ଭୁବନେଶ୍ୱର, ୩୦।୯(ସୁନିତ୍ ମିଶ୍ର): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନ ୧୫୭ଟି ଡାକବଙ୍ଗଳା (ଆଇବି) ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ସେଥିମଧ୍ୟରୁ କେନ୍ଦୁଝରରେ ସର୍ବାଧିକ ୨୩ଟି ଆଇବି ଏବଂ ରେଷ୍ଟ ସେଡ୍ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ସେହିପରି ବୌଦ୍ଧ ଜିଲାର ୧୨ଟି, ଗଞ୍ଜାମ ଜିଲାର ୧୪, ଅନୁଗୋଳର ୯, ବରଗଡ଼ର ୪, ଭଦ୍ରକର ୩, ବଲାଙ୍ଗୀରର ୩, କଟକର ୧, ଦେବଗଡ଼ର ୧, ଗଜପତିର୯, ଯାଜପୁରର ୪, ଝାରସୁଗୁଡ଼ାର ୭, କଳାହାଣ୍ଡିର ୬, କନ୍ଧମାଳର ୧୫, କେନ୍ଦ୍ରାପଡ଼ାର ୬ଟି ଡାକବଙ୍ଗଳା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ସେହିପରି କୋରାପୁଟର ୫, ମାଲକାନଗିରିର ୩, ମୟୂରଭଞ୍ଜର ୫, ନବରଙ୍ଗପୁରର ୫, ନୟାଗଡର ୨, ନୂଆପଡ଼ାର ୪, ପୁରୀର ୩, ରାୟଗଡ଼ାର ୪, ସମ୍ବଲପୁରର ୬, ଏବଂ ସୁନ୍ଦରଗଡ଼ର ୩ଟି ଜରାଜୀର୍ଣ୍ଣ ଭାବେ ପଡ଼ିରହିଛି। ବାଲେଶ୍ୱର, ଢେଙ୍କାନାଳ, ଜଗତ୍ସିଂହପୁର, ଖୋର୍ଦ୍ଧା, ସୁବର୍ଣ୍ଣପୁର ଜିଲାରେ ସେମିତି କିଛି ଡାକବଙ୍ଗଳା ଜରାଜୀର୍ଣ୍ଣ ଅବସ୍ଥାରେ ନାହିଁ। ତେବେ ଜିଲାଗୁଡିକରୁ ପ୍ରସ୍ତାବ ନ ଆସିବା ଯୋଗୁ ଉପରୋକ୍ତ ୧୫୭ଟି ଡାକବଙ୍ଗଳା ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ମନ୍ତ୍ରୀ ସୁଦାମ ମାରାଣ୍ଡି ତାଙ୍କ ଉତ୍ତରରେ କହିଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

