Posted inଜାତୀୟ

୮୦% ଶୁଖିଗଲାଣି ୧୫୦ ଜଳଭଣ୍ଡାର

ନୂଆଦିଲ୍ଲୀ,୨୨ା୬(ପି.ଟି.): ସାରା ଦେଶରେ କିଛି ସପ୍ତାହ ହେଲା ପ୍ରଚଣ୍ଡ ଗ୍ରୀଷ୍ମଲହରି ପ୍ରବାହିତ ହେଉଥିବାବେଳେ ଉତ୍କଟ ଜଳ ସମସ୍ୟା ସ୍ଥିତିକୁ ଅଧିକ ସଙ୍ଗିନ୍‌ କରିଛି। ଦେଶର ୧୫୦ଟି ପ୍ରମୁଖ ଜଳଭଣ୍ଡାରରେ ମୋଟ ଜଳ ପରିମାଣ ୨୧ ପ୍ରତିଶତକୁ ହ୍ରାସ ପାଇଛି। ଅର୍ଥାତ୍‌ ଜଳଭଣ୍ଡାରଗୁଡ଼ିକ ପାଖାପାଖି ୮୦ ପ୍ରତିଶତ ଶୁଖିଗଲାଣି। ଫଳରେ ଦିଲ୍ଲୀ, ବେଙ୍ଗାଲୁରୁ ସମେତ ବିଭିନ୍ନ ସହରରେ ଜଳାଭାବ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେବଳ ପାନୀୟ ଜଳଯୋଗାଣ ନୁହେଁ, ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ଜଳଭଣ୍ଡାରଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ସଦ୍ୟତମ ବୁଲେଟିନ୍‌ରେ ୧୫୦ ପ୍ରମୁଖ ଜଳଭଣ୍ଡାର ଷ୍ଟୋରେଜ୍‌ ସ୍ଥିତି ସମ୍ପର୍କରେ ତଥ୍ୟ ଦେଇଛନ୍ତି। ସେଗୁଡ଼ିକର ମୋଟ ଜଳ ପରିମାଣ ୧୭୮.୭୮୪ ବିଲିୟନ ଘନମିଟର (ବିସିଏମ୍‌), ଯାହାକି ଦେଶର ମୋଟ ଲାଇଭ୍‌ ଷ୍ଟୋରେଜ୍‌ ସାମର୍ଥ୍ୟର ୬୯.୩୫ ପ୍ରତିଶତ। ଗୁରୁବାର ସେଥିରେ ମୋଟ ଉପଲବ୍ଧ ଜଳ ପରିମାଣ ୩୭.୬୬୨ ବିସିଏମ୍‌ ରହିଥିଲା, ଯାହାକି ସେମାନଙ୍କ ମୋଟ ଜଳଧାରଣ କ୍ଷମତାର ୨୧ ପ୍ରତିଶତ। ଗତବର୍ଷର ଏହି ସମୟ ତୁଳନାରେ ଚଳିତ ବର୍ଷ ଜଳଭଣ୍ଡାରଗୁଡ଼ିକର ଜଳ ପରିମାଣ ଯଥେଷ୍ଟ ହ୍ରାସ ପାଇଛି। ଗତବର୍ଷ ଏହି ସମୟରେ ମୋଟ ଉପଲବ୍ଧ ଜଳ ପରିମାଣ ଥିଲା ୪୬.୮୮୩ ବିସିଏମ୍‌। ଚଳିତ ବର୍ଷ ଜଳଭଣ୍ଡାରଗୁଡ଼ିକର ଜଳ ପରିମାଣ ଗତ ୧୦ ବର୍ଷର ହାରାହାରି ଷ୍ଟୋରେଜ୍‌ ପରିମାଣ ୪୧.୪୪୬ ବିସିଏମ୍‌ରୁ ମଧ୍ୟ କମ୍‌ ରହିଛି। ଗଚ୍ଛିତ ଜଳ ଗତବର୍ଷର ସ୍ତରର ୮୦ ପ୍ରତିଶତ ହୋଇଥିବାବେଳେ ସ୍ବାଭାବିକ ଷ୍ଟୋରେଜ୍‌ର ୯୧ ପ୍ରତିଶତ।
ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବରୁ ଦେଶରେ ଗ୍ରୀଷ୍ମଲହରି ବୃଦ୍ଧି ପାଇଛି। ଫଳରେ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଭାଗରେ ଜଳ ସଙ୍କଟ ସୃଷ୍ଟି ହୋଇଛି। ଦକ୍ଷିଣ ଭାରତୀୟ ଅଞ୍ଚଳର ଜଳଭଣ୍ଡାରଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ନାଟକ, କେରଳ ଏବଂ ତାମିଲନାଡୁରେ ୪୨ଟି ଜଳଭଣ୍ଡାର ରହିଥିବାବେଳେ ମୋଟ ଜଳ ସାମର୍ଥ୍ୟ ୫୩.୩୩୪ ବିସିଏମ୍‌। ତେବେ ବର୍ତ୍ତମାନ ସେଠାରେ ଉପଲବ୍ଧ ଜଳ ପରିମାଣ ୮.୫୦୮ ବିସିଏମ୍‌ ରହିଛି; ଯାହାକି ସାମର୍ଥ୍ୟର ୧୬ ପ୍ରତିଶତ। ଗତବର୍ଷ ସେଗୁଡ଼ିକର ଜଳ ପରିମାଣ ୨୧ ପ୍ରତିଶତ ରହିଥିଲାବେଳେ ସ୍ବାଭାବିକ ଷ୍ଟୋରେଜ୍‌ ୨୦ ପ୍ରତିଶତ। ଉତ୍ତର ଭାରତୀୟ ରାଜ୍ୟ ହିମାଚଳପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନରେ ରହିଥିବା ୧୦ଟି ଜଳଭଣ୍ଡାର ମୋଟ ଜଳ ସାମର୍ଥ୍ୟ ୧୯.୬୬୩ ବିସଏମ୍‌ ହୋଇଥିବାବେଳେ ଏବେ ୫.୪୮୮ ବିସିଏମ୍‌ ରହିଛି ଅର୍ଥାତ୍‌ ମୋଟ ଜଳଧାରଣ କ୍ଷମତାର ୨୮ ପ୍ରତିଶତ। ଗତବର୍ଷ ତାହା ୩୯ ପ୍ରତିଶତ ରହିଥିଲା। ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା, ଆସାମ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତ୍ରିପୁରା, ନାଗାଲାଣ୍ଡ ଏବଂ ବିହାରରେ ୨୩ଟି ଜଳଭଣ୍ଡାର ରହିଥିବାବେଳେ ଏହାର ମୋଟ ଜଳଧାରଣ ସାମର୍ଥ୍ୟ ୨୦.୪୩୦ ବିସିଏମ୍‌। କିନ୍ତୁ ଏବେ ଉପଲବ୍ଧ ଅଛି ୩.୮୭୩ ବିସିଏମ୍‌, ଯାହାକି ୧୯ ପ୍ରତିଶତ। ପୂର୍ବବର୍ଷ ଜଳ ପରିମାଣ ୧୮ ପ୍ରତିଶତ ଥିବାବେଳେ ଚଳିତ ବର୍ଷ ସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଛି। ଏହି ରିଜର୍ଭୟରଗୁଡ଼ିକର ସ୍ବାଭାବିକ ଜଳ ପରିମାଣ ୨୩ ପ୍ରତିଶତ।
ପଶ୍ଚିମ ଭାଗରେ ଥିବା ଗୁଜରାଟ, ମହାରାଷ୍ଟ୍ରରେ ୪୯ ଜଳଭଣ୍ଡାର ରହିଥିବାବେଳେ ମୋଟ ଜଳ ସାମର୍ଥ୍ୟ ୩୭.୧୩୦ ବିସିଏମ୍‌। ବର୍ତ୍ତମାନ ସେଠାରେ ୭.୬୦୮ ବିସିଏମ୍‌ ଅର୍ଥାତ୍‌ ୨୦.୪୯ ପ୍ରତିଶତ ଜଳ ରହିଛି। ଗତବର୍ଷ ଜଳ ପରିମାଣ ୨୪ ପ୍ରତିଶତ ରହିଥିଲା। କେନ୍ଦ୍ରୀୟ ଅଞ୍ଚଳ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ୨୬ ଜଳଭଣ୍ଡାର ମୋଟ ସାମର୍ଥ୍ୟ ୪୮.୨୨୭ ବିସିଏମ୍‌ ହୋଇଥିବାବେଳେ ୧୨.୧୮୫ ବିସିଏମ୍‌କୁ ଅର୍ଥାତ୍‌ ୨୫ ପ୍ରତିଶତକୁ ଖସିଆସିଛି। ଗତବର୍ଷ ତାହା ୩୨ ପ୍ରତିଶତ ରହିଥିଲା। ଚଳିତ ବର୍ଷର ମୋଟ ଉପଲବ୍ଧ ଜଳ ପରିମାଣ ଗତବର୍ଷ ତୁଳନାରେ ଏବଂ ସ୍ବାଭାବିକ ଜଳ ପରିମାଣଠାରୁ କମ୍‌ ରହିଛି। କେବଳ ଗଙ୍ଗା, ବ୍ରହ୍ମପୁତ୍ର, ସାବରମତୀ, ନର୍ମଦା, ତାପ୍ତି ଓ ଅନ୍ୟ କେତେକ ନଦୀରେ ସ୍ବାଭାବିକଠାରୁ ଭଲ ଜଳ ରହିଛି। ଅନ୍ୟପକ୍ଷରେ ବ୍ରାହ୍ମଣୀ, ବୈତରଣୀ, କ୍ରିଷ୍ଣା, ମହାନଦୀ, ଗୋଦାବରୀ, କାବେରୀ ଓ ଅନ୍ୟ ନଦୀଗୁଡ଼ିକର ଅବବାହିକାରେ ଜଳ ସଙ୍କଟ ଦେଖାଦେଇଛି। ଆସାମ, ଝାଡ଼ଖଣ୍ଡ, ତ୍ରିପୁରା, ବିହାର, ଉତ୍ତରାଖଣ୍ଡ, କର୍ନାଟକ ଓ କେରଳରେ ଜଳଭଣ୍ଡାଗୁଡ଼ିକରେ ଗତବର୍ଷ ତୁଳନାରେ ଅଧିକ ଜଳ ରହିଥିବାବେଳେ ହିମାଚଳପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଜଳ ପରିମାଣ ବହୁତ କମ୍‌ ରହିଥିବା ଜଳ ଆୟୋଗଙ୍କ ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?