Posted inଜାତୀୟ

୨ ବର୍ଷରେ ୧,୫୦୦ କୋଟି ଲୁଟ୍‌

ନୂଆଦିଲ୍ଲୀ, ୨୦।୨: ‘ପ୍ରିୟ ଏସ୍‌ବିଆଇ ୟୁଜର୍‌, ଆପଣଙ୍କ ଆକାଉଣ୍ଟ ଆଜି ବ୍ଲକ୍‌ ହୋଇଯିବ। ଦୟାକରି ଆପଣଙ୍କ ପାନ୍‌ କାର୍ଡ ତୁରନ୍ତ ଅପ୍‌ଡେଟ୍‌ କରନ୍ତୁ। ଏଠାରେ କ୍ଲିକ୍‌ କରନ୍ତୁ।’ ସାଇବର ଅପରାଧର ଶିକାର ହୋଇଥିବା ଅନେକଙ୍କ ଭଳି ଦିଲ୍ଲୀର କୋମଲ (ଛଦ୍ମନାମ) ମଧ୍ୟ ନିଜ ମୋବାଇଲ୍‌ରେ ଏଭଳି ଚେତାବନୀପୂର୍ଣ୍ଣ ମେସେଜ୍‌ ପାଇ ଚକିତ ହୋଇଯାଇଥିଲେ। କୋମଲ ଉକ୍ତ ଲଙ୍କ୍‌କୁ କ୍ଲିକ୍‌ କରିବାମାତ୍ରେ ଏକ ଓ୍ବେବ୍‌ ପେଜ୍‌ରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ନିଜ ସବିଶେଷ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଥିଲା। ସେହି ପ୍ରୋସେସ୍‌କୁ ଫଲୋ କରିବା ପରେ ପାନ୍‌ ଏବଂ ମୋବାଇଲ୍‌ ସଂଯୋଗ ପାଇଁ କୋମଲ ତାଙ୍କ ଫୋନ୍‌କୁ ଆସିଥିବା ଓଟିପି ଏଣ୍ଟର କରିଥିଲେ। ଚାହୁଁ ଚାହୁଁ କୋମଲଙ୍କ ଆକାଉଣ୍ଟରୁ ୪୦,୦୦୦ ଟଙ୍କା କଟିଯାଇଥିଲା। ସେ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ।

ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟରତ କୋମଲ ଥାନାରେ ଏ ନେଇ ଏତଲା ଦେଇଥିଲେ ମଧ୍ୟ ନିଜ କଷ୍ଟ ଉପାର୍ଜିତ ଟଙ୍କା ଫେରି ପାଇନାହାନ୍ତି। ଭାରତର ଡିଜିଟାଲ୍‌ ଅଗ୍ରଗତି ସହ ତାଳ ଦେଇ ଚାଲିଥିବା ସାଇବର ଅପରାଧୀମାନେ ବ୍ୟାଙ୍କ ଆକାଉଣ୍ଟ ବ୍ଲକ୍‌ ହୋଇଯିବାର ମେସେଜ୍‌ ଦେଇ ଲୋକଙ୍କୁ ନିଜ ଜାଲରେ ଫସାଇଥାନ୍ତି। ସେହିପରି ଅଧିକ ଆୟ କରିବା କିମ୍ବା ଅନ୍‌ଲାଇନ୍‌ ସପିଂରେ ଡିସ୍‌କାଉଣ୍ଟ ପାଇବା ଲୋଭରେ ମଧ୍ୟ ଅନେକ ୟୁଜର୍ସ ଖାଲରେ ପଡ଼ିଥାନ୍ତି। ଏଭଳି ସାଇବର ଆକ୍ରମଣକୁ ଫିଶିଂ/ ସ୍ମାଇଶିଂ ଆଟାକ୍‌ କୁହାଯାଏ। କେବଳ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ (ଏସ୍‌ବିଆଇ) ନୁହେଁ, ଅନ୍ୟ ବ୍ୟାଙ୍କିଂ, ଫଇନାନ୍ସିଆଲ୍‌ ଆପ୍ଲିକେଶନ୍‌ କଷ୍ଟମରମାନେ ମଧ୍ୟ ସାଇବର ଆକ୍ରମଣର ଶିକାର ହୋଇଥାନ୍ତି।

ସରକାରୀ ତଥ୍ୟାନୁସାରେ ଗତ ଦୁଇବର୍ଷ ମଧ୍ୟରେ ଏଭଳି ୯ ଲକ୍ଷ ଘଟଣା ସାମ୍ନାକୁ ଆସିଛି। ୨୦୨୦ ଏପ୍ରିଲ୍‌ ୧ରୁ ୨୦୨୨ ମାର୍ଚ୍ଚ ୩୧ ମଧ୍ୟରେ ସାଇବର ଅପରାଧୀମାନେ କଷ୍ଟମରମାନଙ୍କୁ ଜାଲରେ ଫସାଇ ୧,୫୦୦ କୋଟି ଟଙ୍କା ସେମାନଙ୍କ ଆକାଉଣ୍ଟରୁ ହଡ଼ପ କରି ନେଇଛନ୍ତି। ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସାଇବର ଅପରାଧ ଜଗତରେ ଠକେଇର ଏକ ନୂଆ ଧାରା ଦେଖିବାକୁ ମିଳୁଛି। ଠକମାନେ ରାଣ୍ଡମ୍‌ ଭାବେ ଲୋକଙ୍କୁ ‘ବ୍ୟାଙ୍କ ଖାତା ସହ ପାନ୍‌ କାର୍ଡ ନ ଯୋଡ଼ିଲେ ଆକାଉଣ୍ଟ ବ୍ଲକ୍‌ ହୋଇଯିବ’ ଭଳି ଭୟ ଦେଖାଇ ଲୁଟୁଛନ୍ତି।

ସେହିପରି ‘ଘରର ଇଲେକ୍ଟ୍ରି ବିଲ୍‌ ପଇଠ ନ କଲେ ଆଜି ରାତିରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯିବ’ ମେସେଜ୍‌ ପଠାଉଛନ୍ତି। କୌଣସି ୟୁଜର୍ସ ଠକଙ୍କ କଥାରେ ପଡ଼ି ଲିଙ୍କ୍‌କୁ କ୍ଲିକ୍‌ କଲେ ସଙ୍ଗେ ସଙ୍ଗେ ମୋବାଇଲ୍‌କୁ ଓଟିପି ଆସୁଛି। ସେହି ଓଟିପିକୁ ମେସେଜ୍‌ ବକ୍ସରେ ଫିଲ-ଅପ୍‌ କଲେ ତତ୍‌କ୍ଷଣାତ୍‌ ମୋଟା ଅଙ୍କର ଅର୍ଥ ଉଭାନ୍‌ ହୋଇଯାଉଛି। ଏଭଳି ମେସେଜ୍‌ ପ୍ରତି ସାବଧାନ ହେବା ଜରୁରୀ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?