Posted inଖେଳ

ଓଡ଼ିଶା ଉଷୁ ଦଳକୁ ୧୬ ପଦକ

ଭୁବନେଶ୍ୱର, ୧।୧୨ (କ୍ରୀଡ଼ା ପ୍ରତିନିଧି): କେରଳର କୋଝିକୋଡେସ୍ଥିତ ଭି.କେ. କ୍ରିଷ୍ଣାମେନନ ଇନ୍‌ଡୋର ଷ୍ଟାଡିୟମରେ ବୁଧବାର ଶେଷ ହୋଇଥିବା ଖେଲୋ ଇଣ୍ଡିଆ ଉଷୁ ମହିଳା ଜୋନାଲ ଲିଗ୍‌ (ସାଉଥ୍‌ ଜୋନ୍‌)ରେ ଓଡ଼ିଶା ଦଳ ମୋଟ ୧୬ଟି ପଦକ ପାଇଛି। ଏହା ମଧ୍ୟରେ ୪ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୭ ବ୍ରୋଞ୍ଜ ପଦକ ସାମିଲ। କେରଳ ଦଳଗତ ଚାମ୍ପିୟନ ହୋଇଥିବାବେଳେ ତାମିଲନାଡ଼ୁ ଦ୍ୱିତୀୟ ଓ କର୍ନାଟକ ତୃତୀୟ ସ୍ଥାନ ଅଧିକାର କରିଛି। ଓଡ଼ିଶା ପ୍ରତିଯୋଗୀଙ୍କ ମଧ୍ୟରେ ଶ୍ୱେତାରାଣୀ ମହନ୍ତ, ସୁମିତ୍ରା ମୁଣ୍ଡା, ମଞ୍ଜୁ ମୁଣ୍ଡା ଓ ପଲ୍ଲବୀ ସାମଲ ସ୍ବର୍ଣ୍ଣ ଏବଂ ସୁହାନି ଗୁରହାଣ୍ଡି, ମାଳିନୀ ମୁଣ୍ଡା, ପରି ମିତ୍ତଲ, ପଲ୍ଲବୀ ସାମଲ (୨ଟି ଇଭେଣ୍ଟରେ) ରୌପ୍ୟ ପଦକ ହାସଲ କରିଛନ୍ତି।

ସେହିପରି ସୋନାଲିସା ଦେହୁରୀ, ଅନ୍ବେଷା ପପଲାଇ, ରିୟା ଠାକୁର, ରିଙ୍କି ରାଉତରାୟ, ଗାୟତ୍ରୀ ସେଠୀ, ତମନ୍ନା ମିଶ୍ର ଓ ସୃଷ୍ଟି କଳସ ବ୍ରୋଞ୍ଜ ପଦକ ପାଇଛନ୍ତି। ତାଓଲୁ ଇଭେଣ୍ଟରେ ପ୍ରଦ୍ୟୁମ୍ନ ବେହେରା ମୁଖ୍ୟ ଜଜ୍‌ ଥିଲେ। ଅନୁରାଧା ଦୋରା ଜଜ୍‌, ପଙ୍କଜ ମହନ୍ତ, ସୁଜନ ରଥ ଓ ଯୁଧିଷ୍ଠିର ଗୁରହାଣ୍ଡି କୋଚ୍‌ ଏବଂ କୃଷ୍ଣ ଚନ୍ଦ୍ର ସାହୁ ଓ ସୁଶାନ୍ତ କୁମାର ନାଏକ ଟିମ୍‌ ମ୍ୟାନେଜର ଥିଲେ। ଉଷୁ ଆସୋସିଏଶନ ଅଫ୍‌ ଓଡ଼ିଶା ସଭାପତି ସୁଧାଂଶୁ ଶେଖର ହରିଚନ୍ଦନ, ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ଉପସଭାପତି ଶିବାନନ୍ଦ ରାୟ ଓ ବିକାଶ ପଟ୍ଟନାୟକ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀର ପ୍ଲେଅଫ୍‌ ଆଶା ଉଜ୍ଜୀବିତ

ଦିଲ୍ଲୀ,୧୭ା୫: ଆଇପିଏଲର ଏକୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ୧୨ ପଏଣ୍ଟ ସହ…

ସୁଧୀର ମେମୋରିଆଲ ସର୍ବଭାରତୀୟ ଫୁଟବଲ୍ ଟୁର୍ଣାମେଣ୍ଟ: ଫୁଲବାଣୀର ସୂରଜ ଏକାଦଶ ଚାମ୍ପିଆନ

ବରଗଡ଼,୧୮।୫ (ପ୍ରେମାନନ୍ଦ ଖମାରୀ): ବରଗଡ ୟୁନାଇଟେଡ୍ ସ୍ପୋର୍ଟସ୍ କ୍ଲବ୍, ବରଗଡ଼ ଆନୁକୂଲ୍ୟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଆୟୋଜିତ ପ୍ରଥମ ସୁଧୀର ମେମୋରିଆଲ ଫ୍ଲଡ୍‌ଲାଇଟ୍ ନାଇଟ୍…

ଭିଜିଲାନ୍ସ ଜାଲରେ ମହାକାଳପଡ଼ା ଯୁଗରୁପା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ, ଲାଞ୍ଚ ନେଇଥିବା ବେଳେ ଧରାପଡିଲେ

ମହାକାଳପଡ଼ା,୧୮।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ସ୍ଥାନୀୟ ଚଡେଇ ଗୁଆଁ ସ୍ଥିତ ଯୁଗରୁପା ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ରଘୁନାଥ…

ଶେଷ ହେବ ଗ୍ରୀଷ୍ମର ଯନ୍ତ୍ରଣା: ହେଲାଣି ପ୍ରବଳ ବର୍ଷା; ମାତ୍ର ୮ ଦିନ ମଧ୍ୟରେ ଦେଶରେ ପ୍ରବେଶ କରିବ ମୌସୁମୀ

ନୂଆଦିଲ୍ଲୀ,୧୮।୫: ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ମିଳିଛି। ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ଦକ୍ଷିଣ ଅଞ୍ଚଳରେ ବାୟୁମଣ୍ଡଳୀୟ ସଞ୍ଚାଳନ…

କେନ୍ଦୁଝରରେ ଚାଞ୍ଚଲ୍ୟ, ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ଭତ୍ତା ଟଙ୍କା

କେନ୍ଦୁଝର,୧୮।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବାଉରୀ ପଦା ପଞ୍ଚାୟତର ପିଇଓଙ୍କ ଠାରୁ ଭତ୍ତା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଫାଙ୍କା ଗୁଳି ଚାଳନା କରି…

ମଦ୍ୟପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅଭିଯାନ, ୨୦ରୁ ଉର୍ଦ୍ଧ୍ବ ଅଟକ

ହାଟଡିହୀ/ଛେନାପଦୀ,୧୮।୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପୋଲିସ ସର୍ବସାଧାରଣ ସ୍ଥାନରେ ଖୋଲାଖୋଲି ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଏକ କାର୍ଯ୍ୟାନୁଷ୍ଠାନ ଅଭିଯାନ ଆରମ୍ଭ କରିଛି…

କେବେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ? ବଡ଼ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର,୧୮।୫: ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ  । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।…

ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri