Posted inଫୁରସତ

ପୁଅଙ୍କ ଚିଠିକୁ ପିତା ଖୋଲିଦେବାରୁ ମିଳିଲା ଏମିତି ଦଣ୍ଡ

ଜଣେ ୧୦ ବର୍ଷର ପୁଅଙ୍କ ଚିଠିକୁ ତାଙ୍କ ପିତା ଖୋଲିଦେବାରୁ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଆପଣ ଭାବୁଥିବେ ଏ ଚିଠିରେ ଏମିତି କ’ଣ ଥିଲା ଯେ ପିତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଲା। ଅବିଶ୍ୱାସ ଲାଗୁଥିଲେ ବି ସତ। ଏପରି ଏକ ଘଟଣା ଘଟିଛି ସ୍ପେନ୍‌ରେ। ସେବିଲ୍‌ ସହରରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଏପରି ଦଣ୍ଡ ଭୋଗିବାକୁ ପଡ଼ିଛି। ସ୍ପେନ୍‌ରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଲେଟର ବକ୍ସକୁ ଏକ ଚିଠି ଆସିଥିଲା। ଏହି ଚିଠିଟି ତାଙ୍କ ପୁଅ ନାଁରେ ଆସିଥିଲା। କିନ୍ତୁ ଚିଠିଟି ପିତା ଖୋଲିଦେବାରୁ ତାଙ୍କୁ କୋର୍ଟ ୨ ବର୍ଷ ଜେଲଦଣ୍ଡ ଦେବା ସହ ୨.୩୩ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। କାରଣ ଏହି ଚିଠିଟି ନାବାଳକର ମାଉସୀ ତାଙ୍କ ପାଖକୁ ପଠାଇଥିଲେ। ଏଥିରେ ଲେଖାଥିଲା ୨୦୧୨ ମସିହାରେ ତାଙ୍କ ପିତା ତାଙ୍କ ମାତାଙ୍କୁ ମାନସିକ ତଥା ଶାରୀରିକ ଯନ୍ତ୍ରଣା ଦେଇଥିଲେ। ତେଣୁ ତାଙ୍କୁ ଜେଲ୍‌ଦଣ୍ଡ ଭୋଗିବା ଦରକାର। ପିତାଜଣକ ଏଥିରୁ ବର୍ତ୍ତିବା ପାଇଁ ସେ ଭୁଲରେ ଏହା ଖୋଲି ଦେଇଛନ୍ତି କହିଥିଲେ। କିନ୍ତୁ ଏହାକୁ ଶୁଣି ନ ଥିଲେ ପୁତ୍ରଜଣକ। ଏ କଥା କୋର୍ଟରେ ପହଞ୍ଚିଥିଲା। ଫଳରେ ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ଆଇନ ଅନୁଯାୟୀ କୋର୍ଟ ତାଙ୍କୁ ଦଣ୍ଡିତ କରିଛନ୍ତି। ଏବେ ନାବାଳକଙ୍କ ପିତା ଜେଲ୍‌ରେ ଦିନ କାଟୁଛନ୍ତି। ଏହାର ଶୁଣାଣି ଆଜି ପର୍ଯ୍ୟନ୍ତ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରେଡିମେଡ୍‌ ପୋଷାକ ଟ୍ରାଏଲ୍‌ କରିପାରିବେନି ଗ୍ରାହକ: ପୋଷାକକୁ କରାଯିବ କ୍ୱାରାଣ୍ଟାଇନ

ଇନ୍ଦୋର,୨୮।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଆର୍ଥିକ ସ୍ଥିତିରେ ସୁଧାର ଅଣାଯିବା ଲାଗି ଧୀରେଧୀରେ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଖୋଲିବା...

ଦାମ୍ପତ୍ୟ ଗୁମର

[ମଞ୍ଚରେ କେବଳ ଜଣେ ପୁରୁଷ(ସ୍ବାମୀ) ଚେୟାରରେ ବସି ଟେବୁଲରେ କିଛି ଲେଖୁଛନ୍ତି।] ସ୍ବାମୀ- ଆରେ ଶୁଣୁଛ? (ମଞ୍ଚରେ ଜଣେ ସ୍ତ୍ରୀଲୋକ(ପତ୍ନୀ) ପ୍ରବେଶ ) ପତ୍ନୀ-ନାଁ, ମୁଁ...

