ଜିଲାରେ ଖାଲି ପଡ଼ିଛି ୧୫୦ ଡାକ୍ତର ପଦବୀ

ରାୟଗଡ଼ା,୧୪।୯ (ଆଶିଷ ରଞ୍ଜନ ପଣ୍ଡା)ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଚିକିତ୍ସା ସେବାକୁ ଉନ୍ନତମାନର ଓ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ବାସ୍ତବ ଚିତ୍ର କିଛି ଭିନ୍ନ ଦେଖିବାକୁ ମିଳିଛ। ଜିଲାରେ ୧୫୦ ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ଜିଲାରେ ୩୧୪ ଡାକ୍ତର ପଦବୀ ଅନୁମୋଦିତ ରହିଥିବା ବେଳେ ବିଭିନ୍ନ ହସ୍ପିଟାଲରେ ମାତ୍ର ୧୬୪ ଡାକ୍ତର ରହିଛନ୍ତି। ଏପରିକି ଜିଲାରେ ଶିଶୁ ଚିକିତ୍ସା ସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୬ ଶିଶୁ ବିଶେଷଜ୍ଞ ପଦବୀ ଅନୁମୋଦିତ ରହିଥିବାବେଳେ ସେଥିମଧ୍ୟରୁ ମାତ୍ର ୩ ଡାକ୍ତର ରହିଥିବା ବେଳେ ୧୩ ଡାକ୍ତର ପଦବୀ ଖାଲି ରହିଛି। ଫଳରେ ଶିଶୁଙ୍କ ଚିକିତ୍ସା ପାଇଁ ଅଭିଭାବକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ଜିଲାରେ ଶିଶୁଙ୍କ ଜରୁରିକାଳୀନ ଚିକିତ୍ସା ଓ ଅପରେଶନ ପାଇଁ ଶିଶୁ ବିଭାଗ ଆଶୁ ଚିକିତ୍ସା କେନ୍ଦ୍ର (ପିଆଇସିୟୁ) ନିର୍ମାଣ ଶେଷ ହୋଇ ୨ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ୍‌ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ତେବେ ଏହି ପିଆଇସିୟୁ ପାଇଁ ଆବଶ୍ୟକ ରହିଥିବା ପ୍ରଶିକ୍ଷିତ ଡାକ୍ତର ଓ ଷ୍ଟାଫ୍‌ ନର୍ସର ଅଭାବ ରହିଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କୋଭିଡ୍‌ ସମୟରେ ଶିଶୁଙ୍କ ଜୀବନ ସୁରକ୍ଷା ପାଇଁ ଇସିଆର୍‌ପି-୨ ଯୋଜନାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୭୨ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟରେ ଏହି ପିଆଇସିୟୁକୁ ପୂର୍ତ୍ତ ବିଭାଗ ନିର୍ମାଣକରି ହସ୍ତାନ୍ତର କରିଥିଲା। ତେବେ ଏହା ନିର୍ମାଣ ସରି ଇତିମଧ୍ୟରେ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଆନ୍ତରିକତା ଅଭାବ କାରଣରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଫଳରେ ଗୁରୁତର ଅବସ୍ଥାରେ ଶିଶୁମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ୁଛି। ଏପରିିକି ଏହି ପିଆଇସିୟୁ ଆରମ୍ଭ ହୋଇ ନ ଥିବାରୁ ଗୁରୁତର ଅବସ୍ଥାରେ ଶିଶୁଙ୍କ ଜୀବନ ମଧ୍ୟ ଚାଲିଯାଉଥିବା ଅଭିଯୋଗ ହେଉଛି। ପିଆଇସିୟୁ ଆରମ୍ଭ ହେଲେ ଗୁରୁତର ଅବସ୍ଥାରେ ଆସୁଥିବା ଶିଶୁମାନଙ୍କୁ ୨୪ ଘଣ୍ଟା ଆଇସିୟୁ ସୁବିଧା ମିଳିପାରିବ। ହେଲେ ଏଥିପାଇଁ ଅତି କମ୍‌ରେ ୩ ଜଣ ଡାକ୍ତର ଓ ପାଖାପାଖି ୧୨ରୁ ୧୫ ଷ୍ଟାଫ ନର୍ସ ଆବଶ୍ୟକ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଶିଶୁ ରୋଗ ବିଶେଷଜ୍ଞଙ୍କୁ ଏହାର ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରେନିଂ ସରିଥିଲେ ମଧ୍ୟ ଷ୍ଟାଫ ନର୍ସଙ୍କୁ ଟ୍ରେନିଂ ମିଳି ନ ଥିବା କୁହାଯାଉଛି। ଅନ୍ୟପକ୍ଷେ ପିଆଇସିୟୁ କାର୍ଯ୍ୟକ୍ଷମ ନ ହୋଇ ବନ୍ଦ ପଡ଼ିଥିବାରୁ ସେଠାରେ ଲାଗିଥିବା ବିଭିନ୍ନ ଆଧୁନିକ ଯନ୍ତ୍ରାଂଶ ନଷ୍ଟହେବାକୁ ବସିଲାଣି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଲାଲମୋହନ ରାଉତରାୟଙ୍କୁ ପଚାରିବାରୁ ଭେଷଜ ଡାକ୍ତର ସଂଜ୍ଞା ଦାସ ପିଆଇସିୟୁ ପରିଚାଳନା ନିମନ୍ତେ ପ୍ରଶିକ୍ଷଣ ନେଉଛନ୍ତି। ପ୍ରଶିକ୍ଷଣ ସାରି ଫେରିବା ପରେ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି। ତେବେ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଯଥାଶୀଘ୍ର ପିଆଇସିୟୁକୁ କାର୍ଯ୍ୟକ୍ଷମ କରାଗଲେ ଅଞ୍ଚଳବାସୀଙ୍କୁ ସୁବିଧା ମିଳିପାରିବ ବୋଲି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri