲିମ ଦିଆଯାଉଛି। ଏଥିସହିତ ଗାଡ଼ି ଚାଳକମାନେ ସାବଧାନ ଓ ସଚେତନ ହେବା ଜରୁରୀ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?