ଏକାସଙ୍ଗରେ ୧୬ ଯୁବକଙ୍କ ସହ ଡେଟ୍‌ରେ ଗଲେ ଯୁବତୀ, ପରେ ଘଟିଲା…

ଅଧିକାଂଶ ଅବିବାହିତ ଯୁବକ, ଯୁବତୀ ଲଭ୍‌ ଆଇଲ୍ୟାଣ୍ଡ ଏବଂ ସ୍ପିଲ୍‌ଟ୍ସଭିଲା ପରି ଅନେକ ରିୟାଲିଟି ଶୋ’କୁ ଯାଇଥାନ୍ତି। ଏଥିପାଇଁ ତାଙ୍କ ନିକଟରେ ଅନେକ ବିକଳ୍ପ ରହିଥାଏ।...

ବ୍ୟକ୍ତିଙ୍କ ମଳଦ୍ୱାରରେ ଫସିଥିଲା ୨ କିଲୋ ଓଜନର ଡମ୍ବଲ, ଡାକ୍ତର ଦେଖି କାବା

ଦୁନିଆରେ ପ୍ରାୟତଃ ବିଚିତ୍ର ଘଟଣା ଘଟେ। ସେଥିରୁ କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ। ବ୍ରାଜିଲରୁ ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି,...

ନିଜ ପରିସ୍ରା ପିଇ ସୁସ୍ଥ

ନୂଆଦିଲ୍ଲୀ: ଗୋମୂତ୍ର ଶରୀର ପାଇଁ ଲାଭଦାୟକ ବୋଲି ଶୁଣାଯାଇଛି। ହେଲେ ଜଣେ ଯୁବକ ନିଜ ପରିସ୍ରା ପିଇବା ସହ ଏହାଦ୍ୱାରା ତାଙ୍କର ଅନେକ ଲାଭ ହେଉଥିବା...

ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୨୧୦୦ ବେଳକୁ ନ ଥିବ ପ୍ରବାଳ ପ୍ରାଚୀର

କାନବେରା,୨୩।୨: ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀର ଜୈବ ବିବିଧତା ଉପରେ ପଡ଼ିବାରେ ଲାଗିଛି। ଏହାଯୋଗୁ ଆସନ୍ତା ୨୧୦୦ ବେଳକୁ ସମୁଦ୍ରରେ ଥିବା ପ୍ରବାଳ ପ୍ରାଚୀର ସମ୍ପୂର୍ଣ୍ଣ...

ଉତ୍‌ଥାନ ପଥରେ ଭାରତୀୟ ହକି

ଉତ୍ତମ ସାଙ୍ଗଠନିକ ଦକ୍ଷତାର ବିନିଯୋଗ, ନିରପେକ୍ଷ ଖେଳାଳି ଚୟନ, ବିଶ୍ୱ ହକିର ପ୍ରତିଷ୍ଠିତ ପ୍ରଶିକ୍ଷକ ନିଯୁକ୍ତି ଏବଂ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରୋ ଲିଗ୍‌...

ପ୍ରେମିକାଙ୍କ ପାଇଁ ଘଣ୍ଟା ଘଣ୍ଟା ଖରାରେ ଅପେକ୍ଷା କରୁଥିଲେ ଏହି ପ୍ରସିଦ୍ଧ ରାଜନେତା

ନବଜୋତ ସିଦ୍ଧୁଙ୍କ ପ୍ରେମ, କ୍ରିକେଟ ପଡିଆରେ ବ୍ୟାଟିଂ, ଅଭିନୟ ଏବଂ ରାଜନୀତି ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ସବଥିରେ ସିଦ୍ଧୁ ଅଲରାଉଣ୍ଡର। ସ୍ତ୍ରୀ ନବଜୋତ କୌରଙ୍କ ସହିତ...

Advertisement
Archives

Model This Week